ନୂଆଦିଲ୍ଲୀ, ୧୨।୫: "ସାଖୋଁ ସେ ଟୁଟ୍ ଯାଏଁ ୱୋ ପତ୍ତେ ନହିଁ ହେଁ ହମ୍, ଆନ୍ଧି ସେ କୋଇ କହ ଦେ ଅକାତ୍ ମେଁ ରହେ..."। ପ୍ରସିଦ୍ଧ ଶାୟର ରାହତ ଇନ୍ଦୋରୀଙ୍କ ଏହି ଧାଡ଼ି ଆଜି ଭାରତର ସାମରିକ ଶକ୍ତି ପାଇଁ ଏକଦମ୍ ସଠିକ୍ ସାବ୍ୟସ୍ତ ହେଉଛି । ଭାରତ ଆଜି ଆକାଶରେ ନିଜର ଏମିତି ଏକ 'ବ୍ରହ୍ମାସ୍ତ୍ର' ପ୍ରଦର୍ଶନ କରିଛି, ଯାହା ଶୁଣିବା ପରେ ଚୀନ୍ର ନିଦ ହଜିଯାଇଛି ଓ ପାକିସ୍ତାନର ଛାତି ଥରିବାକୁ ଲାଗିଲାଣି । ଡିଆରଡିଓର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି 'ଅଗ୍ନି-୫' ମିସାଇଲ୍, ଯାହା କେବଳ ଏକ କ୍ଷେପଣାସ୍ତ୍ର ନୁହେଁ, ବରଂ ଶତ୍ରୁ ପାଇଁ ସାକ୍ଷାତ୍ କାଳ । ଆଜିର ଆମର ଏହି ରିପୋର୍ଟରେ ଜାଣନ୍ତୁ, କ'ଣ ଏହି MIRV ଟେକ୍ନୋଲୋଜି ଏବଂ କିପରି ମାତ୍ର ୧୦ ମିନିଟରେ ପାକିସ୍ତାନର ୧୦ଟି ବଡ଼ ସହରକୁ ପାଉଁଶ କରିଦେବାର କ୍ଷମତା ରଖିଛି ଏହି ଭାରତୀୟ ଅଗ୍ନି ।

 

ଗୋଟିଏ ମିସାଇଲ୍, ୧୦ଟି ଟାର୍ଗେଟ୍: ଭାରତର 'ଦିବ୍ୟାସ୍ତ୍ର'

ଭାରତ ଓଡ଼ିଶାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଏହି ଅତ୍ୟାଧୁନିକ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । କିନ୍ତୁ ଏଥରର ପରୀକ୍ଷଣ ସାଧାରଣ ନଥିଲା । ଏଥିରେ ବ୍ୟବହାର ହୋଇଛି (Multiple Independently Targetable Re-entry Vehicle) ଟେକ୍ନୋଲୋଜି ।

କ'ଣ ଏହି MIRV ଟେକ୍ନୋଲୋଜି ?

ସରଳ ଭାଷାରେ କହିଲେ, ପୂର୍ବରୁ ଗୋଟିଏ ମିସାଇଲରେ ଗୋଟିଏ ୱାରହେଡ୍ ବା ପରମାଣୁ ବୋମା ରହୁଥିଲା । କିନ୍ତୁ, ଏହି ନୂଆ ଅଗ୍ନି-୫ ମିସାଇଲ୍ ନିଜ ସହିତ ୧୦ରୁ ୧୨ଟି ପରମାଣୁ ବୋମା ବହନ କରିପାରିବ । ଆକାଶକୁ ଗଲା ପରେ ଏହି ମିସାଇଲ୍ ଏକ 'ବସ୍' ଭଳି କାମ କରିବ, ଯାହା ଅଲଗା ଅଲଗା ଦିଗରେ ଥିବା ୧୦ଟି ଭିନ୍ନ ଭିନ୍ନ ସହର ବା ସାମରିକ ଘାଟିକୁ ଏକାସାଙ୍ଗରେ ଟାର୍ଗେଟ୍ କରି ଧ୍ୱଂସ କରିପାରିବ ।

ଚୀନ୍ ଓ ପାକିସ୍ତାନର ବଢ଼ିଲା ଚିନ୍ତା:

ଏହି ପରୀକ୍ଷଣ ପରେ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି । ରଣନୈତିକ ବିଶେଷଜ୍ଞ ମେଜର ଗୌରବ ଆର୍ଯ୍ୟଙ୍କ ଅନୁସାରେ, ଏହି ମିସାଇଲ୍ ସାହାଯ୍ୟରେ ଲାହୋରରୁ କରାଚି ପର୍ଯ୍ୟନ୍ତ ଶତ୍ରୁର ୧୦ଟି ପ୍ରମୁଖ ଠିକଣା ମାତ୍ର ୧୦ ମିନିଟ୍ ମଧ୍ୟରେ ଶେଷ ହୋଇଯିବ । ପାକିସ୍ତାନ ପାଖରେ ଏହି ଟେକ୍ନୋଲୋଜିକୁ ରୋକିବା ପାଇଁ କୌଣସି ପ୍ରତିରକ୍ଷା ବ୍ୟବସ୍ଥା ନାହିଁ । ଅନ୍ୟପଟେ ଚୀନ ମଧ୍ୟ ଏଥିରୁ ବର୍ତ୍ତିପାରିବ ନାହିଁ । ଅଗ୍ନି-୫ର ମାରକ କ୍ଷମତା ୫,୦୦୦ କିଲୋମିଟରରୁ ଅଧିକ । ଅର୍ଥାତ୍ ବେଜିଂ, ସାଂଘାଇ, ହଂକଂ ଓ ଗୁଆଙ୍ଗଝାଉ ଭଳି ଚୀନର ପ୍ରତିଟି କୋଣ ଏବେ ଭାରତର ଆୟତ୍ତରେ ।

ଅଗ୍ନି-୫ର ବିଶେଷତ୍ୱ:

ହାଇପରସୋନିକ୍ ସ୍ପିଡ୍: ଏହି ମିସାଇଲ୍ ଶବ୍ଦର ବେଗଠାରୁ ପ୍ରାୟ ୨୪ ଗୁଣ ଅଧିକ ବେଗରେ ଅର୍ଥାତ୍ ଘଣ୍ଟାକୁ ପ୍ରାୟ ୨୯,୪୦୧ କିଲୋମିଟର ଗତି କରିପାରେ । ଏତେ ଦ୍ରୁତ ଗତିରେ ଆସୁଥିବା ମିସାଇଲକୁ ରୋକିବା ଅସମ୍ଭବ ।

NavIC ଗାଇଡାନ୍ସ: ଭାରତର ନିଜସ୍ୱ ସାଟେଲାଇଟ୍ ସିଷ୍ଟମ (NavIC) ଦ୍ୱାରା ଏହା ପରିଚାଳିତ, ଯାହା ଏହାକୁ ଶତ ପ୍ରତିଶତ ସଠିକତା ପ୍ରଦାନ କରେ ।

ଅଜେୟ: ଏହା ମହାକାଶରୁ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କଲାବେଳେ ନିଜର ଦିଗ ବଦଳାଇ ପାରେ, ଫଳରେ ଦୁନିଆର କୌଣସି ବି ମିସାଇଲ୍ ଡିଫେନ୍ସ ସିଷ୍ଟମ ଏହାକୁ ଧରିପାରିବ ନାହିଁ ।

ଆର୍ଥିକ ସଙ୍କଟରେ ପଡ଼ିବ ପାକିସ୍ତାନ !

DRDO ଏବେ ଅଗ୍ନି-୬ ଉପରେ କାମ କରିବାକୁ ପ୍ରସ୍ତୁତ ହେଉଛି, ଯାହାର ରେଞ୍ଜ ୧୦,୦୦୦ ରୁ ୧୨,୦୦୦ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି । ରଣନୈତିକ ବିଶେଷଜ୍ଞ ବ୍ରହ୍ମା ଚେଲାନୀଙ୍କ ମତରେ, ଭାରତର ଏହି ପଦକ୍ଷେପ ପାକିସ୍ତାନକୁ ଏକ ମାରାତ୍ମକ ଅସ୍ତ୍ର ପ୍ରତିଯୋଗିତା ଭିତରକୁ ଠେଲି ଦେବ । ଆଗରୁ କାଙ୍ଗାଳ ହୋଇଥିବା ପାକିସ୍ତାନ ଯଦି ଭାରତର ଏହି ଶକ୍ତିର ମୁକାବିଲା କରିବାକୁ ଚେଷ୍ଟା କରେ, ତେବେ ତା'ର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବ । ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ ମହମ୍ମଦ ଓସାମା ଖାଲିଦ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଗ୍ନି-୫ ଭାରତକୁ ଏକ ଆଞ୍ଚଳିକ ଶକ୍ତିରୁ ବିଶ୍ୱସ୍ତରୀୟ ମହାଶକ୍ତି ଭାବେ ଉଭା କରିଛି । ତେବେ ଭାରତର ଏହି 'ମିଶନ ଦିବ୍ୟାସ୍ତ୍ର' ସ୍ପଷ୍ଟ କରିଦେଇଛି ଯେ, ନୂତନ ଭାରତ କାହାକୁ ଆଗୁଆ ଆକ୍ରମଣ କରେ ନାହିଁ, କିନ୍ତୁ ଯଦି କେହି ଭାରତର ସୀମା ଉପରେ ଖରାପ ନଜର ପକାଏ, ତେବେ ତାକୁ ଦୁନିଆର ମାନଚିତ୍ରରୁ ମିଶାଇ ଦେବାକୁ ଭାରତ ଏବେ ସମ୍ପୂର୍ଣ୍ଣ ସକ୍ଷମ ।

ଆହୁରି ପଢ଼ନ୍ତୁ...​​​ ମେ' ୧୫ରୁ ୫ଟି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଲିଷ୍ଟରେ ଅଛି କେଉଁ ଦେଶ ?