- ବାହାହେବାକୁ ମନା କରିବାରୁ ହତ୍ୟା
- ସହକର୍ମୀଙ୍କୁ ଅଫିସରେ ମାରିଦେଲେ
- ପ୍ରମାଣ ନଷ୍ଟ କରିବାକୁ ବଡ଼ ଷଡ଼ଯନ୍ତ୍ର
ଆଗ୍ରା, ୨୬/୧ : ମଣିଷ କଣ ଏତେ ନିର୍ଦ୍ଦୟ ହୋଇପାରେ । ବାହାହେବାକୁ ମନା କଲେ ବୋଲି ମାରିଦେଲେ । ଯାହାକୁ ଏତେ ଭଲ ପାଉଥିଲେ ଶେଷରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରେମିକ ରଚିଥିଲା ସାଙ୍ଘାତିକ ଷଡ଼ଯନ୍ତ୍ର । ବ୍ୟାଗରେ ମୁଣ୍ଡ ଏବଂ ବସ୍ତାରେ ଶରୀରର ଅଂଶ ବିଶେଷ । ଫିନାଇଲରେ ହାତ ଧୋଇଥିଲା । ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି ଏଭଳି ଏକ ଛାତିଥରା ଖବର । ପୁଲିସ ଏହି ଘଟଣାର ତଦନ୍ତ ଚଳାଇଥିବାବେଳେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଘଟଣା ।
ମିଳିଥିବା ଖବର ମୁତାବକ, ସଞ୍ଜୟ ପ୍ଲେସର ମାରୁତି ପ୍ଲାଜାରେ ଷଷ୍ଠ ତାଲାରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ମିଙ୍କି ଶର୍ମା । ମ୍ୟାନେଜର ବିଜୟ ରାଜପୁତଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ମିଙ୍କିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯାହା ପରେ ବିନୟଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଯାହାକୁ ନେଇ ଅଫିସରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ମଧ୍ୟ ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ବିନୟ ପୂର୍ବରୁ କିଣିଥିବା ଏକ ଛୁରୀରେ ତାଙ୍କ ବେଗକୁ କାଟି ଦେଇଥିଲେ । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ମିଙ୍କି ।
ପ୍ରମାଣ ନଷ୍ଟ ପାଇଁ ସାଙ୍ଘାତିକ ଯୋଜନା
ହତ୍ୟା କରିବା ପରେ ଭୟଭୀତ ହୋଇ ଯାଇଥିଲେ ବିନୟ । ତେବେ ପ୍ରମାଣ ନଷ୍ଟ କରିବା ସେ କ୍ରାଇମ ପେଟ୍ରୋଲ ଦେଖି ଏକ ଯୋଜନା ପ୍ରସ୍ତୁତ କରିଥିଲେ । ମୃତଦେହ କିଭଳି ଅଚିହ୍ନା ରହିବ ସେଥିଲାଗି ସେ ମୁଣ୍ଡକୁ ଏକ ବ୍ୟାଗରେ ରଖିଥିଲେ ଏବହ ଅଲଗା ଏକ ବସ୍ତାରେ ଶରୀରର ଅନ୍ୟ ଅଂଶ ବିଶେଷକୁ ରଖିଥିଲେ । ଅଫିସକୁ ଫିନାଇଲରେ ସଫା କରିଥିଲେ । ପରେ ହାତ ମଧ୍ୟ ଫିନାଇଲରେ ଧୋଇଥିଲେ । ସିସିଟିଭି ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ସେ ଲଗାଇଥିବା ନେଲପଲିସରୁ ପୁଲିସକୁ ମିଳିଥିଲା ସୁରାକ । ଘରେ ଥିବା ନେଲପଲିସ ଏବଂ ମୃତଦେହରୁ ମିଳିଥିବା ଆଙ୍ଗୁଠିରେ ସମାନ ନେଲପଲିସରୁ ଶବ ଚିହ୍ନା ଯାଇଥିଲା । ସେପଟେ ବିନୟ ଏକ ବସ୍ତାରେ କିଛି ସାମଗ୍ରୀ ନେଇ ଆସୁଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା ।
ନଦୀରେ ମୃତଦେହକୁ ଫିଙ୍ଗିବା ପାଇଁ ଯୋଜନା କରିଥିଲେ । ମାତ୍ର ସେ ଏଥିରେ ସଫଳ ହୋଇନଥିଲେ । ଫଳରେ ସେତୁ ଉପରେ ଅଧା ରଖି ବାକି କିଛି ଫୋପାଡ଼ି ଦେଇଥିଲେ । ଡ୍ରେନରେ ମୁଣ୍ଡକୁ ଫୋପାଡ଼ିଥିବାବେଳେ ଖୋଜାଖୋଜି ଚାଲିଛି । ସେପଟେ ସ୍କୁଟିଟି ଉଦ୍ଧାର ହୋଇଥିବାବେଳେ ମୋବାଇଲକୁ ଫୋପାଡ଼ି ଦେଇଥିଲେ । ପୁଲିସ ମାତ୍ର ୧୨ ଘଣ୍ଟାର ଘଟଣାର ପର୍ଦ୍ଦାଫାସ କରିଛି । ସେପଟେ ମିଙ୍କିଙ୍କ ପରିବାରରେ ଖେଳି ଯାଇଛି ଶୋକର ଛାୟା । ତାଙ୍କ ଭାଇଙ୍କ ଆଗକୁ ବିବାହ ହେବାକୁ ଥିବାବେଳେ ସେ ଏଥିରେ ବ୍ୟସ୍ତ ରହିଥିଲେ । ମାତ୍ର ଏବେ ପରିବାର ଉପରେ ପଡ଼ିଛି ବଡ଼ ଦୁଃଖ ।
ଏହାସହ ପଢ଼ନ୍ତୁ : ବନ୍ଧା ହେଲେ'ଧୁରନ୍ଧର' ଫେମ୍ ଅଭିନେତା ନଦୀମ ଖାନ, ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ