ଭୁବନେଶ୍ବର, ୨୨।୧୧ : ଏକ ଲାଞ୍ଚ ମାମଲାର ଶୁଣାଣି କରି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅବସରପ୍ରାପ୍ତ କୃଷି ବିଭାଗ ପୂର୍ବତନ ଯୁଗ୍ମ ସଚିବ, ଜଳସମ୍ପଦ ନିର୍ଦ୍ଦେଶକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ଜରିମାନ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ଅବସରପ୍ରାପ୍ତ କୃଷି ବିଭାଗର ପୂର୍ବତନ ଯୁଗ୍ମ ସଚିବ ବିଜୟ ଚନ୍ଦ୍ର ମହାପାତ୍ର ଓ ଜଳସମ୍ପଦ ନିର୍ଦ୍ଦେଶକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବେଣୁଧର ମହାନ୍ତି। ତତ୍କାଳ ପାସପୋର୍ଟ ପାଇଁ ଆବେଦନ କରିଥିବା ଜଣେ ଆବେଦନକାରୀଙ୍କ ଠାରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ।