ନୂଆଦିଲ୍ଲୀ : କାଶ୍ମୀର ଘାଟୀକୁ ଭାରତର ଅବଶିଷ୍ଟ ଅଞ୍ଚଳର ସହ ସବୁ ସମୟରେ ଯୋଡ଼ି ରଖିବା ପାଇଁ, ସରକାର ଦୀର୍ଘ ଦିନରୁ କନେକ୍ଟିଭିଟି ଉପରେ କାମ କରୁଛନ୍ତି। ଏହି ଦିଗରେ ନୂଆବର୍ଷରେ ଦେଶକୁ ବଡ଼ ଉପହାର ମିଳିବାକୁ ଯାଉଛି। ଏହାକୁ ଭାରତୀୟ ରେଲୱେ ପାଇଁ ମଧ୍ୟ ଏକ ମାଇଲଖୁଣ୍ଟ ଭାବେ କୁହାଯାଉଛି। ଦିଲ୍ଲୀରୁ ଶ୍ରୀନଗରକୁ ସିଧା କନେକ୍ଟ କରୁଥିବା ରେଳ ଲାଇନ୍ ଜାନୁଆରୀରେ ଆରମ୍ଭ ହେବାକୁ ଯାଉଛି। ଏହି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ଲଗଜରି ଟ୍ରେନ ମଧ୍ୟ ଚଲାଇବାକୁ ପ୍ରସ୍ତୁତି ଚାଲିଛି।
ସୂଚନା ଅନୁସାରେ, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବେ। ଉଦ୍ଘାଟନୀ ଦିନ ପିଏମ୍ ନରେନ୍ଦ୍ର ମୋଦି ଟ୍ରେନ୍ରେ ଯାତ୍ରା କରିବେ। ଏହି ସମ୍ୱନ୍ଧରେ ବର୍ତ୍ତମାନ ଟ୍ରାଏଲ ଚାଲୁଛି। ଉତ୍ତର ରେଲୱେର ମୁଖ୍ୟ ପ୍ରବକ୍ତା ହିମାଂଶୁ ଶେଖର ଉପାଧ୍ୟାୟ ଏହି ବିଷୟରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ,କଟରା- ରିୟାସିର ମଧ୍ୟରେ ୧୭ କିଲୋମିଟର ଲମ୍ୱା ସେକ୍ସନରେ କାମ ଚାଲୁଛି। ଇଞ୍ଜନ, ରୋଡିରୁ ଲଦା ମାଲଗାଡ଼ିକୁ ଟେଷ୍ଟିଂ ଅନୁସାରେ ଏହି ରୁଟ୍ରେ ଚାଲିବ। ଅଞ୍ଜି ନଦୀ ଉପରେ ମଧ୍ୟ ଏହାକୁ ଚଲାଇ ଦେଖା ଯାଉଛି। ସେ କହିଛନ୍ତି କି , ଶେଷ ପରୀକ୍ଷଣ ଉତ୍ତର ସର୍କଲର ସେଫ୍ଟି କମିଶନରଙ୍କ ପକ୍ଷରୁ ୧୫ଜାନୁୟାରୀ ପୂର୍ବରୁ କୌଣସି ବି ସମୟରେ କରାଯିବ। ଏହାପରେ ପିଏମ୍ ନରେନ୍ଦ୍ର ମୋଦି ନିଜେ ଦିଲ୍ଲୀରୁ ଶ୍ରୀନଗର ଆସୁଥିବା ବନ୍ଦେ ଭାରତରେ ଯାତ୍ରା କରି ପାରନ୍ତି। ଉପାଧ୍ୟାୟ କହିଛନ୍ତି କି, କଟରାରୁ ରିୟାସୀ ମଧ୍ୟରେ ୧୭ କିଲୋମିଟର ଦୀର୍ଘ ସେକ୍ସନରେ କାମ ପୂରା ହୋଇ ସାରିଛି। ଏହା ବ୍ୟତୀତ ଏଠାରେ ସବୁଠୁ କଠିନ ଥିଲା ଟି-୩୩ ଟନେଲର ନିର୍ମାଣ। ଏହାକୁ ମଧ୍ୟ ଏବେ ପୂରା କରିନିଆ ଯାଇଛି ।
ରେଲୱେର ପ୍ରବକ୍ତା କହିଛନ୍ତି କି, ଯଦି ସେଫ୍ଟି ଅଡିଟ୍ରେ କୌଣସି ତ୍ରୁଟି ଦେଖା ଦେଲେ, ପୁଣି ଏହାକୁ ଦୂର କରିବାକୁ ପ୍ରୟାସ କରିଯିବ। ସେ କହିଛନ୍ତି, ସ୍ୱାଧୀନତା ପରେ ଏହା ପ୍ରଥମ ସୁଯୋଗ ହେବ, ଯେବେ କୌଣସି ପ୍ରୋଜେକ୍ଟ ମାଧ୍ୟମରେ କାଶ୍ମୀର ପ୍ରତି ଋତୁରେ ଭାରତର ଅବଶିଷ୍ଟ ଅଞ୍ଚଳ ସହ ଯୋଡି ହୋଇ ରହିବ।
ରେଳ ଅଧିକାରୀ କହିଛନ୍ତି , ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସି ପାରିବେ। ରେଲୱେର ଭଡ଼ା ଏୟାର ଟିକେଟ୍ ତୁଳନାରେ ଖୁବ୍ କମ୍। ଏଥିରେ ଆଶା କରାଯାଉଛି କି ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହେବ।