ନୂଆଦିଲ୍ଲୀ, ୧୨/୦୨ : ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌ର ସାଙ୍ଘାତିକ ସତ। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ ଏକ ସୁଚିନ୍ତିତ ପ୍ଲାନିଂ। ପାଇଲଟ୍ ବନ୍ଦ କରି ଦେଇଥିଲେ ଫୁଏଲ୍ ସ୍ଵିଚ୍। ତଦନ୍ତରୁ ଚାଞ୍ଚଲ୍ୟକର ଖୁଲାସା। ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ହୋଇଥିବା ସଦ୍ୟତମ ଆଲୋଚନା ନେଇ ଇଟାଲୀୟ ଦୈନିକ ପତ୍ରିକା କୋରିଏର ଡେଲା ସେରା ରିପୋର୍ଟ କରିଛି। ତେବେ DGCA ପକ୍ଷରୁ ଏନେଇ କୌଣସି ଔପଚାରିକ ଖୁଲାସା ହୋଇନାହିଁ। 

ରିପୋର୍ଟ ଅନୁଯାୟୀ, ୨୦୨୫ ଜୁନ ୧୨ରେ ଏୟାର ଇଣ୍ଡିଆ ବିମାନରେ ହୋଇଥିବା ଫୁଏଲ୍ କଟ-ଅଫ୍ ବୈଷୟିକ ତ୍ରୁଟି ଯୋଗୁଁ ହୋଇନଥିଲା। ବରଂ ଜାଣିଶୁଣି କରାଯାଇଥିଲା ବୋଲି ଭାରତୀୟ ତଦନ୍ତ ଅଧିକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି। ଅଧିକାରୀ ଏବେ ଫାଇନାଲ୍ ରିପୋର୍ଟ ଡ୍ରାଫ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାପରେ ପ୍ଲେନ୍ କ୍ରାସ୍‌ ର ଅସଲ ସତ ଜଣାପଡ଼ିବ। 

ତୁମେ ଫୁଏଲ୍ ସ୍ଵିଚ୍ କାହିଁକି ବନ୍ଦ କଲ ? ​​​​​​​

ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ଅହମ୍ମଦାବାଦ ବିମାନବନ୍ଦରରୁ ଉଡାଣ ଭରିବାର କିଛି ସେକେଣ୍ଡ ପରେ କ୍ରାସ୍ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ଲେନ୍ ଟି ଏକ ମେଡିକାଲ ହଷ୍ଟେଲ କୋଠା ଉପରେ ପଡ଼ିବା ଯୋଗୁଁ ହଷ୍ଟେଲରେ ଥିବା ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ଏହି ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣେ ପାଇଲଟଙ୍କ ଫୁଏଲ୍ କଣ୍ଟ୍ରୋଲ ବନ୍ଦ କରିବା ବିଷୟରେ କଥାବାର୍ତ୍ତା ବିଷୟରେ ଜଣାପଡ଼ିଥିଲା। ତୁମେ ଫୁଏଲ୍ ସ୍ଵିଚ୍ କାହିଁକି ବନ୍ଦ କଲ ? ବୋଲି କକପିଟର ଭଏସ୍ ରେକଡିଂରୁ ଜଣାଡ଼ିଥିଲା। 

୩ ସପ୍ତାହରେ ଯାଞ୍ଚର ଷ୍ଟାଟସ୍‌ ରିପୋର୍ଟ ଦିଅ

କ୍ୟାପ୍ଟେନ ସୁମୀତ ସଭରୱାଲ ବିମାନର ପାଇଲଟ-ଇନ-କମାଣ୍ଡ ଥିଲେ। ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର କୋ-ପାଇଲଟ୍ ଥିଲେ। ସ୍ଵିଚ୍ ବନ୍ଦ କରିଥିବା ମୁଖ୍ୟ ସନ୍ଦିଗ୍ଧ କ୍ୟାପ୍ଟେନ ସୁମିତ ବୋଲି ସନ୍ଦେହ କରାଯାଉଛି। କାରଣ ବିମାନ ଦୁର୍ଘଟଣା ପରେ ସୁମିତ ଡିପ୍ରେସନରେ ଥିବା ଆଲୋଚନା ହେଉଛି। ତେବେ ସୁମିତଙ୍କ ପିତା ଏହାକୁ ଖାରଜ କରିଥିଲେ। ଆଉ ଥରେ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସେହି ପିଟିସନ୍‌ରେ ଆବେଦନକାରୀମାନେ ନ୍ୟାୟିକ ଅଧ୍ୟକ୍ଷତାରେ ଯାଞ୍ଚ ଲାଗି ଏକ ପ୍ୟାନେଲ ଗଠନ କରିବାକୁ ଦାବି କରିଥିଲେ । କ୍ୟାପ୍ଟେନ୍‌ ସ୍ୱର୍ଗତ ସୁମିତ ସବରୱାଲଙ୍କ ବାପା ଏବଂ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ୍‌ ଆଣ୍ଡ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ପାଇଲଟ୍‌ସ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସବିଶେଷ ଷ୍ଟାଟସ୍‌ ରିପୋର୍ଟ ୩ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାର ଏବଂ ଡିଜିସିଏକୁ କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଶୁକ୍ରବାର ଶେଷ କ୍ୟାବିନେଟ୍ ବୈଠକ, ସାକ୍ଷୀ ରହିବ ସାଉଥ୍ ବ୍ଲକ