ନୂଆଦିଲ୍ଲୀ ୧୪/୦୬: ଆଖିରେ ଥିଲା ଆଖିଏ ସ୍ୱପ୍ନ । ମନରେ ଭବିଷ୍ୟତର ଅସୁମାରି ଆଶା । ରଙ୍ଗୀନ୍‌ ଦୁନିଆରେ ଉଡ଼ିବାର ଅଭିଳାଷ । ପ୍ରିୟଜନଙ୍କୁ ଭେଟିବାର ଉତ୍ସାହ । ପ୍ରେମ-ମିଳନର ପ୍ରତୀକ୍ଷା । କିନ୍ତୁ ନିଷ୍ଠୁର ନିୟତିର ନିଷ୍ପତ୍ତି ଥିଲା ଆଉ କିଛି । ମୁହୂର୍ତ୍ତକ ମଧ୍ୟରେ ସବୁ ଆଶା, ଆକାଂକ୍ଷା ପୋଡ଼ି ପାଉଁଶ ହୋଇଗଲା । ଧୂଳିସାତ୍‌ ହୋଇଥିଲା ସବୁ ସ୍ୱପ୍ନ । ଛାର୍‌ଖାର ହୋଇଗଲା ପରିବାର । ଅଜସ୍ର ଦୁଃଖ ଦେଇଗଲା ଅହମ୍ମଦାବାଦ ବିମାନ ଦୁର୍ଘଟଣା ।

ଏୟାର ଇଣ୍ଡିଆର ବୋଇଂ  ବିମାନ ଯେଉଁ ମେଡିକାଲ  କଲେଜର ହଷ୍ଟେଲ୍‌  ଉପରେ ପଡ଼ିଲା, ତା’ର  ଠିକ୍‌ ବାହାରେ ଜଣେ  ମହିଳା ଚା’ ଦୋକାନ  କରିଥିଲେ । ସେଇ  ପାଖରେ ତାଙ୍କ ପୁଅ ସପରେ ଶୋଇଥିଲେ ।  ବିମାନ ମାଡ଼ ହେବା ପରେ  ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ତାଙ୍କର ମୃତ୍ୟୁ ହେଲା । ମହିଳା ଗମ୍ଭୀର ରୂପେ ଆହତ  ହୋଇଛନ୍ତି । ମୃତକଙ୍କ ଜେଜେ ମା’ କହିଛନ୍ତି, ତାଙ୍କ ପରିବାରରେ ୩୦-୩୫  ଜଣ ଅଛନ୍ତି । ଦୁର୍ଘଟଣା ଦିନ କେବଳ ଜଣେ ନାତି ଦୋକାନକୁ ଆସିଥିଲା, ଯିଏ  ଆଉ କେବେ ଘରକୁ ଫେରିବ ନାହିଁ।