ପ୍ରମୂଖ ଖବର
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଅହମ୍ମଦାବାଦ ପ୍ଲେନ୍ ଟ୍ରାଜେଡି; ୮୦୦ ଗ୍ରାମ ସୁନା, ୮୦ ହଜାର ଟଙ୍କା ଫେରାଇଲେ ବ୍ୟବସାୟୀ ରାଜୁ

Published By : Ankita S | June 18, 2025 11:42 AM

ଗୁଜରାଟ,୧୮/୦୬: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଜୁନ୍‌ ୧୨ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡ଼ାଣ ଭରିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ବିମାନ ବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର ହଷ୍ଟେଲରେ ବାଡ଼େଇ ହୋଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ବିମାନଟି । ସେହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନରେ ଥିବା ମୋଟ ୨୪୨ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଛାଡ଼ି କେହି ବର୍ତ୍ତିପାରିନଥିଲେ । ଏଥିଯୋଗୁ ବିଜେ ମେଡିକାଲ୍‌ କଲେଜର ହଷ୍ଟେଲରେ ରହୁଥିବା କିଛି ରେସିଡେଣ୍ଟ ଡାକ୍ତର ବି ପ୍ରାଣ ହରାଇଥିଲେ । ଇତିମଧ୍ୟରେ ମାନବିକତାର ଏକ ନିଆରା ଉଦାହରଣ ପ୍ରଦର୍ଶନ କରି ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀ ବିମାନ ଦୁର୍ଘଟଣାସ୍ଥଳରୁ ସଂଗ୍ରହ କରିଥିବା ୮୦୦ ଗ୍ରାମ ସୁନା, ୮୦ ହଜାର ଟଙ୍କାକୁ ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି ।ତାଙ୍କର ଏଭଳି କାର୍ଯ୍ୟ ଲାଗି ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କହୁଛନ୍ତି । ସେଦିନର ଛାତିଥରା ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ରାଜେଶ ପଟେଲ(୫୬) ଓ ତାଙ୍କ ସହଯୋଗୀ ମାତ୍ର ୫ ମିନିଟ୍‌ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ସେଠାରେ ଧୂଆଁର ମୋଟା ଆସ୍ତରଣ ଯୋଗୁ ଅନ୍ଧାର ଭଳି ହୋଇଯାଇଥିଲା । ଚାରିଆଡ଼େ ଆହତଙ୍କ ଆକୁଳ ଚିତ୍କାର ଶୁଭୁଥିଲା । ନିଆଁର ଧାସ ଯୋଗୁ ପ୍ରଥମ ୧୫- ୨୦ ମିନିଟ୍‌ ଧରି ସେମାନେ ଆହତଙ୍କ ନିକଟରେ ପହଞ୍ଚି ପାରିନଥିଲେ । ଅଗ୍ନିଶମ ବିଭାଗର ଗାଡ଼ି ଓ ଆମ୍ବୁଲାନ୍ସ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ଶାଢ଼ି-ବେଡ୍‌ସିଟ୍‌ରେ ଆହତଙ୍କୁ ଗୁଡ଼ାଇ ହସ୍ପିଟାଲ ପଠାଇଥିଲେ ରାଜେଶ ଓ ତାଙ୍କ ସହଯୋଗୀ । ଏହାପରେ ସେମାନେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିଥିଲେ ।

ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡି଼ରହିଥିବା ପୋଡ଼ା ବ୍ୟାଗ୍‌ ମଧ୍ୟରୁ ଜରୁରି ସାମଗ୍ରୀ ସଂଗ୍ରହ କରିଥିଲେ । ସୁନା ଚୁଡ଼ି ଓ ଅନ୍ୟ ଗହଣା ସହିତ ସେମାନଙ୍କୁ ପ୍ରାୟ ୭୦ ତୋଳା ଅର୍ଥାତ୍‌ ୮୦୦ ଗ୍ରାମ ସୁନା ମିଳିଥିଲା । ସେହିପରି ନଗଦ ୮୦ ହଜାର, ଏକ ମୋବାଇଲ୍‌ ଫୋନ୍‌, ଏକ ଲାପଟପ୍‌, ୯ଟି ପାସ୍‌ପୋର୍ଟ ଓ ଅନ୍ୟ ସାମଗ୍ରୀ ମିଳିଥିଲା । ତାକୁ ସେମାନେ ତଦନ୍ତକାରୀ ଅଧିକାରୀଙ୍କୁ ଦେଇଥିଲେ । ଅନ୍ୟପଟେ ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀଗୁଡି଼କର ଦସ୍ତାବିଜକରଣ ପରେ ତାକୁ ମୃତକଙ୍କ ପରିଜନଙ୍କୁ ଫେରାଯିବ ବୋଲି ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି । ରାଜେଶ ପଟେଲଙ୍କ ଲାଗି ଏଭଳି ସମାଜକଲ୍ୟାଣମୂଳକ କାର୍ଯ୍ୟ କିଛି ନୂଆ କଥା ନୁହେଁ । ପୂର୍ବରୁ ୨୦୦୮ ଅହମ୍ମଦାବାଦ ସିରିଏଲ୍‌ ବିସ୍ଫୋରଣ ସମୟରେ ମଧ୍ୟ ସ୍ୱେଚ୍ଛାସେବୀ ଭାବେ ସେ କାର୍ଯ୍ୟ କରିଥିଲେ । ତାଙ୍କର ଏପରି କାର୍ଯ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ରିୟଲ ହିରୋ ବୋଲି କହିଛନ୍ତି ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.