ନୂଆଦିଲ୍ଲୀ,୨୬।୬: ଏୟାର ଇଣ୍ଡିଆର ବିମାନ ୧୨ ଜୁନ୍ରେ ଅହମ୍ମାଦାବାଦରେ ଟେକ୍ଅଫ୍ କରିବାର ତୁରନ୍ତ ପରେ କ୍ରାସ୍ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ଯାଞ୍ଚ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)କୁ ବଡ ସଫଳତା ମିଳିଛି। ସରକାର ଗୁରୁବାର କହିଛନ୍ତି, ବିମାନର ବ୍ଲାକବ୍ଲକ୍ସରୁ କକପିଟ୍ ଭଏସ୍ ରେକର୍ଡର (CVR) ଓ ଫ୍ଲାଇଟ ଡାଟା ରେକର୍ଡର (FDR) କୁ ସୁରକ୍ଷିତ ବାହାର କରାଯାଇଛି। ଏହାର ଡାଟା ଡାଉନଲୋଡ୍ କରି ଦିଆଯାଇଛି ଓ ଏବେ ଏହାର ବିଶ୍ଲେଷଣ କରିବା ଆରମ୍ଭ କରି କରାଯାଉଛି। ଏହି ଦୁଇ ରେକର୍ଡର ବିମାନ ଦୁର୍ଘଟଣାର ଯାଞ୍ଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ବ୍ଲାକବକ୍ସକୁ ୨୪ ଜୁନ୍ରେ ଅହମ୍ମାଦାବାଦରୁ ଦିଲ୍ଲୀ ଅଣାଯାଇଛି, ଯେଉଁଠି ତାକୁ ଏୟାରକ୍ରାଫ୍ଟ ବକ୍ସିଡେଣ୍ଟ ଇନଭେଷ୍ଟିଭେସନ୍ ବ୍ୟୁରୋର ପ୍ରୟୋଗଶାଳାରେ ଖୋଲା ଯାଇଥିଲା। ଏହାପରେ କ୍ରାସ୍ ପ୍ରୋଟେକ୍ସନ୍ ମଡ୍ୟୁଲ (CPM)କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଏହାର ମେମୋରି ସଫଳତାର ସହ ଆକ୍ସେସ କରି ଡାଟା ଡାଉନଲୋଡ କରାଯାଇଛି।
ଉଲ୍ଲେଖନୀୟ ଯେ, ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କ ଜୀବନ ଚାଲିଯାଇଥିଲା। ପ୍ଲେନ କ୍ରାସ୍ରେ କେବଳ ଜଣେ ବ୍ୟକ୍ତି ବିଶ୍ବାସ କୁମାର ରମେଶ ହିଁ ଜୀବିତ ଥିଲେ। ସିଭିଆର (କକ୍ପିଟ୍ ଭଏସ୍ ରେକର୍ଡର) ରହିଥାଏ, ଏଥିରେ ପାଇଲଟ୍ଙ୍କ ଆଲୋଚନା ଓ କକପିଟ୍ର ସବୁ କଥାବାର୍ତ୍ତା ରେକର୍ଡ ରହିଥାଏ, ଯେଉଁ କାରଣରୁ ଜାଣିହେବ ଯେ, ଦୁର୍ଘଟଣାର ଠିକ୍ ପୂର୍ବରୁ କ’ଣ ଥିଲା ସ୍ଥିତି ?
CVR ଓ FDR କ’ଣ ?
-CVR (କକପିଟ୍ ଭଏସ୍ ରେକର୍ଡର ) ହୋଇଥାଏ, ଏଥିରେ ପାଇଲଟ୍ଙ୍କ କଥାବାର୍ତ୍ତା ଓ କକପିଟ୍ର ଭଏସ୍ ରେକର୍ଡ ହୋଇଥାଏ। ଯେଉଁଥିରୁ ଏହା ଜଣାପଡିଥାଏ ଯେ, ଦୁର୍ଘଟଣାର ଠିକ୍ ପୂର୍ବରୁ କ’ଣ ଥିଲା ସ୍ଥିତି ?
- FDR (ଫ୍ଲାଇଟ ଡାଟା ରେକର୍ଡର) ହୋଇଥାଏ, ଏହା ବିମାନର ଗତି, ଉଚ୍ଚତା, ଇଞ୍ଜିନର ସ୍ଥିତି, ଦିଗ ଓ ଅନ୍ୟ ଟେକ୍ନିକାଲ ସୂଚନା ରେକର୍ଡ କରିଥାଏ।
ଯାଞ୍ଚର ଉଦେଶ୍ୟ କ’ଣ ?
- CVR ଓ FDR ରୁ ମିଳିଥିବା ସୂଚନା ଆଧାରରେ ଏହି ଦୁର୍ଘଟଣା ପୂର୍ବରୁ ପୁରା ଘଟଣାକ୍ରମକୁ ପୁଣିଥରେ ବୁଝିବାକୁ ଚେଷ୍ଟା କରାଯାଉଛି।
- ବିଶ୍ଲେଷଣରୁ ଏହା ଜଣାଯିବ ଯେ ଯାନ୍ତ୍ରିକ ତ୍ରୁଟି, ପାଇଲଟଙ୍କ ଭୁଲ କିମ୍ବା ବାହତ୍ୟା କାରଣ ଦୁର୍ଘଟଣା ପଛରେ ନାହିଁ ତ ?
-ଏହାର ଉଦେଶ୍ୟ ବିମାନ ସୁରକ୍ଷାକୁ ଆହୁରି ମଜବୁତ କରିବା ଓ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା।