ନୂଆଦିଲ୍ଲୀ,୨୪/୦୧: ଗତବର୍ଷ ଜୁନ ୧୨ରେ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ଯାଉଥିବା ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭-୮ ଡ୍ରିମଲାଇନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ପ୍ଲେନ୍ କ୍ରାସରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ଲେନରେ ଥିବା ୨୪୨ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସୌଭାଗ୍ୟବସତଃ ଜଣେ ବଞ୍ଚିଥିଲେ । ପରେ ମୃତ୍ୟୁସଂଖ୍ୟା ୨୭୦ରେ ପହଞ୍ଚିଥିଲା । ଦେଶକୁ ଦୋହଲାଇ ଦେଇଥିଲା ଏହି ଦୁର୍ଘଟଣା । ଟେକଅପର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏକ ଆବାସିକ ଅଞ୍ଚଳରେ ଖସି ପଡିଥିଲା ପ୍ଲେନ୍ । ଦୁର୍ଘଟଣାକୁ ନେଇ ଏକ ରିପୋର୍ଟ ଆସିଛି । ଆମେରିକୀୟ ସଂସ୍ଥାର ଯାଞ୍ଚ ରିପୋର୍ଟରେ ବିମାନରେ ପୂର୍ବରୁ ବୈଷୟିକ ତ୍ରୁଟି ଥିବା ଦର୍ଶାଯାଇଛି । ବୈଦ୍ୟୁତିକ ଏବଂ ସଫଟୱେର ତ୍ରୁଟି ପାଇଁ ସବୁ ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ରିପୋର୍ଟରେ କୁହାଯାଇଛି ।
ବୋଇଂ ୭୮୭ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିଲା ତାହା ପୂର୍ବରୁ ଅନେକ ଥର ଖରାପ ହୋଇଥିଲା । ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏପରିକି ୪ ବର୍ଷ ତଳେ ସେଥିରେ ନିଆଁ ମଧ୍ୟ ଲାଗିଯାଇଥିଲା । ଆମେରିକା ସ୍ଥିତ ଫାଉଣ୍ଡେସନ ଫର ଆଭିଏସନ ସେଫ୍ଟି (ଏଫଏଏସ୍) ପକ୍ଷରୁ ଏଭଳି ଦାବି କରାଯାଇଛି । ସେଥିରେ କୁହାଯାଇଛି ଯେ, ବିମାନର ଇଲେକ୍ଟ୍ରିକାଲ ସିଷ୍ଟମ ଫେଲ୍ ହେବା ଯୋଗୁ ଗୋଟିଏ ପରେ ଗୋଟିଏ ସିଷ୍ଟମ ବନ୍ଦ ହୋଇଯାଇଥିଲା । ଏହା ଦୁର୍ଘଟଣାର କାରଣ ହୋଇଥାଇପାରେ । ଆଧୁନିକ ବିମାନର ଅଧିକାଂଶ ସିଷ୍ଟମ ବିଦ୍ୟୁତ୍ ଓ ସଫ୍ଟୱେର ସହ ଜଡିତ । ତେଣୁ ବିଦ୍ୟୁତ ଯୋଗାଣରେ ସମସ୍ୟା ଯୋଗୁ ଏକସମୟରେ ଅନେକ ସିଷ୍ଟମ ହୁଏତ ବନ୍ଦ ହୋଇଯାଇଥିବ । ଦୁର୍ଘଟଣାଗ୍ରସ୍ତ ବିମାନର କକପିଟ୍ ଭଏସ୍ ରେକର୍ଡରର ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ତେଣୁ ବିମାନଟିରେ କେଉଁ ସମସ୍ୟା ଉପୁଜିଥିଲା ତାହା ଜାଣିବା ସମ୍ଭବ ହୋଇପାରିନାହିଁ ।
ଏହା ବି ପଢନ୍ତୁ...ପଦ୍ମା ନଦୀରେ ବ୍ୟାରେଜ୍ ନିର୍ମାଣ କରିବାକୁ ଯାଉଛି ବାଂଲାଦେଶ , ଭାରତ ପାଇଁ ଚିନ୍ତାର ବିଷୟ ?
ବିମାନଟି ଅହମ୍ମଦାବାଦ ଏୟାରପୋର୍ଟରୁ ଉଡାଣ କରିବାର ମାତ୍ର କିଛି ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମାନରେ ଥିବା ୨୭୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଜଣେ ଯାତ୍ରୀ କୌଣସି ମତେ ବର୍ତ୍ତିଯାଇଥିଲେ । ଏହି ବିମାନଟି ୨୦୧୪ରୁ ଉଡାଣ କରୁଥିଲା । କିନ୍ତୁ ଆରମ୍ଭରୁ ଏଥିରେ ବୈଷୟିକ ତ୍ରୁଟି ଓ ସିଷ୍ଟମରେ ସମସ୍ୟା ସୃଷ୍ଟି ହୋଇଥିଲା । ୨୦୨୨ରେ ଉକ୍ତ ବିମାନଟି ଉଡାଣ କରିବା ବେଳେ ସେଥିରେ ନିଆଁ ମଧ୍ୟ ଲାଗି ଯାଇଥିଲା । ସମ୍ଭବତଃ ଏହି କାରଣରୁ ବିମାନର ଆଭ୍ୟନ୍ତର ସିଷ୍ଟମରେ କିଛି ସମସ୍ୟା ରହିଥିଲା । କିନ୍ତୁ ଏହି ଘଟଣାକୁ ସାର୍ବଜନୀନ କରାଯାଇ ନଥିଲା । ଏଫ୍ଏଏସ୍ ରିପୋର୍ଟରେ ସନ୍ଦେହ କରାଯାଉଛି କି, ବିଦ୍ୟୁତ ବିଫଳତା ହିଁ ଦୁର୍ଘଟଣାର ପ୍ରାଥମିକ କାରଣ ହୋଇପାରେ । ଏହି ବିଫଳତା ବିମାନରେ ଏକାଧିକ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା । ବିଶ୍ୱବ୍ୟାପୀ ବୋଇଂ ୭୮୭ ବିମାନରେ ପ୍ରାୟ ୨ ହଜାର ବିଫଳତା ସମ୍ବନ୍ଧୀୟ ରିପୋର୍ଟ ନଥିଭୁକ୍ତ ହୋଇଥିବା ଏଫ୍ଏଏସ୍ କହିଛି ।