ନୂଆଦିଲ୍ଲୀ,୧୮।୭: ଗୁଜରାଟର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ଘଟଣାଟି ଶନିବାର ଅହମ୍ମଦାବାଦର ରାମୋଲ-ଗାତରାଡରେ ଅବସ୍ଥିତ 'ଟ୍ୟାଲେଣ୍ଟ ଫାୟାରୱାର୍କସ୍' ନାମକ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ପରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କର୍ପୋରେସନ୍ ଫ୍ୟାକ୍ଟ୍ରିର ଲାଇସେନ୍ସ ରଦ୍ଦ କରିଦେଇଛି। ଏହି ବାଣ କାରଖାନାରେ ଏକ ଖୋଲା କ୍ଷେତରେ ତିଆରି କରାଯାଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଓ ମଣିନଗରର ଏଲ୍ଜି ହସ୍ପିଟାଲକୁ ଅଣାଯାଇଛି। ଅଧିକାରୀଙ୍କୁ ଆଶଙ୍କା ରହିଛି ଯେ, ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀର ବହୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ, ଏବଂ ନିଆଁ ଲିଭାଇବା ସହ ତଲାସୀ ଆରମ୍ଭ କରିଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ଦିନ ୩ଟା ୩୦ ମିନିଟ୍ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହାପରେ ଆରଏଏଫ୍ ଓ ଫାୟାର ଡିପାର୍ଟମେଣ୍ଟର ଟିମ୍ ସବୁଠାରୁ ପ୍ରଥମେ ଘଟଣାସ୍ଥଳରେ ପହଁଞ୍ଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
🔸અમદાવાદમાં ફટાકડાની ફેક્ટરીમાં લાગી ભયંકર આગ
— DD News Gujarati (@DDNewsGujarati) July 18, 2026
🔸ટેલેન્ટ નામની ફટાકડાની ફેક્ટરીમાં જીવલેણ દુર્ઘટના#ahmedabadfire #fire #FIRE pic.twitter.com/PDH3Id31Fa
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ କୁହାଯାଇଛି, ‘ଗୁଜୁରାଟର ଅହମ୍ମଦାବାଦରେ ଏକ ବାଣ କାରଖାନାରେ ଦୁର୍ଘଟଣାରେ ପ୍ରାଣହାନି ଖବର ଶୁଣି ଖୁବ୍ ମ। ଏହି ଦୁଃଖର ମୁହୂର୍ତ୍ତରେ ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।’ ପ୍ରଧାନମନ୍ତ୍ରୀ କହିଛନ୍ତି, ଆହତଙ୍କୁ ଖୁବ୍ ଶୀଘ୍ର ଠିକ୍ ହେବାର ପ୍ରାର୍ଥନା କରୁଛି। ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସାହାର୍ଯ୍ୟ ଦେଉଛନ୍ତି। ମୃତକଙ୍କୂ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।’
Nashik Ashok Kharat Case: ଭଣ୍ଡ ବାବା ବିରୋଧରେ EDର ୩୦୦୦ ପୃଷ୍ଠାର ଚାର୍ଜସିଟ୍, ଅଶୋକ ଖରାତର କଳା କାରନାମାର ପର୍ଦ୍ଦାଫାସଆହୁରି ପଢନ୍ତୁ :