ଭୁବନେଶ୍ଵର, ୨୪/୦୬ : ଦୀର୍ଘ ଦଶନ୍ଧି ଧରି ଯୁବ କର୍ମଜୀବୀମାନେ କାମର ମୌଳିକ ଦିଗ, ଅନୁଭବ ହାସଲ ଏବଂ ବୃହତ ଭୂମିକା ପାଇଁ ଯୋଗ୍ୟତା ପ୍ରାପ୍ତି ଲାଗି ପ୍ରବେଶ-ସ୍ତରୀୟ ନିଯୁକ୍ତି ଉପରେ ନିର୍ଭର କରୁଛନ୍ତି । ଏବେ ଏକ ନୂଆ ବିଶ୍ୱସ୍ତରୀୟ ସର୍ଭେ ଦର୍ଶାଇଛି, ଏହି ମାର୍ଗ ଆଶାଠୁ ଦ୍ରୁତ ବେଗରେ ବଦଳୁଛି । ମର୍ସର୍‌ର ସଦ୍ୟତମ ଗ୍ଲୋବାଲ ଟାଲେଣ୍ଟ ଟ୍ରେଣ୍ଡସ ରିପୋର୍ଟ ଅନୁସାରେ, ୯୯ ପ୍ରତିଶତରୁ ଅଧିକ ଉଦ୍ୟୋଗ କାର୍ଯ୍ୟନିର୍ବାହୀଙ୍କ ବିଶ୍ୱାସ ଯେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୋଗୁ କିଛି ସ୍ତରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବ । ଏଥିରେ ଯୁବ କର୍ମଚାରୀ ଅର୍ଥାତ୍‌ ୨୨-୨୭ ବର୍ଷୀୟଙ୍କ ଚାକିରି ବିପଦରେ ।

ସର୍ଭେରେ ବିଶ୍ୱର ପ୍ରାୟ ୧୨ ହଜାର କାର୍ଯ୍ୟନିର୍ବାହୀ, ଏଚ୍‌ଆର ଲିଡର୍‌ ଏବଂ କର୍ମଚାରୀଙ୍କଠୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଆଇ ଯୋଗୁ ଚାକିରି ଯିବାର ଚିନ୍ତା ଦୀର୍ଘ ବର୍ଷ ଧରି ରହିଥିବା ବେଳେ ସଦ୍ୟତମ ତଥ୍ୟ ଦର୍ଶାଇଛି, କମ୍ପାନିଗୁଡ଼ିକ ଏବେ ଖାସ୍‌କରି କନିଷ୍ଠ ଭୂମିକା ନିମନ୍ତେ ରଣନୀତି ଉପରେ ସକ୍ରିୟ ରୂପେ ବିଚାର କରୁଛନ୍ତି । କାର୍ଯ୍ୟନିର୍ବାହୀଙ୍କ ପାଇଁ ପ୍ରତିଭା ସଙ୍କଟ ଶୀର୍ଷ ଚିନ୍ତାର ବିଷୟ ହୋଇଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ କିଛି ଚାକିରି ଏଆଇ ନେବ ବୋଲି ୯୯ ପ୍ରତିଶତଙ୍କ ଆଶଙ୍କା ।

ଏହି ପରିପ୍ରେକ୍ଷୀରେ ୬୦ ପ୍ରତିଶତ ଏଚ୍‌ଆର ଲିଡରଙ୍କ ଅନୁମାନ, ୧୧-୨୦ ପ୍ରତିଶତ କର୍ମଚାରୀଙ୍କୁ ଏଆଇ ଯୋଗୁ ନୂଆ କୌଶଳ ଶିଖାଇବାକୁ ପଡ଼ିବ କିମ୍ବା ଅନ୍ୟତ୍ର ନିଯୁକ୍ତ କରିବାକୁ ପଡ଼ିବ । ଆଗାମୀ ବର୍ଷ ମଧ୍ୟରେ ୪୦ ପ୍ରତିଶତ କର୍ମଚାରୀ ସଂସ୍ଥା ଛାଡ଼ିବାକୁ ବିଚାର କରୁଥିବା ଅନୁମାନ କରାଯାଉଛି, ଯାହା ନିଯୁକ୍ତିଦାତାଙ୍କ ଉପରେ ଚାପ ପକାଇବ ବୋଲି ଆଶଙ୍କା କରାଯାଉଛି ।

ଆହୁରି ପଢନ୍ତୁ- ଦ ଲାନ୍‌ସେଟ୍‌ର ଅଧ୍ୟୟନ ରିପୋର୍ଟ, ବନ୍ଧୁ ସାଥିରେ ଥିଲେ କମିବ ମଧୁମେହ

ମଣିଷର ମୃତ୍ୟ କେବେ ହେବ ? କହିଦେବ ଘଣ୍ଟା !​​​​​​​