ପ୍ରମୁଖ ଖବର
  • ଭଦ୍ରକ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ
  • ||
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଡେଟିଂ, ରୋମାନ୍ସରେ ମଣିଷ ସ୍ଥାନ ନେବ ଏଆଇ

ନୂଆଦିଲ୍ଲୀ ୧୭/୦୫: ଆମ ଦୈନନ୍ଦିନ ଜୀବନର ଅନେକ କ୍ଷେତ୍ରରେ ସାମିଲ ହୋଇଛି ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) । ଏଣିକି ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହାର ପ୍ରବେଶ ଆମ ଉପରେ ବ୍ୟାପକ ପ୍ରଭାବ ପକାଇବାକୁ ଯାଉଛି । ସୋସିଆଲ ମିଡିଆ ଫିଡ୍‌ର ପ୍ରବନ୍ଧନଠୁ ଆରମ୍ଭ କରି ଫିଲ୍ମ ବିଷୟରେ ପ୍ରସ୍ତାବ ଦେବା ଏବଂ ସପିଂ ଅନୁଭବକୁ ମଜାଦାର କରିବା ଆଦିରେ ଏଆଇର ଦଖଲ ରହିଛି । ଏବେ ବ୍ୟକ୍ତିଗତ ଜୀବନରେ ଏହା ପ୍ରବେଶ କରିବାକୁ ଯାଉଛି । ଅର୍ଥାତ୍‌ ଏଣିକି ଆପଣଙ୍କ ପ୍ରେମ ଜୀବନରେ ଏଆଇ ଦଖଲ ଦେବ । ଆପଣଙ୍କ ଡେଟିଂ ଓ ରୋମାନ୍ସକୁ ଏହା ନିୟନ୍ତ୍ରଣ କରିପାରେ ।

ବମ୍ବଲ ଭଳି ଲୋକପ୍ରିୟ ଡେଟିଂ ପ୍ଲାଟ୍‌ଫର୍ମ ମଧ୍ୟ ଏଆଇକୁ ପ୍ରୟୋଗ କରିବାର ଦୌଡ଼ରେ ସାମିଲ ହୋଇଛନ୍ତି । ବମ୍ବଲ ଏଆଇ ‘କନ୍‌ସିୟର୍ଜେସ୍‌’ର ଏକୀକରଣର ଅନ୍ୱେଷଣ କରୁଛି, ଯାହା ତମାମ ୟୁଜର୍‌ଙ୍କ ଭର୍ଚୁଆଲ ଅବତାରକୁ ଯୋଡ଼େ । ଏଣିକି ଏଆଇ ଡିଜିଟାଲ ଅବତାରଗୁଡ଼ିକୁ ମଧ୍ୟସ୍ଥି ରୂପେ କାମ କରିବା, ସମ୍ଭାବ୍ୟ ଯୋଡ଼ିଙ୍କୁ ବାଛି ମ୍ୟାଚ୍‌ ମେକିଂ ଆଧାରରେ ବାସ୍ତବ ଜୀବନର ଡେଟିଂ ବ୍ୟବସ୍ଥା କରିବାରେ ସହାୟକ ହୋଇପାରିବ । 

ରିପୋର୍ଟ ଅନୁସାରେ, ଆପ୍‌ ୟୁଜର୍‌ ଓ ସେମାନଙ୍କ ଯୋଡ଼ି ମଧ୍ୟରେ ଅନୁକୂଳତାର ଯାଞ୍ଚ୍‌ କରିବା ପାଇଁ ଏଆଇର ପ୍ରୟୋଗ କିଭଳି କରାଯାଇ ପାରିବ, ବମ୍ବଲର ପ୍ରତିଷ୍ଠାତା ହ୍ୱିଟନି ୱଲ୍‌ଫ ହର୍ଡ ଖୁଲାସା କରିଛନ୍ତି । ଗତ ୯ ତାରିଖରେ ହର୍ଡ ବ୍ଲୁମ୍‌ବର୍ଗ ଟେକ୍ନୋଲୋଜି ସମ୍ମିଳନୀରେ ବମ୍ବଲର ଭବିଷ୍ୟତ ଓ ତା’ର ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ଖୋଲି କଥା ହୋଇଥିଲେ । ଏଆଇ ଆମ ପ୍ରେମ ସମ୍ପର୍କକୁ କିଭଳି ପ୍ରଭାବିତ କରିପାରେ, ସେ ବିଷୟରେ କହିଥିଲେ ।

ୱଲ୍‌ଫ କହିଥିଲେ, ନିକଟ ଭବିଷ୍ୟତରେ ଏଆଇ ୟୁଜର୍‌ ନିଜ ଏଆଇ ଡେଟିଂ କନ୍‌ସିୟର୍ଜ (ଭର୍ଚୁଆଲ ଅବତାର) ସହ କଥା ହୋଇପାରିବେ । ଆପଣ ନିଜ ଅସୁରକ୍ଷା ଭାବନାଗୁଡ଼ିକୁ ଡେଟିଂ ଗାଇଡ୍‌ ସହ ଶେୟାର କରିପାରିବେ । ଏହା ଆପଣଙ୍କୁ ନିଜ ବିଷୟରେ ଭଲଭାବେ ବିଚାର କରିବାରେ ସାହାଯ୍ୟ କରିପାରିବ । ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଆବଶ୍ୟକ ପ୍ରସ୍ତାବ ମଧ୍ୟ ଦେଇପାରିବ । ତେବେ ଆମ ସମାଜ ଏଆଇକୁ କେଉଁଭଳି ଆପଣାଇବ, ତାକୁ ନେଇ ଅନିଶ୍ଚିତତା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.