ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ତିମ ପର୍ଯ୍ୟାୟ ମତଦାନ: ଦିନ ୯ଟା ସୁଦ୍ଧା ୧୧.୩୧% ଭୋଟିଂ

ନୂଆାଦିଲ୍ଲୀ, ୧/୬: ଲୋକସଭା ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ଭୋଟ୍ । ସପ୍ତମ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଆସନରେ ଭୋଟ ଗ୍ରହଣ । ବିହାର, ଚଣ୍ଡିଗଡ, ହିମାଚଳପ୍ରଦେଶ, ଝାଡଖଣ୍ଡ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୫୭ଟି ଲୋକସଭା ଆସନ ସହିତ ଓଡିଶାରେ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ୭ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ୧୩ ଲେଖାଏଁ ଆସନ, ବିହାରରେ ୮, ଓଡିଶାରେ ୬, ହିମାଚଳ ପ୍ରଦେଶରେ ୪, ଝାଡଖଣ୍ଡରେ ୩ ଏବଂ ଚଣ୍ଡୀଗଡରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତାଦାତା । ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ ୯୦୪ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୯ ଜଣ ପୁରୁଷ ,୯୪ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର । ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ ପ୍ରତିଶତ ଭୋଟିଂ ହୋଇଛି । ବିହାରର ୧୦.୫୮, ହିମାଚଳ ପ୍ରଦେଶରେ ୧୪.୩୫, ଝାଡଖଣ୍ଡରେ ୧୨.୧୫, ଓଡିଶାରେ ୭.୬୯, ପଞ୍ଜାବରେ ୯.୬୪, ଉତ୍ତରପ୍ରଦେଶରେ ୧୨.୯୪, ପଶ୍ଚିମବଙ୍ଗରେ ୧୨.୬୩ ଏବଂ ଚଣ୍ଡିଗଡରେ ୧୧.୬୪ ପ୍ରତିଶତ ମତଦାନ ହୋଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.