ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରାଉଡ ଫଣ୍ଡିଂ ଫିଲ୍ମ ‘ମନ୍ଥନ’, ୫୦ସହର ଓ ୧୦୦ଫିଲ୍ମ ହଲରେ ରିଲିଜ ହେଲା

ନୂଆଦିଲ୍ଲୀ,୧/୬ : ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଓ୍ବାର୍ଲ୍ଡ ପ୍ରିମିୟରରେ ବହୁତ ଭଲ ସଫଳତା ପରେ ଫିଲ୍ମ ହେରିଟେଜ ଫାଉଣ୍ଡେଶନ ଦ୍ବାରା ପୁନଃରୁଦ୍ଧାର କରାଯାଇଥିବା ଶ୍ୟାମ ବେନେଗଲଙ୍କ ଲୋକପ୍ରିୟ ପୁନସ୍ଥାପିତ କ୍ଲାସିକ ଫିଲ୍ମ ‘ମନ୍ଥନ’ (୧୯୭୬) ଏବେ ୧ ଏବଂ ୨ଜୁନରେ ଦେଶ ସାରା ୫୦ସହର ଏବଂ ୧୦୦ଫିଲ୍ମ ହଲରେ ରିଲିଜ ହୋଇଛି । ଫିଲ୍ମ ହେରିଟେଜ ଫାଉଣ୍ଡେଶନ ଏବଂ ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡରେଶନ ଲିମିଟେଡ, ପିଭିଆର- ଆଇଏନଏକ୍ସ ଲିମିଟେଡ ଏବଂ ସିନେପଲିସ ସହ ମିଶି ଏହି ଫିଲ୍ମକୁ ରିଲିକ କରିଛି । 

ଫିଲ୍ମ ହେରିଟେଜ ଫାଉଣ୍ଡେଶନର ସଂସ୍ଥାପକ ଶିବେନ୍ଦ୍ର ସିଂହ ଡୁଂଗରପୁର କହିଛନ୍ତି କି ‘ମନ୍ଥନ’ ଫିଲ୍ମ ଭାରତର ପ୍ରଥମ କ୍ରାଉଉଫଣ୍ଡିଂ ଆନ୍ଦୋଳନ ଅଟେ । ମନ୍ଥନ ଫିଲ୍ମ ନିର୍ମାଣ ଲାଗି ସେତେବେଳେ ୫ଲକ୍ଷ ଡାଏରୀ କୃଷକଙ୍କ ଦ୍ବାରା ପ୍ରତ୍ୟେକ କୃଷକ ୨ଟଙ୍କାର ଯୋଗଦାନ କରିଥିଲେ । ଏହି ଫିଲ୍ମରେ ଗିରିଶ କର୍ଣ୍ଣାଡ, ନାସିଋଦ୍ଦିନ ଶାହ, ସ୍ମିତା ପାଟିଲ, ଡ. ମୋହନ ଅଗାଶୋ, କୁଲଭୂଷଣ ଖରବନ୍ଦା, ଅନନ୍ତ ନାଗ ଏବଂ ଆଭା ଧୁଲିୟାଙ୍କ ଭଳି କେତେକ ବଡ଼ କଳାକାର କାମ କରିଥିଲେ । ମନ୍ଥନର ସୁଟିଂ ପ୍ରସିଦ୍ଧ ଛାୟାକାର ଏବଂ ନିର୍ଦ୍ଦେଶକ ଗୋବିନ୍ଦ ନିହଲାନୀ କରିଥିଲେ ଏବଂ ଏହାର ସଂଗୀତ ପ୍ରସିଦ୍ଧ ସଂଗୀତକାର ବନରାଜ ଭାଟିୟା ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.