ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନିର୍ବାଚନ ଡ୍ୟୁଟିରେ ୮ ମାସର ଗର୍ଭବତୀ ଏସ୍‌ପି ନିବେଦିତା

ଭୋପାଳ, ୧/୬: ଶେଷ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର । ଚାରିଆଡେ କଡା ବନ୍ଦୋବସ୍ତ। ନିର୍ବାଚନ ଡ୍ୟୁଟିରେ ପ୍ରଶାସନ। ଭୋଟ୍‌ ପାଇଁ ସମସ୍ତ ଚାକିରିଆଙ୍କ ଛୁଟି ବାତିଲ। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନିଆରା ଦୃଶ୍ୟ। ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଅଛନ୍ତି ୮ ମାସର ଗର୍ଭବତୀ। ତାଙ୍କର ନାମ ନିବଦିତା ନାଇଡୁ । ପେସାରେ ସେ ଜଣେ ଆରକ୍ଷୀ ଅଧିକ୍ଷକ । ମାତୃତ୍ୱକୁ ପଛରେ ପକାଇ ସେ କରୁଛନ୍ତି ଦେଶ ସେବା। 

୮ ମାସର ଗର୍ଭବତୀ ଥାଇ ମଧ୍ୟ ନିର୍ବାଚନ ଡ୍ୟୁଟି କରୁଛନ୍ତି ଏସ୍‌ପି। ମା' ହେବା ପୂର୍ବରୁ ସେ ଦେଶର ଝିଅ ହେବାର ତୁଲାଉଛନ୍ତି କର୍ତ୍ତବ୍ୟ। ୧୦ ଘଣ୍ଟାର କଡ଼ା ଡ୍ୟୁଟି ସହ ନାଇଟ୍‌ ପେଟ୍ରୋଲିଂ ଠାରୁ ଆରମ୍ଭ କରି ଘର ଘର ବୁଲି କରୁଛନ୍ତି ଚେକିଂ। କେବଳ ସେତିକି ନୁହେଁ ଅପରାଧିଙ୍କ ଉପରେ ମଧ୍ୟ ରହିଛି ତାଙ୍କର କଡ଼ା ନଜର। କାମ ଆଗରେ ତାଙ୍କ ପାଇଁ ତୁଚ୍ଛ ହୋଇପଡିଛି ତାଙ୍କ ଗର୍ଭାବସ୍ଥା। ତେବେ ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.