ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ବୋମା ଆତଙ୍କ, ମୁମ୍ବାଇରେ ହେଲା ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆାଦିଲ୍ଲୀ,୧/୬: ପୁଣି ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି ସକାଳେ  ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବାର ଧମକ ମିଳିଛି ।   ଏହି ଖବର ପରେ   ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି। ବିମାନରେ ୧୭୨ ଜଣ ଯାତ୍ରୀ ଓ କ୍ର୍ୟୁ ସଦସ୍ୟ ଥିବା ଜଣାପଡିଛି। ତେବେ ସମସ୍ତ ଯତ୍ରୀଙ୍କୁ ସୁରକ୍ଷିତ ରେସ୍କ୍ୟୁ କରାଯାଇଥିବା ବେଳେ ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ତେବେ ବିମାନ ଭିତରେ ମଝି ଆକାଶରେ ଜଣେ କ୍ରୁ ସଦସ୍ୟଙ୍କୁ ଏକ ନୋଟ୍‌ ମିଳିଥିଲା। ଯେଉଁଥିରେ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା। ଚିଠିରେ ଇଂରାଜୀରେ ଡୁ ନଟ୍‌ ଲ୍ୟାଣ୍ଡ ବମ୍ବେ, ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ ଲେଖାଥିଲା। ଏହାପରେ ବିମାନକୁ ମୁମ୍ବାଇରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଇ ପ୍ରୋଟୋକଲ ଅନୁସାରେ ଯାଞ୍ଚ କରାଯାଉଛି। ସେହିପରି ଗତ ୨୮ ତାରିଖ ଦିନ ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.