ନୂଆଦିଲ୍ଲୀ,୧୩/୦୭; ମଧ୍ୟପ୍ରେଦଶର ଚର୍ଚ୍ଚିତ ଟ୍ୱଶା ମୃତ୍ୟୁ ମାମଲାରେ ନୂଆ ଖୁଲାସା ହୋଇଛି । ମଡେଲ ତଥା ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସର ଟିମ୍ ପ୍ରାୟ ମାସେ ଧରି ଯାଞ୍ଚ କରିବା ପରେ ୧୧ ପୃଷ୍ଠାର ଏକ ଚୂଡ଼ାନ୍ତ ଫରେନସିକ୍ ରିପୋର୍ଟକୁ ସିଲବନ୍ଦ ଲଫାଫାରେ ସିବିଆଇ ନିକଟରେ ଦାଖଲ କରିଛି । ଏହାର ଏକ କପିକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ମଧ୍ୟ ପଠାଯାଇଛି । ଏବେ ସିବିଆଇ ଏହି ରିପୋର୍ଟ ଆଧାରରେ ଆଗାମୀ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରିପୋର୍ଟରେ ଫାଶୀ ଲଗାଇବା ପାଇଁ ବ୍ୟବହାର ହୋଇଥିବା ଜିମ୍ନାଷ୍ଟିକ ବେଲ୍ଟରେ ଟ୍ୱିଶାଙ୍କ ସ୍କିନ ଟିସ୍ୟୁ ମିଳିଥିବା କୁହାଯାଇଛି । ବେଲ୍ଟରେ ମିଳିଥିବା ସେହି ସ୍କିନ ଟିସ୍ୟୁ ମୃତକଙ୍କ ଗଳାରେ ଥିବା କ୍ଷତଚିହ୍ନର ଅନୁରୂପ । ତେବେ ଏହା ଏକ ଆତ୍ମହତ୍ୟା ମାମଲା କିମ୍ବା ଅନ୍ୟ କୌଣସି ସ୍ଥିତି ସହ ଜଡ଼ିତ ସେଥିନେଇ ସିବିଆଇ ଅଦ୍ୟାବଧି କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ । ଘଟଣାସ୍ଥଳରୁ ମିଳିଥିବା ସମାନ ଜିମ୍ ବେଲ୍ଟ ଦ୍ୱାରା ହତ୍ୟା କରି ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ହୋଇଥାଇପାରେ ।
ଏମ୍ସ ପକ୍ଷରୁ ମିଳିଥିବା ରିପୋର୍ଟକୁ ସିବିଆଇ ଅନୁଧ୍ୟାନ ଏବଂ ବିଶ୍ଳେଷଣ କରୁଛି । ମେ ୧୨ ତାରିଖରେ ଭୋପାଳସ୍ଥିତ ଶ୍ୱଶୁରଘରୁ ଟ୍ୱିଶାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଟ୍ୱିଶା ଆତ୍ମହତ୍ୟା କରିଥିବା ଶ୍ୱଶୁରଘର ଲୋକେ ଦର୍ଶାଇଥିଲେ । ତାଙ୍କ ପରିବାର ଲୋକେ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ହାଇକୋର୍ଟ ଟ୍ୱିଶାଙ୍କର ଦ୍ୱିତୀୟ ପୋଷ୍ଟମର୍ଟମ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ଏମ୍ସର ୫ ସଦସ୍ୟବିଶିଷ୍ଟ ବିଶେଷଜ୍ଞ ବୋର୍ଡ ମେ ୨୪ରେ ପୁଣି ଥରେ ଟ୍ୱିଶାଙ୍କର ପୋଷ୍ଟମର୍ଟମ ଏବଂ ବୈଜ୍ଞାନିକ ଯାଞ୍ଚ କରିଥିଲେ ।
ଏହା ବି ପଢନ୍ତୁ...Fire Incident: ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ୨୭ ଜୀବନ, ନଥିଲା ଏକଜିଟ୍ ଗେଟ୍, ଟଏଲଟ୍ ଆଡ଼କୁ ଦୌଡ଼ିଲେ ଲୋକ
ଘଟଣାଟି କ’ଣ ? ମେ' ୧୨ ତାରିଖରେ ଭୋପାଳରେ ଶାଶୂଘରେ ଟ୍ୱିଶା ଶର୍ମାଙ୍କ ମୃତଦେହ ମିଳିଥିଲା। ପ୍ରଥମ ପୋଷ୍ଟମର୍ଟମ ସମୟରେ, ଫାଶୀ ଭାବରେ ବ୍ୟବହୃତ ଜିମ୍ ବେଲ୍ଟକୁ ମେଡିକାଲ୍ ବୋର୍ଡ ସମ୍ମୁଖରେ ଉପସ୍ଥାପିତ କରାଯାଇ ନଥିଲା । ଫଳସ୍ୱରୂପ, ତାଙ୍କ ବେକରେ ଥିବା ଚିହ୍ନଗୁଡ଼ିକ ବେଲ୍ଟ ଯୋଗୁଁ ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ଅସମ୍ଭବ ଥିଲା । ପରେ, ମଧ୍ୟପ୍ରଦେଶ ହାଇକୋର୍ଟ ଦିଲ୍ଲୀର ଏମ୍ସରୁ ଏକ ମେଡିକାଲ ବୋର୍ଡ ଦ୍ୱାରା ଦ୍ୱିତୀୟ ପୋଷ୍ଟମର୍ଟମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ପୋଷ୍ଟମର୍ଟମ୍ ମେ' ୨୪ ତାରିଖରେ କରାଯାଇଥିଲା । ସେହି ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଏବେ ସିବିଆଇକୁ ପ୍ରଦାନ କରାଯାଇଛି । ଟ୍ୱିଶା ମୃତ୍ୟୁ ମାମଲାରେ ଶାଶୂ ଏବଂ ସ୍ୱାମୀ ସମର୍ଥ ଜେଲରେ ଅଛନ୍ତି । ଏହାରି ଭିତରେ ଟ୍ୱିଶାଙ୍କ ବାପାମାଆ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।