ନୂଆଦିଲ୍ଲୀ ୨୩/୦୩: ନ୍ୟୁୟର୍କର ଲା ଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିମାନବନ୍ଦରରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଛି ଏୟାର କାନାଡା ଏକ୍ସପ୍ରେସର ଏକ ବିମାନ । ଯାହାଦ୍ୱାରା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଏୟାର କାନାଡା ଏକ୍ସପ୍ରେସ୍ ବିମାନଟି ବିମାନବନ୍ଦରରେ ଠିଆ ହୋଇଥିବା ଏକ ଦମକଳ ବାହିନୀ ଗାଡିସହ ଧକ୍କା ହୋଇଥିଲା। ଯାହା ଫଳରେ ବିମାନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ, ଲା ଗାର୍ଡିଆ ବିମାନବନ୍ଦରକୁ ଯାଉଥିବା ବିମାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଉଡ଼ାଣ ଏବଂ ଅବତରଣକୁ ସ୍ଥଗିତ ରଖାଯାଇଛି। ଦୁର୍ଘଟଣାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି।
ଆହୁରି ପଢ଼ନ୍ତୁ...ମଝି ଆକାଶରେ ୟୁ-ଟର୍ଣ୍ଣ ନେଲା ଏୟାର ଇଣ୍ଡିଆ ବିମାନ, ୧୩ ଘଣ୍ଟାର ଉଡ଼ାଣ ନଷ୍ଟ, ଯାତ୍ରୀ ହେଲେ ହନ୍ତସନ୍ତ…