ପ୍ରମୂଖ ଖବର
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପରେ ଆସିଲା ଏୟାର ଇଣ୍ଡିଆର ସିଇଓଙ୍କ ପ୍ରତିକ୍ରିୟା, କହିଲେ- କୌଣସି ସମସ୍ୟା ନଥିଲା

Published By : Harapriya Biswal | July 14, 2025 3:31 PM

ନୂଆଦିଲ୍ଲୀ,୧୪।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ ଉପରେ ଏୟାର ଇଣ୍ଡିଆ ସିଇଓଙ୍କ ବୟାନ ସାମନାକୁ ଆସିଛି। ଏଏଆଇବିର ପ୍ରାଥମିକ ରିପୋର୍ଟରେ କୌଣସି ଯାନ୍ତ୍ରିକ ସମସ୍ୟା ନେଇ ସୂଚନା ମିଳିନି । ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପ୍ରବଦ୍ଧ ନିର୍ଦେଶକ କ୍ୟାମ୍ପବେଲ ଓ୍ବିଲସନ୍‌ ସୋମବାର ସୂଚନା ଦେଇଛନ୍ତି।  ସେ କହିଛନ୍ତି ଇନ୍ଧନର କ୍ବାଲିଟିରେ କୌଣସି ସମସ୍ୟା ନଥିଲା। ‘ଟେକ୍ ଅଫ୍ ରୋଲ୍‌’ରେ କୌଣସି ଅସାମନତା ନଥିଲା। ପାଇଲଟ୍ ଉଡାଣ କରିବା ପୂର୍ବରୁ ବ୍ରେଥ ଆନାଲାଇଜର ଟେଷ୍ଟ ପାସ୍ କରିଥିଲେ। ତାଙ୍କ ନିରେ କିଛି ବି ଅସ୍ବାଭାବିକତା ଦେଖିବାକୁ ମିଳିନଥିଲା। ’ଟେକ ଅଫ୍ ରୋଲ’ ସେହି ପର୍ଯ୍ୟାୟ ହୋଇଥାଏ ଯେତେବେଳ ଏକ ବିମାନ ରନ୍‌ଓ୍ବେରେ ରନିଂ କରିଥାଏ ଯେପରି ଉଡାଣ ଭରିବା ପାଇଁ ପର୍ଯ୍ୟାପ୍ତ ଗତି ପାଇପାରିବ।

ଓ୍ବିଲସନ୍ କହିଛନ୍ତି, ଆମେ ତଦନ୍ତକାରୀଙ୍କ ସହଯୋଗ କରୁଛୁ। ଦୁର୍ଘଟଣାର କିଛି ଦିନ ଭିତରେ ଏବେ ଅତ୍ୟାଧିକ ସାବଧାନି ଗ୍ରହଣ କରାଯାଇଥିଲା। ଡିଜିସିଏ ଦେଖାଶୁଣାରେ ସାମିଲ ପ୍ରତ୍ୟେକ ବୋଇଂ ୭୮୭ ବିମାନର ଯାଞ୍ଚ କରାଯାଇଛି। ଏହି ସବୁ ସେବା ଦେବା ପାଇଁ ଉପଯୁକ୍ତ ବୋଲି ଜଣାପଡିଛି। ସେ କହିଛନ୍ତି, ଆମେ ସବୁ ବିମାନର ଜରୁରୀ ଯାଞ୍ଚ ଜାରି ରଖିବୁ ଓ ଭବିଷ୍ୟତରେ ଯାହା ବି ଯାଞ୍ଚର ସୁପାରିଶ ଅଧିକାରୀ କରିବେ, ତାହା ମଧ୍ୟ କରାଯିବ।

ଏଏଆଇବି ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନର ଦୁର୍ଘଟଣାଗ୍ରସ୍ତ ହେବାପରେ ଶନିବାର ନିଜର ପ୍ରାରମ୍ଭିକ ରିପୋର୍ଟ ଜାରି କରିଛି। ଏହି ଦୁର୍ଘଟଣାରେ ୧୨ ଜୁନରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଅହମ୍ମଦାବାଦରୁ ଲଣ୍ଡନ ଗେଟଓ୍ବିକ୍ ଯାଉଥିବା ବିମାନ ଉଡାଣ ଭରିବାର ତୁରନ୍ତ ପରେ ମେଡିକାଲ କଲେଜର ହଷ୍ଟେଲ ବିଲ୍ଡିଂରେ ମାଡ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.