ପ୍ରମୂଖ ଖବର
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇସ୍ରାଏଲ-ଇରାନ ସଂଘର୍ଷ ଭିତରେ ବାୟୁସୀମା ବନ୍ଦ; ଫେରିଲା ମୁମ୍ବାଇରୁ ଲଣ୍ଡନ ଯାଉଥିବା ଫ୍ଲାଇଟ୍

Published By : Manash Sahoo | June 13, 2025 2:00 PM

ନୂଆଦିଲ୍ଲୀ, ୧୩/୦୬: ମୁମ୍ବାଇରୁ ଲଣ୍ଡନ ପାଇଁ ଉଡ଼ାଣ ଭରିଥିବା ବିମାନ ଫେରିଲା । ଇରାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଫ୍ଲାଇଟକୁ ଉଡ଼ାଣର କିଛି ସମୟ ପରେ ଫେରାଇ ଅଣାଯାଇଛି । ଏହା ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରୁ ଭୋର ୫.୨୦ ମିନିଟରେ ଲଣ୍ଡନ ପାଇଁ ଉଡ଼ାଣ ଭରିଥିଲା ।   

ଇସ୍ରାଏଲ ସେନା ହମଲା କରିବା ପରେ ଇରାନର ଏୟାର ସ୍ପେଶ ବନ୍ଦ ହୋଇଛି । ଯାହା ଫଳରେ ଏୟାର ଇଣ୍ଡିଆର  AIC129  ବିମାନ ପୁଣି ଥରେ ମୁମ୍ବାଇ ଫେରି ଆସିଛି । ଏହି ବିମାନଟି ଶୁକ୍ରବାର ସକାଳୁ ୧୯ ମିନିଟ୍ ବିଳମ୍ବରେ ଅର୍ଥାତ୍ ୫.୩୯ ମିନିଟରେ ଉଡ଼ାଣ ଭରିଥିଲା । ଇରାନର ଏୟାର ସ୍ପେଶ୍ ବନ୍ଦ ହେବା ପରେ ବିଶ୍ୱର ଅଧିକାଂଶ ଏୟାର ଲାଇନ୍ ନିଜ ବିମାନର ଗତିପଥ ପରିବର୍ତ୍ତନ କରିଛନ୍ତି ।

ଇରାନ ଓ ଇରାକର ଏୟାର ସ୍ପେଶ୍ ଯିବାକୁ ବଞ୍ଚୁଛନ୍ତି ବିଶ୍ବର ଅନେକ ଏୟାର ଲାଇନ୍ । ଫ୍ଲାଇଟରାଡାର ୨୪ ତଥ୍ୟ ମୁତାବକ ଇସ୍ରାଏଲ ପକ୍ଷରୁ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ହୋଇଥିଲା ।  ଏହା ପରେ ଏୟାରଲାଇନ୍ସ କମ୍ପାନୀ ମାନେ ଇସ୍ରାଏଲ, ଇରାନ ଓ ଇରାକ ବାୟୁସୀମାରେ ବିମାନ ଉଡ଼ାଣକୁ ରଦ୍ଦ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.