ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନ୍ୟୁୟର୍କ ଯାଉଥିବା ବିମାନକୁ ବୋମା ଧମକ, ମଝି ରାସ୍ତାରୁ ଫେରି ଆସିଲା ମୁମ୍ବାଇ

Published By : Harapriya Biswal | March 10, 2025 3:19 PM

ନୂଆଦିଲ୍ଲୀ,୧୦।୩: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆାର ବିମାନରେ ବମ୍ ଥିବାର ସୂଚନା ପରେ ଖେଳିଗଲା ଆତଙ୍କ। ଏହି ସୂଚନା ପରେ ତୁରନ୍ତ ମୁମ୍ବାଇ ଫେରି ଆସିଲା ବିମାନ। ମିଳିଥିବା ଖବର ଅନୁସାରେ, ବିମାନରେ ୩୨୦ ରୁ ଅଧିକ ଲୋକ ଥିଲେ ଓ ଏହା ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଥିଲା। ସୁରକ୍ଷା ଏଜେନ୍ସି ଏହାର ଯାଞ୍ଚ କରୁଛି।

ଏୟାର ଇଣ୍ଡିଆର ସୂଚନା ଅନୁସାରେ, ୧୦ ମାର୍ଚ୍ଚ ୨୦୨୫ ରେ ମୁମ୍ବାଇ ନ୍ୟୁୟର୍କ (ଜେଏଫ୍‌କ) ଉଡାଣ ଏଆଇ ୧୧୯ ରେ ସମ୍ଭାବିତ ସୁରକ୍ଷା ବିପଦ ସମ୍ପର୍କରେ ଜଣାପଡିଥିଲା। ଅତ୍ୟାବଶ୍ୟକୀୟ ପ୍ରୋଟୋକଲ୍‌ର ପାଳନ କରିବା ପରେ, ବିମାନରେ ଥିବା ସମସ୍ତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ମୁମ୍ବାଇ ଫେରାଇ ନିଆଯାଇଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସା‌ରେ, ବିମାନରେ ବମ୍ ଥିବାର ସୂଚନା ମିଳିଥିଲା ଓ ଏ ବିଷୟରେ ବିମାନର ଶୌଚାଳୟରେ ଏକ ଚିଠି ମଧ୍ୟ ମିଳିଛି। ବୋଇଂ ୭୭୭-୩୦୦ ଇଆଇ ବିମାନରେ ଚାଳକ ଦଳର ୧୯ ସଦସ୍ୟଙ୍କ ସହିତ ୩୨୨ ଯାତ୍ରୀ ଥିଲେ।

ଏୟାର ଇଣ୍ଡିଆର ମୁଖପାତ୍ର ଏ ବିଷୟରେ କହିଛନ୍ତି ଯେ, ଆଜି ୧୦ ମାର୍ଚ୍ଚରେ ମୁମ୍ବାଇ-ନ୍ୟୁୟର୍କ (ଜେଏଫ୍‌କେ) ଉଡାଣ ଭରିଥିବା ଏଆଇ୧୯ରେ ଉଡାଣ ବେଳେ ସମ୍ଭାବିତ ସୁରକ୍ଷା ବିପଦ ସମ୍ପର୍କରେ ଜାଣିବାକୁ ପାଇଥିଲା। ଅତ୍ୟାବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରିବା ପରେ, ବିମାନରେ ଥିବା ସବୁ ଯାତ୍ରୀଙ୍କ ସୁରକ୍ଷାକୁ ଦେଖି ବିମାନକୁ ପୁଣିଥରେ ମୁମ୍ବାଇ ଫେରାଇ ନିଆଯାଇଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.