ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Terrorist Attack: ପହଲଗାମ ଆକ୍ରମଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଶ୍ରୀନଗରରୁ ଦିଲ୍ଲୀ ଏବଂ ମୁମ୍ବାଇକୁ ସ୍ୱତନ୍ତ୍ର ସେବା

Published By : Rasmita Pradhan | April 23, 2025 9:07 AM

ନୂଆଦିଲ୍ଲୀ, ୨୩/୦୪ : ଜାମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି। ଶ୍ରୀନଗରରୁ ଦିଲ୍ଲୀ ଏବଂ ମୁମ୍ଵାଇ ମଧ୍ୟରେ ଅତିରିକ୍ତ ଉଡାଣ ଘୋଷଣା। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ସ୍ଵତନ୍ତ୍ର ସେବା ଘୋଷଣା କରାଯାଇଛି। ଏପ୍ରିଲ ୨୩ରେ ଶ୍ରୀନଗରରୁ ଦିଲ୍ଲୀ ଏବଂ ମୁମ୍ବାଇକୁ ଦୁଇଟି ଅତିରିକ୍ତ ବିମାନ ଚଳାଚଳ କରିବ ବୋଲି ସୋସିଆଲ ମଡିଆରେ ସୂଚନା ଦିଆଯାଇଛି। 

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କ ସହ ଏହି ଦୁଃଖଦ ଘଟଣା ବିଷୟରେ ଆଲୋଚନା କରିଛନ୍ତି। ମୃତକଙ୍କୁ ଶ୍ରୀନଗରରୁ ତୁରନ୍ତ ମୁମ୍ବାଇ ଫେରାଇ ଆଣିବା ପାଇଁ ନାଇଡୁଙ୍କଠାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡ଼ିଛନ୍ତି। ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମୃତକଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସିନ୍ଦେ ଆଶ୍ୱାସନା ଦେଇଛନ୍ତି।

ଏୟାର ଇଣ୍ଡିଆ ସୂଚନା ଅନୁଯାୟୀ, ବୁଧବାର ଦିନ ଶ୍ରୀନଗରରୁ ଦିଲ୍ଲୀକୁ ସକାଳ ସାଢେ ୧୧ଟା ଏବଂ ମୁମ୍ବାଇକୁ ମଧ୍ୟାହ୍ନ ୧୨ଟାରେ ବିମାନ ଚଳାଚଳ କରିବ। ଅନ୍ୟ ସମସ୍ତ ଉଡାଣ ବିମାନ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀନଗରରୁ ଛାଡ଼ିବ। ଏୟାର ଇଣ୍ଡିଆ ଏହି ରୁଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ମାଗଣା ପୁନଃବୁକିଂ ଏବଂ ପୂର୍ଣ୍ଣ ଫେରସ୍ତ ମଧ୍ୟ ପ୍ରଦାନ କରିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, https://www.airindiaexpress.com/manage-booking ୱେବସାଇଟ୍‌ରେ କିମ୍ବା #SrinagarSupport ଟାଇପ୍ କରି ସହଜରେ ବୁକିଂ ମ୍ୟାନେଜ୍ କରିପାରିବେ। ଅଧିକ ସହାୟତା ପାଇଁ 01169329333, 01169329999 ନମ୍ଵରରେ କଲ୍ କରିପାରିବେ। 

ସେହିପରି ଏୟାର ଏଶିୟା ମଧ୍ୟ ଏପ୍ରିଲ ୩୦ ଯାଏଁ ଶ୍ରୀନଗରରୁ ଏବଂ ଶ୍ରୀନଗର ପାଇଁ ଉଡାଣ କ୍ୟାନ୍ସଲେସନ ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛି।

ଏହି ଖବରଟିକୁ ପଢନ୍ତୁ-ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା,ସାଉଦି ଆରବ ଗସ୍ତ ଅଧାରୁ ଫେରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଯୋଗଦେଲେ ମୋଦି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.