ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

‘ବିମାନ ଓ ଏହାର ଇଞ୍ଜିନରେ ଉଡାଣ ପୂର୍ବରୁ କୌଣସି ସମସ୍ୟା ନଥିଲା’, ଦୁର୍ଘଟଣା ନେଇ କହିଲେ ଏୟାର ଇଣ୍ଡିଆ ସିଇଓ

Published By : Harapriya Biswal | June 19, 2025 8:09 PM

ନୂଆଦିଲ୍ଲୀ,୧୯।୬: ଏୟାର ଇଣ୍ଡିଆର ସିଇଓ  କ୍ୟାପବେଲ୍ ଓ୍ବିଲସନ୍‌ ଅମହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିମାନର ରକ୍ଷଣାବେକ୍ଷଣା ଭଲ ଭାବରେ କରାଯାଇଥିଲ। ଏହାର ଶେଷ ଥର ପାଇଁ ବଡ଼ ଧୀରଣର ଯାଞ୍ଚ ଜୁନ୍‌ ୨୦୨୩  ଓ ଆଗାମୀ ଯାଞ୍ଚ ଡିସେମ୍ବର ୨୦୨୫ ରେ ନିର୍ଦ୍ଧାରିତ କରାଯାଇଥିଲା। ଏହାର ଡାହଣ ଇଞ୍ଜିନକୁ ମାର୍ଚ୍ଚ ୨୦୨୫ ରେ ମରାମତି କରାଯାଇଥିଲା ଓ ବାମ ଇଞ୍ଜିନକୁ ଅପ୍ରେଲ ୨୦୨୫ ରେ ନିରୀକ୍ଷଣ କରାଯାଇଥିଲା। ବିମାନ ଓ ଇଞ୍ଜିନ ଦୁଇଟିର ନିୟମିତ ଭାବରେ ଯାଞ୍ଚ କରାଯାଉଥିଲା। ଉଡାଣ ପୂର୍ବରୁ ଏଥିରେ କୌଣସି ସମସ୍ୟା ନଥିଲା। ଆମେ ପୁରା ବିମାନ ଉଦ୍ୟୋଗ ସହ ଅଫିସିଆଲ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରୁଛୁ।’

ସେ କହିଛନ୍ତି, ୧୪ ଜୁନ୍ ୨୦୨୫ରେ ଡିଜିସିଏ ପକ୍ଷରୁ ନିର୍ଦେଶ ମିଳିବା ପରେ, ଆମେ ନିଜର ୩୩ ବୋଇଂ ୭୮୭ ବିମାନର ଭଲ ଭାବରେ ଯାଞ୍ଚ କରୁଛୁ। ଏପର୍ଯ୍ୟନ୍ତ ୨୬ ବିମାନର ନିରୀକ୍ଷଣ ଶେଷ ହୋଇସାରିଛି। ଏହାକୁ ସେବାରେ ନିୟୋଜିତ କରିବାର ମଞ୍ଜୁରୀ ଦିଆଯାଇଛି। ବାକି ବିମାନର ବର୍ତ୍ତମାନ ରକ୍ଷଣାବେକ୍ଷଣା ଓ ଅତିରିକ୍ତ ଯାଞ୍ଚ କରାଯିବ। ସେ କହିଛନ୍ତି, ସମୀକ୍ଷା ପରେ ଡିଜିସିଏ କହିଛି ଆମର ବୋଇଂ ୭୮୭ ୟୁନିଟ ଓ ରକ୍ଷଣାବେକ୍ଷଣା ପକ୍ରିୟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ମାନକକୁ ପୁରା କରୁଛି। 

ବିମାନ ବ୍ଲାକ (ଡିଏଫ୍‌ଡିଆର ଓ ସିଭିଆର) ଦୁଇଟି ଭାଗରେ ଉଦ୍ଧାର କରାଯାଇଛି। ଏହାର ପ୍ରଥମ ସେଟ୍ ୧୩ ଜୁନ୍‌ରେ ମିଳିଛି। ସେଭଳି ଦ୍ବିତୀୟ ସେଟ୍‌ ୧୬ ଜୁନ୍‌ରେ ଉଦ୍ଧାର କରାଯାଇଛି। ଏହି ବିମାନ ମଡେଲ ଦୁଇଟି ବ୍ଲାକ ସେଟ୍‌ରେ ରହିଛି, ଯାହାଫଳରେ ଅଧିକ ସୂଚନା ମିଳିବାର ଆଶା ରହିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.