ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଏଲନ ମସ୍କଙ୍କ କମ୍ପାନୀ ସହ ଏୟାରଟେଲ୍ ଓ ବଡ଼ ଡିଲ୍ , ଭାରତୀୟଙ୍କୁ ମିଳିବ ଷ୍ଟାରଲିଙ୍କ୍‌ର ସର୍ଭିସ୍

Published By : Prameya | March 11, 2025 7:06 PM

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସହ ଡିଲ୍‌ କରିଥିବା ସୂଚନା ଦେଇଛି। କମ୍ପାନୀ ମଙ୍ଗଳବାର ୧୧ ମାର୍ଚ୍ଚରେ ସେୟାର ବଜାରକୁ କହିଛି ଯେ , ସେ ଭାରତରେ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଷ୍ଟାରଲିଙ୍କ ଆଣିବା ପାଇଁ, ଏଲନ୍‌ ମସ୍କଙ୍କ ସ୍ପେସ୍‌ଏକ୍ସ ସହ ଏକ ଚୁକ୍ତିନାମାରେ ଦସ୍ତଖତ କରିଛି। ଉକ୍ତ ଡିଲ୍‌ ଅନୁସାରେ , କମ୍ପାନୀ ସ୍ପେସଏକ୍ସର ସାଟେଲାଇଟ୍‌ ଇଣ୍ଟରନେଟ୍ ଡିଭିଜନ ଷ୍ଟାରଲିଙ୍କ୍‌ ମାଧ୍ୟମରେ ଭାରତରେ ନିଜର ଗ୍ରାହକଙ୍କୁ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇବ। 

କହି ରଖୁଛୁ କି , ଭାରତୀ ଏୟାରଟେଲ୍‌ର ସେୟାରରେ ଆଜି ମଙ୍ଗଳବାର ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀର ସେୟାର ବ୍ୟବସାୟ ବେଳେ ୩ ପ୍ରତିଶତ ଯାଏ ବଢିଯାଇ ଥିଲା। କମ୍ପାନୀର ସେୟାର ଆଜି ମଙ୍ଗଳବାର ବ୍ୟବସାୟ ବେଳେ ୧୬୭୬.୧୦ ଟଙ୍କାରେ ପହଞ୍ଚି ଯାଇଥିଲା।

ଟେଲିକମ୍‌ ଜିଆଣ୍ଟ ଭାରତୀ ଏୟାରଟେଲ୍‌ କହିଛି , ଭାରତରେ ଷ୍ଟାରଲିଙ୍କର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବା ପାଇଁ ସ୍ପେସ୍‌ଏକ୍ସ ସହ ଏକ ଚୁକ୍ତିନାମା (ଡିଲ୍‌) ଉପରେ ଦସ୍ତଖତ କରିଛି। ହେଲେ ଏହି ଡିଲ୍‌ ଦେଶରେ ଷ୍ଟାରଲିଙ୍କ୍‌ ସେବା ଗୁଡ଼ିକୁ ବିକ୍ରି କରିବା ପାଇଁ ସ୍ପେସ୍‌ଏକ୍ସର ରେଗୁଲଟେରୀ ଆପ୍ରୁଭାଲ ଅନୁସାରେ ଅଛି। ଏହି ପାର୍ଟନରସିପ୍‌ ସହ , ଏୟାରଟେଲ୍‌ ଓ ସ୍ପେସ୍‌ଏକ୍ସ ପୂରା ଭାରତରେ ଇଣ୍ଟରନେଟ୍ କନେକ୍ଟିଭିଟିର ସହଯୋଗ ଓ ବିସ୍ତାରର ଉପାୟ ଖୋଜିବ। ଚୁକ୍ତି ହିସାବରେ , ଏୟାରଟେଲ୍‌ ନିଜର ରିଟେଲ ଷ୍ଟୋରରେ ଷ୍ଟାରଲିଙ୍କ୍‌ ଇକ୍ୱିପମେଣ୍ଟ ପ୍ରଦାନ କରିପାରେ ଏବଂ ବ୍ୟବସାୟକୁ ଷ୍ଟାରଲିଙ୍କର ହାଇ-ସ୍ପିଡ୍‌ ସାଟେଲାଇଟ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡ୍‌ କରିପାରେ। 

କନେକ୍ଟିଭିଟିର ବିସ୍ତାରରେ ପୂରା ଡିଲ୍‌ ଅନୁସାରେ ,କମ୍ପାନୀ ଏହା ମଧ୍ୟ ସନ୍ଧାନ କରିବା ଯେ, କେମିତି ଷ୍ଟାରଲିଙ୍କର ସାଟେଲାଇଟ୍‌ ଟେକନିକ୍‌ ଏୟାରଟେଲ୍‌ର ଥିବା ନେଟୱର୍କକୁ ବଢାଇ ପାରେ। କମ୍ପାନୀ ନିଜ ବୟାନରେ କହିଛି କି, ଏହି ସହଯୋଗ ସାରା ଦେଶରେ ହାଇ କନେକ୍ଟିଭିଟ୍‌ ସଲ୍ୟୁସନ ପ୍ରଦାନ କରିବାରେ ଏୟାରଟେଲର ଲମ୍ୱା ଅବଧିର ଷ୍ଟ୍ରାଟେଜି ଅନୁରୂପ। 

ଏୟାରଟେଲ୍‌ ସାଟେଲାଇଟ୍‌ ବ୍ରଡବ୍ରାଣ୍ଡ ପାଇଁ ପୂର୍ବରୁ ହିଁ ୟୁଟେଲସେଟ୍‌ ୱନୱେବ୍‌ ସହ ପାର୍ଟନରସିପ୍‌ କରି ସାରିଛି ଏହଂ ଏହାର ପୋର୍ଟଫୋଲିଓରେ ଷ୍ଟାରଲିଙ୍କ୍‌କୁ ସାମିଲ କରିବା ଦ୍ୱାରା ଏହାର କଭରେଜ୍‌ କମ୍‌ ବା ବିନା ଇଣ୍ଟରନେଟ୍‌ରେ ଥିବା କ୍ଷେତ୍ର ଯାଏ ବଢିଯିବ। ଦୂରସଞ୍ଚାର କ୍ଷେତ୍ରରେ ବ୍ୟବସାୟ ଓ କମ୍ୟୁନିଟିକୁ ମଧ୍ୟ ହାଇସ୍ପିଡ୍‌ ବ୍ରଡବ୍ରାଣ୍ଡ ପର୍ଯ୍ୟନ୍ତ ଅଧିକ ପହଞ୍ଚିବାରେ ଲାଭ ହେବ ,ଯେଉଁଥିରେ ବୃଦ୍ଧି ଓ ବିକାଶର ନୂଆ ସୁଯୋଗ ଖୋଲିବ। 

ଭାରତୀ ଏୟାରଟେଲ୍‌ର ଏମଡି ଓ ଉପାଧ୍ୟକ୍ଷ ଗୋପାଳ ଭିଟ୍ଟଲ କହିଛନ୍ତି ,ଭାରତରେ ଏୟାରଟେଲ୍‌ ଗ୍ରାହକଙ୍କୁ ଷ୍ଟାରଲିଙ୍କ୍‌ର ପ୍ରଦାନ କରିବା ପାଇଁ ସ୍ପେସଏକ୍ସ ସହ କାମ କରିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଆଗାମୀ ପିଢିର ସାଟେଲାଇଟ୍‌ କନେକ୍ଟିଭିଟ୍‌ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦର୍ଶାଇ ଥାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.