ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସହ ଡିଲ୍‌ କରିଥିବା ସୂଚନା ଦେଇଛି। କମ୍ପାନୀ ମଙ୍ଗଳବାର ୧୧ ମାର୍ଚ୍ଚରେ ସେୟାର ବଜାରକୁ କହିଛି ଯେ , ସେ ଭାରତରେ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଷ୍ଟାରଲିଙ୍କ ଆଣିବା ପାଇଁ, ଏଲନ୍‌ ମସ୍କଙ୍କ ସ୍ପେସ୍‌ଏକ୍ସ ସହ ଏକ ଚୁକ୍ତିନାମାରେ ଦସ୍ତଖତ କରିଛି। ଉକ୍ତ ଡିଲ୍‌ ଅନୁସାରେ , କମ୍ପାନୀ ସ୍ପେସଏକ୍ସର ସାଟେଲାଇଟ୍‌ ଇଣ୍ଟରନେଟ୍ ଡିଭିଜନ ଷ୍ଟାରଲିଙ୍କ୍‌ ମାଧ୍ୟମରେ ଭାରତରେ ନିଜର ଗ୍ରାହକଙ୍କୁ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇବ। 

କହି ରଖୁଛୁ କି , ଭାରତୀ ଏୟାରଟେଲ୍‌ର ସେୟାରରେ ଆଜି ମଙ୍ଗଳବାର ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀର ସେୟାର ବ୍ୟବସାୟ ବେଳେ ୩ ପ୍ରତିଶତ ଯାଏ ବଢିଯାଇ ଥିଲା। କମ୍ପାନୀର ସେୟାର ଆଜି ମଙ୍ଗଳବାର ବ୍ୟବସାୟ ବେଳେ ୧୬୭୬.୧୦ ଟଙ୍କାରେ ପହଞ୍ଚି ଯାଇଥିଲା।

ଟେଲିକମ୍‌ ଜିଆଣ୍ଟ ଭାରତୀ ଏୟାରଟେଲ୍‌ କହିଛି , ଭାରତରେ ଷ୍ଟାରଲିଙ୍କର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବା ପାଇଁ ସ୍ପେସ୍‌ଏକ୍ସ ସହ ଏକ ଚୁକ୍ତିନାମା (ଡିଲ୍‌) ଉପରେ ଦସ୍ତଖତ କରିଛି। ହେଲେ ଏହି ଡିଲ୍‌ ଦେଶରେ ଷ୍ଟାରଲିଙ୍କ୍‌ ସେବା ଗୁଡ଼ିକୁ ବିକ୍ରି କରିବା ପାଇଁ ସ୍ପେସ୍‌ଏକ୍ସର ରେଗୁଲଟେରୀ ଆପ୍ରୁଭାଲ ଅନୁସାରେ ଅଛି। ଏହି ପାର୍ଟନରସିପ୍‌ ସହ , ଏୟାରଟେଲ୍‌ ଓ ସ୍ପେସ୍‌ଏକ୍ସ ପୂରା ଭାରତରେ ଇଣ୍ଟରନେଟ୍ କନେକ୍ଟିଭିଟିର ସହଯୋଗ ଓ ବିସ୍ତାରର ଉପାୟ ଖୋଜିବ। ଚୁକ୍ତି ହିସାବରେ , ଏୟାରଟେଲ୍‌ ନିଜର ରିଟେଲ ଷ୍ଟୋରରେ ଷ୍ଟାରଲିଙ୍କ୍‌ ଇକ୍ୱିପମେଣ୍ଟ ପ୍ରଦାନ କରିପାରେ ଏବଂ ବ୍ୟବସାୟକୁ ଷ୍ଟାରଲିଙ୍କର ହାଇ-ସ୍ପିଡ୍‌ ସାଟେଲାଇଟ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡ୍‌ କରିପାରେ। 

କନେକ୍ଟିଭିଟିର ବିସ୍ତାରରେ ପୂରା ଡିଲ୍‌ ଅନୁସାରେ ,କମ୍ପାନୀ ଏହା ମଧ୍ୟ ସନ୍ଧାନ କରିବା ଯେ, କେମିତି ଷ୍ଟାରଲିଙ୍କର ସାଟେଲାଇଟ୍‌ ଟେକନିକ୍‌ ଏୟାରଟେଲ୍‌ର ଥିବା ନେଟୱର୍କକୁ ବଢାଇ ପାରେ। କମ୍ପାନୀ ନିଜ ବୟାନରେ କହିଛି କି, ଏହି ସହଯୋଗ ସାରା ଦେଶରେ ହାଇ କନେକ୍ଟିଭିଟ୍‌ ସଲ୍ୟୁସନ ପ୍ରଦାନ କରିବାରେ ଏୟାରଟେଲର ଲମ୍ୱା ଅବଧିର ଷ୍ଟ୍ରାଟେଜି ଅନୁରୂପ। 

ଏୟାରଟେଲ୍‌ ସାଟେଲାଇଟ୍‌ ବ୍ରଡବ୍ରାଣ୍ଡ ପାଇଁ ପୂର୍ବରୁ ହିଁ ୟୁଟେଲସେଟ୍‌ ୱନୱେବ୍‌ ସହ ପାର୍ଟନରସିପ୍‌ କରି ସାରିଛି ଏହଂ ଏହାର ପୋର୍ଟଫୋଲିଓରେ ଷ୍ଟାରଲିଙ୍କ୍‌କୁ ସାମିଲ କରିବା ଦ୍ୱାରା ଏହାର କଭରେଜ୍‌ କମ୍‌ ବା ବିନା ଇଣ୍ଟରନେଟ୍‌ରେ ଥିବା କ୍ଷେତ୍ର ଯାଏ ବଢିଯିବ। ଦୂରସଞ୍ଚାର କ୍ଷେତ୍ରରେ ବ୍ୟବସାୟ ଓ କମ୍ୟୁନିଟିକୁ ମଧ୍ୟ ହାଇସ୍ପିଡ୍‌ ବ୍ରଡବ୍ରାଣ୍ଡ ପର୍ଯ୍ୟନ୍ତ ଅଧିକ ପହଞ୍ଚିବାରେ ଲାଭ ହେବ ,ଯେଉଁଥିରେ ବୃଦ୍ଧି ଓ ବିକାଶର ନୂଆ ସୁଯୋଗ ଖୋଲିବ। 

ଭାରତୀ ଏୟାରଟେଲ୍‌ର ଏମଡି ଓ ଉପାଧ୍ୟକ୍ଷ ଗୋପାଳ ଭିଟ୍ଟଲ କହିଛନ୍ତି ,ଭାରତରେ ଏୟାରଟେଲ୍‌ ଗ୍ରାହକଙ୍କୁ ଷ୍ଟାରଲିଙ୍କ୍‌ର ପ୍ରଦାନ କରିବା ପାଇଁ ସ୍ପେସଏକ୍ସ ସହ କାମ କରିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଆଗାମୀ ପିଢିର ସାଟେଲାଇଟ୍‌ କନେକ୍ଟିଭିଟ୍‌ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦର୍ଶାଇ ଥାଏ ।