ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଲମ୍ବା ସମୟ ଧରି ଚର୍ଚ୍ଚା ଜାରି ରହିଛି । କୁହାଯାଉଛି ଯେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଗୁଜବ ଉପରେ ଏହି ଦମ୍ପତି କିମ୍ବା ସେମାନଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ବର୍ତ୍ତମାନ ଅମିତାଭ ବଚ୍ଚନ ଏପରି କିଛି ସଙ୍କେତ ଦେଇଛନ୍ତି, ଯେଉଁଥିରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଖବର ନିଶ୍ଚିତ ହୋଇଛି ।
ଆମିତାଭ ବଚ୍ଚନ ଆଜିକାଲି କୌନ ବନେଗା କୋରୋଡପତି ୧୬ର ହୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ଅକ୍ଟୋବର ୧୧ ରେ ତାଙ୍କର ଜନ୍ମଦିନ ଥିଲା,ଏବଂ ତାଙ୍କର ଏହି ବିଶେଷ ଦିନକୁ କୌନ ବନେଗା କୋରୋଡପତି ୧୬ ର ମଞ୍ଚରେ ପାଳନ କରାଯାଇଥିଲା । ଏହି ସମୟରେ ଏକ ଭିଡିଓ ପ୍ଲେ କରାଯାଇଥିଲା, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ପରିବାର ତାଙ୍କୁ ଏକ ବିଶେଷ ବାର୍ତ୍ତା ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ପୁରା ପରିବାର ଅନ୍ତର୍ଭୁକ୍ତ ଥିଲା । ଏପରିକି ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ୱେତା ନନ୍ଦା ବଚ୍ଚନ, ନାତି ଅଗସ୍ତ୍ୟ ନନ୍ଦା ଏବଂ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଗ୍ ବିଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା । କିନ୍ତୁ ଏସବୁ ଭିତରେ ଐଶ୍ୱର୍ଯ୍ୟା ରାୟଙ୍କୁ ଏହା ଭିତରେ କେଉଁଠାରେ ଦେଖିବାକୁ ମିଳି ନଥିଲା । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ପ୍ରଶଂସକ ମାନେ ଦାବି କରୁଛନ୍ତି ଯେ ଏହା ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ହେବାର ଏହା ଏକ ସଙ୍କେତ।
ସୂଚନା ମୁତାବକ, ଐଶ୍ୱର୍ଯ୍ୟା ରାୟ ୧୧ ଅକ୍ଟୋବରରେ ବିଳମ୍ବିତ ରାତିରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।