ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲେ ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କାର ଆକ୍ସିଡେଣ୍ଟ, ପଛରୁ ଧକ୍କା ଦେଲା ବସ୍: ଚିନ୍ତାରେ ପ୍ରଶଂସକ

Published By : Harapriya Biswal | March 26, 2025 7:59 PM

ମୁମ୍ବାଇ,୨୬।୩: ବଲିଉଉ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ କାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ। ବୁଧବାର ଏହାର ବହୁ ଭିଡିଓ ମଧ୍ୟ ସାମନାକୁ ଆସିଛି। ଐଶ୍ବର୍ଯ୍ୟାଙ୍କ କାର୍‌କୁ ପଛୁଆ ଧକ୍କା ଦେଇଛି ବସ୍। ସବୁଠାରୁ ଖାସ୍ କଥା ଏହା ଯେ, ଦୁର୍ଘଟଣା ଏତେ ବଡ଼ ନଥିଲା। ଘଟଣାପରେ ସେଠାରେ ଲୋକଙ୍କର  ପ୍ରବଳ ଭିଡ ଜମିଯାଇଥିଲା। ଐଶ୍ବର୍ଯ୍ୟାଙ୍କ ବଡିଗାର୍ଡ ମଧ୍ୟ ଗାଡି ପାଖରେ ଦେଖିବାକୁ ମିଳିଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ସମୟ ପରେ ଐଶ୍ବର୍ଯ୍ୟାଙ୍କ ଗାଡି ସେଠାରୁ ନିଆଯାଇଥିଲା। ସେଠାରେ ତାଙ୍କ ବଡ଼ିଗାର୍ଡଙ୍କୁ ମଧ୍ୟ ଥିଲେ। ଭିଡିଓ ଦେଖି ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍‌ ଖୁବ୍ ଚିନ୍ତିତ ହୋଇଯାଇଥିଲେ। ସମସ୍ତେ ଜାଣିବାକୁ ଚାହାନ୍ତି, ଐଶ୍ବର୍ଯ୍ୟା ସେତେବେଳେ ଗାଡିରେ ଥିଲେ କି ନଥିଲେ।  ଖବର ମିଳିଛି ଯେ,ସେହି ସମୟରେ  କାରରେ  ଐଶ୍ବର୍ଯ୍ୟା ନଥିଲେ। କୁହାଯାଉଛି ଯେ, ତାଙ୍କ କାର୍‌କୁ ବସ୍‌ ହାଲକା ଧକ୍କା ମାରିଥିଲା। କାରରେ କୌଣସି ସ୍କ୍ରାଚ୍ ଚିହ୍ନ ମଧ୍ୟ ନାହିଁ।

ରିପୋର୍ଟ ଅନୁସାରେ, ଐଶ୍ବର୍ଯ୍ୟାଙ୍କ ଗାଡିର ଦାମ୍ ୧.୩୦ କୋଟି ଟଙ୍କା। ଏହି ଗାଡିକୁ ଐଶ୍ବର୍ଯ୍ୟା ଗତ ବର୍ଷ କିଣିଥିଲେ। ଏଭଳି ଗାଡି ଅକ୍ଷୟ କୁମାର, ସଞ୍ଜୟ କୁମାର, ଅଜୟ ଦେବଗନ୍, ରାକେଶ ରୋଶନ୍‌ ଓ ଅଭିଷେକ ବଚ୍ଚନଙ୍କ ପାଖରେ ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.