ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ହଟିଲା ସର୍‌ନେମ, ହେବ କି ଛାଡପତ୍ର?

Published By : Anindita Ratha | November 28, 2024 11:33 AM

ମୁମ୍ବାଇ,୨୮/୧୧: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ସେ ନିଜ  ଲୁକ ଏବଂ ପର୍ସନାଲିଟି ପାଇଁ ସର୍ବଦା ଲାଇମ ଲାଇଟରେ ରୁହନ୍ତି । ହେଲେ ଗତ କିଛି ଦିନ ଧରି ଅଭିଷେକ ବଚ୍ଚନ ଓ  ତାଙ୍କର ଛାଡ଼ପତ୍ରକୁ ନେଇ  ଚର୍ଚ୍ଚା ଜୋର ଧରିଥିବା ବେଳେ  ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ । ଅଭିନେତ୍ରୀ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମରେ ଭାଗ ନେବାକୁ ଯାଇଥିବା ବେଳେ  ଇଭେଣ୍ଟରେ କିଛି ଏପରି ହୋଇଥିଲା, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ବଚ୍ଚନ ସରନେମ ନଥିବାରୁ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । 

ତେବେ ଇଭେଣ୍ଟରେ ଚାଲୁଥିବା ସ୍କ୍ରିନରେ ଐଶ୍ୱର୍ଯ୍ୟା ରାୟଙ୍କ ନାମ ଐଶ୍ୱର୍ଯ୍ୟା ରାୟ ଦେଖିବାକୁ ମିଳିଥିଲା। ଯାହାକି ସାଧାରଣତଃ ତାଙ୍କ ନାମ ସହ ବଚ୍ଚନ ସରନେମ ଯୋଡି ହୋଇଥାଏ । ଏହି କଥା ସୋସିଆଲ ମିଡିଆରେ ଖୁବ ଜୋରରେ ପ୍ରସାରିତ ହେବା ପରେ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ବି’ ଶବ୍ଦ ତାଙ୍କ ନାମରୁ ହଜିଯାଇଛି । ଅନ୍ୟ ୟୁଜର୍ସ ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାକୁ ପ୍ରଶଂସା କରିଛନ୍ତି । ତେବେ ଏହି ଛାଡ଼ପତ୍ର ମାମଲାରେ ଏପର୍ଯ୍ୟନ୍ତ ବଚ୍ଚନ ପରିବାର ବା ଐଶ୍ୱର୍ଯ୍ୟା ରାୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.