ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁଣି ଅଡୁଆରେ ଅଭିନେତା ଏଜାଜ୍ ଖାନ୍, କାର୍ଯ୍ୟାଳୟରୁ ଜବତ ହେଲା ୩୫ ଲକ୍ଷ ମୂଲ୍ୟର ଡ୍ରଗ୍ସ…

Published By : Ladu Kishor | October 9, 2024 8:21 PM

ନୂଆଦିଲ୍ଲୀ: ଅଡୁଆରେ ଅଭିନେତା ଏଜାଜ ଖାନ । ଗତକାଲି (ମଙ୍ଗଳବାର) କଷ୍ଟମ ବିଭାଗ ଡ୍ରଗ୍ସ ସହ ଜଡିତ ଏକ ମାମଲାରେ ତାଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଜାଜ ଖାନଙ୍କ କାର୍ଯ୍ୟାଳୟରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍‌ସ ଜବତ କରାଯାଇଛି । ଏହି ଘଟଣାରେ କଷ୍ଟମ ବିଭାଗ ଏଜାଜ ଖାନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି । ତେବେ ଏଜାଜ ଖାନ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ଗତ ବର୍ଷ ଅର୍ଥାତ ୨୦୨୩ ମସିହାରେ ଏଜାଜ ଖାନ ଜାମିନରେ ମୁକ୍ତ ହୋଇଥିଲେ । କିନ୍ତୁ ଏହି ଚଢାଉ ପରେ ପୁଣିଥରେ ତାଙ୍କ ଅଡୁଆ ବଢିଥିବା କୁହାଯାଉଛି । ଏହି ମାମଲାର ଚେର ୟୁରୋପରୁ ଆମଦାନୀ ହେଉଥିବା ଡ୍ରଗ୍‌ସ ସହିତ ଜଡିତ ରହିଛି । ତେବେ ପୋଲିସ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

‘ମିଡ୍-ଡେ’ ରିପୋର୍ଟ ଅନୁଯାୟୀ, ଅନ୍ଧେରୀର ଭେରା ଦେଶାଇ ରୋଡରେ ଅବସ୍ଥିତ କାର୍ଯ୍ୟାଳୟରେ କଷ୍ଟମ ବିଭାଗର ଅଧିକାରୀ ମାନେ ଏହି ଚଢାଉ କରିଛନ୍ତି । ଯେଉଁଠାରେ ଅଧିକାରୀ ମାନେ ୧୦୦ ଗ୍ରାମ MDMA ଉଦ୍ଧାର କରିଛନ୍ତି । ଏହି ଡ୍ରଗ୍‌ସର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଉକ୍ତ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ଭଡା କାର୍ଯ୍ୟାଳୟ ଏଜାଜ ଖାନଙ୍କ ସମ୍ପର୍କୀୟଙ୍କ ନାମରେ ଲିଜରେ ଦିଆଯାଇଥିଲା। ଯେଉଁଠାରେ ଏଜାଜ ଖାନଙ୍କ କାର୍ଯ୍ୟାଳୟ ସହିତ ଜଡିତ ଜଣେ ବ୍ୟକ୍ତି ୟୁରୋପରୁ ଡ୍ରଗ୍ସ ଅର୍ଡର କରିଥିଲେ । ବର୍ତ୍ତମାନ ସୁରଜ ଗୌର ନାମକ ଏହି ବ୍ୟକ୍ତିଙ୍କୁ ଅଧିକାରୀ ମାନେ ଗିରଫ କରିଛନ୍ତି । ସୂଚନାଥାଉକି, ଏଜାଜ ଖାନ ପୂର୍ବରୁ ଏକ ଡ୍ରଗ୍ସ ମାମଲାରେ ଫସି ରହିଛନ୍ତି । ୨୦୨୧ ମସିହାରେ ପୋଲିସ ତାଙ୍କୁ ମୁମ୍ବାଇ ବିମାନବନ୍ଦରରୁ ଗିରଫ କରିଥିଲା । ଏହା ପରେ ସେ ୨୦୨୩ ମସିହାରେ ଜାମିନ ପାଇଥିଲେ । ଏହା ପୂର୍ବରୁ ୨୦୧୮ ରେ ମଧ୍ୟ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.