ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାରାଷ୍ଟ୍ର ନିର୍ବାଚନ: ୩୮ ଆସନରେ ପ୍ରାର୍ଥୀ ଦେଲା ଏନସିପି, ପୁତୁରା ବିପକ୍ଷରେ ଲଢ଼ିବେ ଅଜିତ ପାଓ୍ବାର

Published By : Tapas Panda | October 23, 2024 5:13 PM

Image Courtesy: deccanherald

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅଜିତ ପାଓ୍ବାରଙ୍କ ଏନସିପି ୩୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି । ୟେଭଲାରୁ ଛଗନ ଭୁଜବଳ ପ୍ରାର୍ଥୀ ହୋଇଥିବା ବେଳେ କାଗଲରୁ ହସନ ମୁଶିଫଙ୍କୁ ଟିକେଟ୍‌ ଦେଇଛି ଦଳ । ଦଳ ସୁପ୍ରିମୋ ଅଜିତ ପାଓ୍ବାର ନିଜର ପାରମ୍ପରିକ ଆସନ ବାରମତୀରୁ ନିର୍ବାଚନ ଲଢ଼ିବେ ।  ସେହିଭଳି ଦିଲ୍ଲୀପ ଓ୍ବାଲସେ ପାଟିଲ୍‌ ଆମ୍ବେଗାଓଁ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଧନଞ୍ଜୟ ମୁଣ୍ଡେ ପରାଲି ଏବଂ ନରହରି ଝିରଓ୍ବାଲ ଡିଣ୍ଡୋରିରୁ ନିର୍ବାଚନ ଲଢ଼ିବେ । ଆଗାମି ବିଧାନସଭା ନିର୍ବାଚନରେ ଶରଦ ପାଓ୍ବାର ନିଜ ପୁତୁରା ଯୁଗେନ୍ଦ୍ର ପାଓ୍ବାର ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ଶରଦ ପାଓ୍ବାର ନେତୃତ୍ବାଧୀନ ଏନସିପିରୁ ବାରମତୀରୁ ପ୍ରାର୍ଥୀ ହୋଇଛନ୍ତି ଯୁଗେନ୍ଦ୍ର ପାଓ୍ବାର । ସେ ଅଜିତ ପାଓ୍ବାରଙ୍କ ଭାଇ ଶ୍ରୀନିବାସ ପାଓ୍ବାରଙ୍କ ପୁଅ । ବାରମତୀର ବିଦ୍ୟା ପ୍ରତିଷ୍ଠାନ ସଂସ୍ଥାର କୋଷାଧ୍ୟକ୍ଷ ଅଛନ୍ତି ୟୁଗେନ୍ଦ୍ର । 

 ସୂଚନାଯୋଗ୍ୟ: ମହାରାଷ୍ଟ୍ରରେ ଏନଡିଏରେ ଆସନ ବଣ୍ଟନ ପ୍ରାୟ ସ୍ଥିର ହୋଇସାରିଛି । ଭାରତୀୟ ଜନତା ପାର୍ଟି ୧୫୦ ରୁ ୧୫୫ ଟି ସିଟ୍‌ ପାଇଁ ପ୍ରାର୍ଥୀ ଦେଇପାରେ । ଏଠାରେ ଏକନାଥ ସିନ୍ଦେଙ୍କ ଶିବସେନା ୭୮ ଟି ସିଟ୍ ପାଇବାର ସମ୍ଭାବନା ରହିଛି । ଏଥିସହ ଅଜିତ ପାୱାରଙ୍କ ଦଳକୁ ୫୨ ରୁ ୫୪ ଟି ସିଟ୍ ମିଳିପାରେ । ଏନଡିଏରେ ସିଟ୍‌ ବଣ୍ଟନକୁ ନେଇ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି। ଏହାର ବିଧିବଦ୍ଧ ଘୋଷଣା ଯେକୌଣସି ସମୟରେ କରାଯାଇପାରେ । 

ନିର୍ବାଚନ ଆୟୋଗଙ୍କ ଅନୁସାରେ, ମହାରାଷ୍ଟ୍ରର ମୋଟ୍‌ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୦ରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର  ୨୩ ରେ ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ଶାସକ ମହାୟୁତି ପୁଣି ଥରେ ଶାସନକୁ ଫେରିବ ବୋଲି ଦାବି କରୁଥିବା ବେଳେ ବିରୋଧୀ ମହାବିକାଶ ଅଘାଡ଼ି ଅଧିକ ଆସନ‌ରେ ବିଜୟୀ ହେବା ସହ ସରକାର ଗଢ଼ିବ ବୋଲି ଆଶା ରଖିଛି । 

ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ଦଳ ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୪୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଠାଣେର କୋପରି-ପାଚପାଖାଡିରୁ ନିର୍ବାଚନ ଲଢ଼ିବେ । ଅଧା ଡଜନେରୁ ଅଧିକ କ୍ୟାବିନେଟ ସଦସ୍ୟଙ୍କୁ ସେମାନଙ୍କ ସମ୍ବନ୍ଧିତ ଆସନରୁ ଟିକେଟ ଦେଇଛି ଦଳ । କ୍ଷମତାସୀନ ଦଳ ପାଖାପାଖି ସମସ୍ତ ବିଧାୟକଙ୍କୁ ପୁଣିଥରେ ଟିକଟ ଦେଇଛି, ଯେଉଁମାନେ ଜୁନ୍ ୨୦୨୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିଲେ । 
 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.