ମୁମ୍ବାଇ,୧/୩ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଫଳରେ କେବଳ ସାଧାରଣ ଲୋକ ନୁହେଁ ବରଂ ଫିଲ୍ମ ଷ୍ଟାର୍ ମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବାରେ ଲାଗିଛି । ତାମିଲ୍ ଫିଲ୍ମର ଲୋକପ୍ରିୟ ଅଭିନେତା ଅଜିତ କୁମାର ଏବେ ଦୁବାଇରେ ଫସିଛନ୍ତି । ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ କାରଣରୁ କେତେକ ଦେଶ ନିଜ ବିମାନବନ୍ଦରକୁ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ଦୁବାଇରୁ କେତେକ ଉଡ଼ାଣ ବନ୍ଦ କରିଦିଆଯାଇଛି । ଅଜିତ ଚେନ୍ନାଇ ଫେରିବାକୁ ଥିଲେ, କିନ୍ତୁ ଅଚାନକ ପରିସ୍ଥିତି ବିଗିଡ଼ିବାରେ ଲାଗିବାରୁ ତାଙ୍କ ବିମାନ କ୍ୟାନସେଲ୍ ହୋଇଯାଇଛି । ତାଙ୍କ ମ୍ୟାନେଜର କହିଛନ୍ତି କି ଚିନ୍ତାର କୌଣସି କଥା ନାହିଁ, ଅଜିତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ଏବଂ ବିମାନ ସେବା ଆରମ୍ଭ ହେବା ମାତ୍ରକେ ସେ ଭାରତ ଫେରିଯିବେ ।

ଅଜିତ୍ ଏବେ ଆବୁ ଧାବିରେ ନିଜ ଆଗାମୀ କାର୍ ରେସର ପ୍ରସ୍ତୁତି କରୁଛନ୍ତି । ତାଙ୍କର ରେସିଂର ବହୁତ ଶୌକ୍ ରହିଛି ଏବଂ ସେ ଏହାକୁ କେବଳ ଶୌକ୍ ନୁହେଁ ବରଂ ପ୍ରଫେଶନ ଭଳି ନେଇଥାନ୍ତି । ନିକଟରେ ସେ ୨୦୨୫ର ଲୋକପ୍ରିୟ ୨୪ଏଚ୍ ଦୁବାଇ ରେସରେ ଭାଗ ନେଇଥିଲେ ଏବଂ ଭଲ ପ୍ରଦର୍ଶନ କରିଥିଲେ । ତା’ର ପ୍ରସ୍ତୁତି ଲାଗି ସେ ଦୁବାଇ ଏବଂ ଅବୁ ଧାବୀରେ ଟ୍ରେନିଂ ନେଉଥିଲେ । କିନ୍ତୁ ଯୁଦ୍ଧ ପରିସ୍ଥିତି ଫଳରେ ଏୟାର ଟ୍ରାଫିକ ଉପରେ ପ୍ରଭାବ ପଡ଼ିଛି ଏବଂ କେତେକ ଫ୍ଲାଇଟ୍ସ ରଦ୍ଦ କରିଦିଆଯାଇଛି । ସମ୍ଭବତଃ ସେ ଏବେ ହୋଟେଲରେ ରହୁଛନ୍ତି ଏବଂ ଲଗାତାର ପରିସ୍ଥିତିର ସୂଚନା ନେଉଛନ୍ତି । ଅଜିତଙ୍କ ସହ ସେଠାରେ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଆହୁରି ବି ଷ୍ଟାର୍ ତାଙ୍କୁ ସପୋର୍ଟ କରିବାକୁ ପହଞ୍ଚିଥିଲେ ।