ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜାମା ମସଜିଦ୍ ପରେ ଆଜମେରର ପ୍ରସିଦ୍ଧ ଦରଗାହ ସରିଫ୍କୁ ନେଇ ନୂଆ ବିବାଦ, ହିନ୍ଦୁ ପକ୍ଷର ଦାବିକୁ ଗ୍ରହଣ କଲେ କୋର୍ଟ...

Published By : Ladu Kishor | November 27, 2024 9:36 PM

ନୂଆଦିଲ୍ଲୀ: ୟୁପିରେ ସମ୍ବଲ ସ୍ଥିତ ଜାମା ମସଜିଦ୍ ମାମଲା ଥମି ନଥିବା ବେଳେ ସେପଟେ ରାଜସ୍ଥାନର ଆଜମେରର ପ୍ରସିଦ୍ଧ ଦରଗାହ ସରିଫକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବାସ୍ତବରେ, ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦରଗାହକୁ ଏକ ଶିବ ମନ୍ଦିର ବୋଲି ବର୍ଣ୍ଣନା କରାଯାଇଛି। ଏହି ମାମଲାରେ  ଆଜମେର ୱେଷ୍ଟର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଶୁଣାଣି ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି । କୋର୍ଟ ଦରଗାହ କମିଟି, ସଂଖ୍ୟାଲଘୁ ବ୍ୟାପାର ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) କୁ ନୋଟିସ୍ ଜାରି କରିଛନ୍ତି, ଯାହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦କୁ ସ୍ଥିର କରିଛନ୍ତି । ଏହାର ଅର୍ଥ ତିନି ଦଳକୁ ନୋଟିସ ଦିଆଯାଇଛି।

ବାସ୍ତବରେ ଏହି ଆବେଦନ ବୁଧବାର ଦିନ ଆଜମେର ପଶ୍ଚିମ ସିଭିଲ ଜଜ ସିନିୟର ଡିଭିଜନ ମନମୋହନ ଚାନ୍ଦେଲଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା । ଏହି ଆବେଦନରେ ଦରଗାହକୁ ହିନ୍ଦୁ ପୂଜାପାଠର ସ୍ଥାନ ବୋଲି ବର୍ଣ୍ଣନା କରି ଐତିହାସିକ ତଥ୍ୟର ଏକ ସର୍ଭେ ଏବଂ ଅନୁସନ୍ଧାନ ପାଇଁ ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ନିଜର ମତାମତ ଉପସ୍ଥାପନ କରିବାକୁ କୋର୍ଟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉତ୍ତରରେ ଦରଗାହ କମିଟି କହିଛି ଯେ, କୋର୍ଟଙ୍କ ଆଦେଶର ନକଲ ପାଇବା ପରେ ସେମାନେ ସେମାନଙ୍କ ଓକିଲଙ୍କ ସହ ଆଲୋଚନା କରିବେ ଏବଂ ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ନିଷ୍ପତ୍ତି ନେବେ।

ତେବେ ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ଏହି ଆବେଦନରେ ଉଲ୍ଲେଖ ହୋଇଛି ଯେ, ଏହା ପୂର୍ବରୁ ଦରଗାହ ଜମିରେ ଭଗବାନ ଶିବଙ୍କ ମନ୍ଦିର ଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ଆବେଦନରେ ୧୯୧୧ ମସିହାରେ ଲେଖାଯାଇଥିବା ହର ବିଳାସ ଶାରଦାଙ୍କ ଏକ ପୁସ୍ତକ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ଦାବି କରିଛି ଯେ ଦରଗାହ ତଳେ ଏକ ପବିତ୍ର ସ୍ଥାନ ଅଛି ଏବଂ ପରିସରରେ ବ୍ୟବହୃତ କେତେକ ସାମଗ୍ରୀ ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ସହିତ ସମ୍ପୃକ୍ତ । ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ଦରଗାହର ୭୫ ଫୁଟ ଉଚ୍ଚର ବୁଲନ୍ଦ ଦାରୱାଜା ଏହି ମନ୍ଦିରର ଏକ ଅଂଶ।

ଏହା ପ୍ରଥମ ଘଟଣା ନୁହେଁ ଯେ ଆଜମେର ଦରଗାହ ବିଷୟରେ ଏଭଳି ଦାବି କରାଯାଇଛି। ଏହା ପୂର୍ବରୁ ୨୦୨୨ ମସିହାରେ ମହାରଣା ପ୍ରତାପ ସେନା ନାମକ ଏକ ହିନ୍ଦୁ ସଂଗଠନ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଦରଗାହକୁ ଏକ ଶିବ ମନ୍ଦିର ବୋଲି ବର୍ଣ୍ଣନା କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.