ମୁମ୍ବାଇ,୧୫/୩ : ଅକ୍ଷୟ କୁମାରଙ୍କ ପାଖରେ ୨୦୨୩ ପୂର୍ବରୁ କାନାଡ଼ା ପାସପୋର୍ଟ ଥିଲା । ଏଭଳି ସ୍ଥଳେ ତାଙ୍କୁ ବହୁ ଟ୍ରୋଲ୍ କରାଯାଉଥିଲା। ଲୋକମାନେ ତାଙ୍କୁ ବହୁ କଥା କହିଥାନ୍ତି । ଏବେ ଏହି ପୂରା ମାମଲାରେ ଅକ୍ଷୟ କୁମାର ନିଜ ରିଆକ୍ସନ ଦେଇଛନ୍ତି । ଏହାସହ ଏହା ବି କହିଛନ୍ତି କି, ତାଙ୍କୁ କାହିଁକି କାନାଡ଼ାର ପାସପୋର୍ଟ ନେବାକୁ ପଡ଼ିଥିଲା । ଖାଲି ଏତିକି ନୁହେଁ ଅକ୍ଷୟ କୁମାର ଆହୁରି ଏକ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ତାହା ଏହା ଥିଲା କି କ’ଣ ସେ କାନାଡ଼ିୟନ କୁହାଯିବା ଫଳରେ ସେ ଦେଶଭକ୍ତି ଫିଲ୍ମରେ କାମ କରୁଥିଲେ। ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ସେ ଏହି ବିଷୟରେ ଖୋଲିକି କହିଛନ୍ତି ।

ଏହି ସମୟରେ ଅକ୍ଷୟ କହିଛନ୍ତି କି, ମୁଁ ଯାହା ବି କାମ କରିଥାଏ ତ ନିଜ ଛବି ବନାଇବା ଲାଗି କରିନଥାଏ । ମୁଁ ବହୁତ କାମ କରିଥାଏ । କିନ୍ତୁ ଦେଶ ଭକ୍ତର ଇମେଜ କରିବା ଲାଗି କାମ କରିନଥାଏ । ମୁଁ କାମ କରିଥାଏ କାରଣ ମୋତେ ଯାହା ଲାଗିଥାଏ ତାହା କରିନେଇଥାଏ । ଏହି ସମୟରେ ଅକ୍ଷୟ ନିଜ କାନାଡିୟନ ପାସପୋର୍ଟ ବିଷୟରେ କହିବାକୁ ଯାଇ କହିଥିଲେ କି, ଏହା ତ ମୁଁ କେତେକ ଥର କହିସାରିଛି କି ହଁ କାନାଡ଼ିୟନ ମୋର ପାସପୋର୍ଟ ଥିଲା । କାରଣ ମୋ ଜୀବନରେ ଏକ ଏଭଳି ସମୟ ଆସିଥିଲା କି ଯେତେବେଳେ ପ୍ରାୟ ୧୬-୧୭ଫିଲ୍ମ ଫ୍ଲପ୍ ହୋଇଯାଇଥିଲା । କାମ ତ ଥିଲା ମୋ ପାଖରେ କିନ୍ତୁ ୩-୪ଫିଲ୍ମ ଥିଲା । ଏଭଳି ସ୍ଥଳେ ମୁଁ ଭାବୁଥିଲି କି କ’ଣ କରିବି ।

ମୋତେ ବି କାନାଡ଼ାରେ କାମ ମିଳୁଥିଲା, ମୁଁ ସେଠାରେ ଛୋଟ ବିଜନେସ କରିବାକୁ ଯୋଜନା କରିଥିଲି । ଅକ୍ଷୟ କୁମାର ଏହି ବିଷୟରେ କହିବାକୁ ଯାଇ କହିଥିଲେ କି, ସେହି ସମୟରେ ମୋତେ ପାସପୋର୍ଟ ମିଳିଯାଇଥିଲା । ଏହାପରେ ଏକ ଆଶ୍ଚର୍ଯ୍ୟର କଥାହେବାକୁ ଥିଲା କି ମୋର ୩ଟା ଫିଲ୍ମ ରିଲିଜ ହେବାକୁ ଥିଲା ତ ସେହି ୩ଟା ହିଟ୍ ହୋଇଯାଇଥିଲା । ଏହାପରେ ମୋତେ କାମ ମିଳିବାକୁ ଲାଗିଗଲା । ମୁଁ ମୋର ବନ୍ଧୁମାନଙ୍କୁ କହିଦେଇଥିଲି କି ଏବେ ଆସିବି ନାହିଁ । ଭାରତରେ ହିଁ ମୁଁ ରହିବି । ଏହା ମଧ୍ୟରେ ମୁଁ ଭୁଲି ଯାଇଥିଲି ଏବଂ ମୋ ଲାଗି ତାହା ଏକ ପାସପୋର୍ଟ ଥିଲା ।