ମୁମ୍ବାଇ,୧୧/୬ : ଓ୍ବେଲକମ ଟୁ ଦ ଜଙ୍ଗଲର ଟ୍ରେଲର ରିଲିଜ୍ ହୋଇସାରିଛି । ଏହାର ଲଞ୍ଚ ଇଭେଣ୍ଟରେ ଷ୍ଟାରକାଷ୍ଟଙ୍କ ମଧ୍ୟରେ ବହୁ କଥାବାର୍ତ୍ତା ହୋଇଥିଲା । ଏହି ଅବସରରେ ପ୍ରଶ୍ନ ଉତ୍ତର ସେଶନରେ ଅକ୍ଷୟ କୁମାରଙ୍କୁ ରବୀନା ଟଣ୍ଡନଙ୍କୁ ନେଇ ପ୍ରଶ୍ନ ପଚରାଯାଇଥିଲା କି ତାଙ୍କ ମଧ୍ୟରେ ପୂର୍ବରୁ ଏବଂ ଆଜି କ’ଣ ଫରକ ଆସିଛି । ଏହା ଉପରେ ଅକ୍ଷୟ ସଙ୍ଗେ ସଙ୍ଗେ କହିଥିଲେ କି ପ୍ରଥମେ ସେ ହିରୋଇନ ଥିଲେ ଏବେ ହିରୋଇନର ମା’ ଅଟନ୍ତି । ସେ ଖାଲି ଏତିକି କହି ନ ଥିଲେ ବରଂ ଅଭିନେତ୍ରୀଙ୍କ ପ୍ରଫେଶନଲାଜିମର ବି ପ୍ରଶଂସା କରିଥିଲେ କିନ୍ତୁ ଏହି ଗୋଟିଏ ଲାଇନ୍ ଏଭଳି ଥିଲା କି ସେଠାରେ ସମସ୍ତଙ୍କୁ ଚକିତ କରିଥିଲା ।

ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅକ୍ଷୟଙ୍କୁ ପଚରାଯାଇଥିଲା ସେ ପୂର୍ବରୁ ବି ରବୀନା ଟଣ୍ଡନଙ୍କ ସହ କାମ କରିଥିଲେ ଏବଂ ଏବେ ଏତେ ବର୍ଷ ପରେ ଏକାସାଙ୍ଗରେ ନଜର ଆସୁଛନ୍ତି । ପ୍ରଥମେ ଏବଂ ଏବେରେ କ’ଣ ଫରକ୍ ଦେଖୁଛନ୍ତି। ପ୍ରଥମେ ତ ଅକ୍ଷୟ ବହୁ ଗମ୍ଭୀର ଭାବେ ଏହାର ଉତ୍ତର ଦେବା ଆରମ୍ଭ କରିଥିଲେ। ରବୀନାଙ୍କ ପ୍ରଶଂସା କରିବାକୁ ଯାଇ ଅକ୍ଷୟ କହିଥିଲେ ରବୀନା ବହୁତ ହାର୍ଡ଼ଓ୍ବାର୍କିଂ ଏବଂ ପ୍ରୋଫେଶନାଲ ଅଟନ୍ତି । ଏତେ ବର୍ଷରେ ଏହା ଏକ ଜିନିଷ ସବୁବେଳେ ରହିଛି । ଏକ ପୁରୁଣା ଘଟଣା ସେୟାର କରି ଅକ୍ଷୟ କହିଥିଲେ, ଗୋଟିଏ ଥର ସୁଟିଂ କରୁଥିଲେ ଏବଂ ସୂର୍ଯ୍ୟକିରଣ ଯିବାକୁ ବସିଥିଲା । ସୂର୍ଯ୍ୟାସ୍ତ ହେବାକୁ ପ୍ରାୟ ୨୦ରୁ ୨୫ମିନିଟ୍ ବାକି ଥିଲା ଏବଂ ଗ୍ରୀନ୍ ରୁମ ବହୁ୍ ଦୂର ଥିଲା । ରବୀନାଙ୍କୁ ସେହି ସିନ୍ ଲାଗି ଡ୍ରେସ୍ ଚେଞ୍ଜ କରିବାକୁ ଥିଲା । ଏହା ଟିକେ ଅସମ୍ଭବ ଥିଲା କିନ୍ତୁ ସେ ଜେନେରେଟର ରୁମକୁ ଯାଇଥିଲେ ଏବଂ ତୁରନ୍ତ ଡ୍ରେସ୍ ଚେଞ୍ଜ କରି ବାହାରକୁ ଆସିଥିଲେ ଏବଂ ଆମେ ସେହି ସିନ୍ ପୂରା କରିଥିଲୁ । ଏହି ଜିନିଷ ଆଜି ପର୍ଯ୍ୟନ୍ତ ବଦଳି ନାହିଁ।

ଏହାପରେ ଅକ୍ଷୟ ନିଜର ମଜାକ୍ ମୁଡ଼ରେ ଆସିଯାଇଥିଲେ ଏବଂ କହିଥିଲେ କି ହଁ ଗୋଟିଏ ଜିନିଷ ବଦଳିଛି ପୂର୍ବରୁ ସେ ହିରୋଇନ ଥିଲେ ଏବଂ ଆଜି ହିରୋଇନଙ୍କ ମା’ ଅଟନ୍ତି । ଅକ୍ଷୟ ଏତିକି କହିବା ପରେ ସେଠାରେ ଥିବା ଅଡ଼ିୟନ୍ସ ହସିବାକୁ ଲାଗିଥିଲେ।