ନମୌଜା, ୧୧/୧୦:ତୁଳସୀ ଦୁଇ ପତ୍ରରୁ ବାସିବା ଭଳି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କୋଳିଢିଆ ପଞ୍ଚାୟତ ଚନ୍ଦନନଗର ଗାଁର ମମତା ରାଉତ ଓ ଚିନ୍ମୟ ରାଉତଙ୍କ ବଡ ଝିଅ ଶୀତଲ ରାଉତ ଖୁବ୍ କମ୍ ବୟସରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ l ଶୁକ୍ରବାର ସେ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ ଓଡିଶା ଦଳରେ ସ୍ଥାନ ପାଇ ପାଇ ଆଳି ପାଇଁ ଗୌରବ ଆଣିଛନ୍ତି l
ଉଲ୍ଲେଖଯୋଗ୍ୟ ଯେ, ୬ ବର୍ଷ ବୟସରୁ କ୍ରିକେଟରେ ନିଶା ରଖିଥିବା ଆଳି ଝିଅ ଶୀତଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ୨୦୨୩ ନଭେମ୍ବରରେ ବରୋଦାରେ ଆୟୋଜିତ ୧୪ ବର୍ଷରୁ କମ୍ ପ୍ରତିନିଧିତ୍ବ କରି ସେ ୫ଟି ମ୍ୟାଚ୍ରୁ ୪ଟିରେ ଖେଳିବାର ସୁଯୋଗ ପାଇଥିଲେ l ପରେ ସେ ଜିଲ୍ଲା ସ୍ତରରେ ୧୯ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳି ଜିଲ୍ଲାସ୍ତରରୁ ମନୋନୀତ ହୋଇ ରାଜ୍ୟ ମହିଳା ୧୯ବର୍ଷରୁ କମ୍ କ୍ରିକେଟ କ୍ୟାମ୍ପରେ ଯୋଗ ଦେଇଥିଲେ l ଶୁକ୍ରବାର ଅକ୍ଟୋବର ୨୬ରୁ ଆରମ୍ଭ ହେଉଥିବା ୧୯ବର୍ଷରୁ କମ୍ ମହିଳା ଟି-୨୦ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଶୁକ୍ରବାର ଅପରାହ୍ଣରେ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ଚୟନ କମିଟି ସଦସ୍ୟା ଶୁଭ୍ରାଂଶୁବାଳା ଭୂୟାଁ ଓ ୧୯ବର୍ଷରୁ କମ୍ ମହିଳା ଦଳର ପ୍ରଶିକ୍ଷିକା କାଦମ୍ବିନୀ ମହାକୁଡ଼ ଉପସ୍ଥିତ ରହି ୧୬ ଜଣିଆ ଦଳ ଘୋଷଣା କରିଥିଲେ l ଯେଉଁଥିରେ ଶୀତଲଙ୍କ ନାମ ଘୋଷଣା ହେବା ପରେ ତାଙ୍କ ଜନ୍ମସ୍ଥାନ କୋଳିଡ଼ିହ ସହିତ ସମଗ୍ର ଆଳି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l
ଓଡ଼ିଶା ଦଳ: ପ୍ରିୟଙ୍କାରୀ ମୁଦୁଲି (ଅଧିନାୟିକା), ଅନନ୍ୟା ପ୍ରିୟଦର୍ଶିନୀ ରାଉତ, ଆଞ୍ଜେଲ ରାଜ(ୱିକେଟ କିପର), ଅନୁଷ୍କା ମହାନ୍ତି(ୱିକେଟ କିପର), ଅନ୍ୱେଷା ବିଶ୍ୱାଳ, ଅର୍ଚ୍ଚନା ରାଉତ, ବିଜୟଲକ୍ଷ୍ମୀ ବେହେରା, ଇପ୍ସିତା ପରିଡ଼ା, ଯଶମଣି ମୁର୍ମୁ, ମେଘା ପ୍ରଧାନ, ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମାଣିକ, ଶୀତଲ ରାଉତ, ଶ୍ରେୟା ପ୍ରିୟଦର୍ଶିନୀ, ଶୁଭଲକ୍ଷ୍ମୀ ସିଂହ, ସ୍ୱାତିକା ବେହେରା ଓ ଯୁବଲୀପି ପରିଡ଼ା ।