ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏଡିଏଚଡି ଓ ଆଞ୍ଜାଇଟ୍‌ର ସମସ୍ୟା ରହିଛି। ସେ କହିଛନ୍ତି କି, ଜୀବନରେ ଅନେକ ଥର ତାଙ୍କୁ ମୁସ୍କିଲ ସମୟର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଯେବେ ସେ ନିଜକୁ ଏକୁଟିଆ ଅନୁଭବ କରନ୍ତି ତ ସେ ଅନ୍ୟ ଲୋକଙ୍କ ଘରକୁ ନଜର ପକାନ୍ତି। ସେ ଦେଖନ୍ତି ଯେ, ଲୋକଙ୍କ ଜୀବନରେ କଣ ସବୁ ଘଟୁଛି। ଏଥିରେ ତାଙ୍କୁ ଖୁବ୍‌ ସାହାଯ୍ୟ ମିଳିଥାଏ । ଆସନ୍ତୁ ଜାଣିବା , ଏମିତି କରିବା ପରେ ଆଲିଆ କଣ ସବୁ ଅନୁଭବ କରନ୍ତି।

ଜୟ ଶେଟ୍ଟୀଙ୍କ ପଡକାଷ୍ଟରେ ଆଲିଆ ନିଜ ମନର କଥା କହିଛନ୍ତି । ଅନେକ ଥର ଯେତେବେଳେ ମୋର ଦିନ ଭଲ ନଥାଏ , ମୁଁ ନିଜର ଛୋଟ ବାଲକୋନୀକୁ ଯାଏ। ତାହା ଫାୟାର ଏଗଜିଟ୍‌ ଭଳି ବହୁତ ଛୋଟ ଏବଂ ସେଠାକୁ ଯାଇ ଠିଆ ହୋଇ ଯାଏ। ଆଲିଆ କୁହନ୍ତି , ତାଙ୍କ ଘର ପାଖରେ ଥିବା ଘର ସବୁ ଖୁବ୍ ନିକଟରେ ଏବଂ ଏହି କାରଣରୁ ସେ ଅନ୍ୟ ଘରକୁ ଦେଖିବା ସହଜ ହୁଏ। ସେ କୁହନ୍ତି , ମୁଁ ଅନ୍ୟ ମାନଙ୍କ ଘରକୁ ଦେଖେ କି ସେମାନେ କଣ ସବୁ କରୁଛନ୍ତି। କିଏ ପୋଷାକ ନେଇ ଯାଉ ଥିବାର ଦେଖେ। ଆଉ କିଏ ଟିଭି ଦେଖୁ ଥାଏ । ମୁଁ କିନ୍ତୁ ଲୋକଙ୍କ ବେଡ୍‌ରୁମ୍‌କୁ ଦେଖେ ନାହିଁ , କିନ୍ତୁ ଏଥିରୁ ମୋତେ ଲୋକଙ୍କ ଜୀବନର ଅସ୍ତିତ୍ୱର ଅନୁଭବ ହୋଇଥାଏ। 

ଆଲିଆ କହିଛନ୍ତି ଯେ, ଅନେକ ସମୟରେ ଲୋକେ ନିଜ ବିଷୟରେ ବହୁତ ଭାବନ୍ତି ଏବଂ ପଛକୁ ହଟିବାରେ ତାଙ୍କୁ ଜିନିଷ ଗୁଡି଼କୁ ଭଲରେ ଦେଖିବାକୁ ମିଳିଥାଏ। ସେ କୁହନ୍ତି, ଆପଣ ନିଜ ଲାଇଫ୍‌ ବିଷୟରେ ବହୁତ ଭାବନ୍ତି କି ଏହା ମୋର , ଏହା ମୋର ମୋମେଣ୍ଟ ,ସବୁ ଚିନ୍ତା ଦୂର ହୋଇ ଯାଏ । ବାସ୍‌ ଗୋଟିଏ ସେକେଣ୍ଟ ପରେ ଆପଣ ଖୁସି ଅନୁଭବ କରନ୍ତି ଯେ ଜୀବନରେ ଆପଣ କେଉଁଠି ଅଛନ୍ତି।

ଆଲିଆ ଏହି ସମୟରେ ଏହା ମଧ୍ୟ କହିଛନ୍ତି କି, ଖୁବ୍‌ ଶୀଘ୍ର ସିଙ୍ଗଲ ଟ୍ରିପ୍‌ରେ ଯିବାକୁ ଚାହାନ୍ତି। ସେ କୁହନ୍ତି ସେ ଅନେକ ଦିନରୁ ପ୍ଲାନ କରୁଛନ୍ତି କି ସେ ସିଙ୍ଗଲ ଟ୍ରିପ୍‌ରେ ଯିବେ ଏବଂ ଏହି ବିଷୟରେ ରଣବୀରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଆଲିଆ କହିଛନ୍ତି ସେ ପ୍ଲାନ୍‌ କରିଛନ୍ତି କି କିଛି ଦିନ ପାଇଁ ରଣବୀର ସିଙ୍ଗଲ ଟ୍ରିପ୍‌ରେ ଯାଆନ୍ତି ଏବଂ ତାପରେ ସେ ।