ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବୈଜ୍ଞାନିକଙ୍କ ବଡ଼ ଦାବି, ନଭେମ୍ବରରେ ପୃଥିବୀ ଉପରେ ଆକ୍ରମଣ କରିବ ଏଲିଏନ୍ ସ୍ପେସକ୍ରାଫ୍ଟ

Published By : Swapna Ray | August 4, 2025 1:12 PM

ନୂଆଦିଲ୍ଲୀ, ୪।୮: ବୈଜ୍ଞାନିକମାନେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଯାହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ବୈଜ୍ଞାନିକଙ୍କ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏକ ରହସ୍ୟମୟ ଏଲିଏନ୍ ସ୍ପେସକ୍ରାଫ୍ଟ ଖୁବ୍‌ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି । ଯାହା ନଭେମ୍ବରରେ ପୃଥିବୀ ଉପରେ ଆକ୍ରମଣ କରିପାରେ । ନିକଟରେ ଏକ ନକ୍ଷତ୍ରମଣ୍ଡଳ  ଆବିଷ୍କାର ହୋଇଛି, ଯାହାକୁ 3I/ATLAS ନାଁ ଦିଆଯାଇଛି । ଏହା ପୃଥିବୀ ଆଡ଼କୁ ଖୁବ୍ ଦ୍ରୁତ ଗତିରେ ମାଡ଼ି ଆସୁଛି । ବୈଜ୍ଞାନିକମାନେ ଏପରି କିଛି ସଙ୍କେତ ପାଇଛନ୍ତି, ଯାହା ଆଧାରରେ ଏହାକୁ ଏକ ଏଲିଏନ୍ ମହାକାଶଯାନ ବୋଲି ସନ୍ଦେହ କରାଯାଉଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ଜୁଲାଇ ଆରମ୍ଭରେ ଏକ ବିରଳ ଅନ୍ତଃନକ୍ଷତ୍ରୀୟ ବସ୍ତୁ ଦେଖିବାର ନିଶ୍ଚିତ କରିଛନ୍ତି । 3I/ATLAS ନାମକ ବସ୍ତୁ ଏକ ବାହ୍ୟ ପ୍ରଯୁକ୍ତିବିଦ୍ୟା ହୋଇପାରେ, ଯାହା ପୃଥିବୀ ଉପରେ ଆକ୍ରମଣ କରିପାରେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନଭେମ୍ବର ଶେଷ ଆଡ଼କୁ ଯେତେବେଳେ ଏହା ସୂର୍ଯ୍ୟର ସବୁଠାରୁ ନିକଟତର ହେବ, ଏହା ପୃଥିବୀର ଦୃଷ୍ଟିରୁ ଅଦୃଶ୍ୟ ହୋଇଯିବ । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ, 3I/ATLASର ପଥ ଏବଂ ଗତି ଅସାଧାରଣ । ଗବେଷଣାର ଲେଖକମାନଙ୍କ ମଧ୍ୟରେ ହାର୍ଭାର୍ଡର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ଅଭି ଲୋଏବ ମଧ୍ୟ ଅଛନ୍ତି । ଅଭି ନିଜ ବିବାଦୀୟ ଗବେଷଣା ଏବଂ ବାହ୍ୟ ବୁଦ୍ଧିମତ୍ତାର ସନ୍ଧାନ ଉପରେ ସ୍ପଷ୍ଟ ମତ ପାଇଁ ପରିଚିତ ।

୨୦୧୭ ମସିହାରେ ସେ ଦାବି କରିଥିଲେ ଯେ, 'ଓଉମୁଆମୁଆ' ଇଣ୍ଟରଷ୍ଟେଲର୍ ବା ନକ୍ଷତ୍ରମଣ୍ଡଳର ଆକୃତି ଦେଖିଲେ ଏହାକୁ ଏକ ଏଲିଏନ୍ ସଭ୍ୟତା ଦ୍ୱାରା କୃତ୍ରିମ ପରୀକ୍ଷଣ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ଅନୁମାନ କରାଯାଉଛି । ଲଣ୍ଡନସ୍ଥିତ ଇନିସିଏଟିଭ୍ ଫର୍ ଇଣ୍ଟରଷ୍ଟେଲର୍ ଷ୍ଟଡିଜର ଗବେଷକ ଏଡମ୍ ହିବାର୍ଡ ଏବଂ ଏଡମ୍ କ୍ରାଉଲ ମଧ୍ୟ ଏହି ଗବେଷଣା ଉପରେ କାମ କରୁଥିଲେ । ତେବେ ହିବାର୍ଡ ଏବଂ କ୍ରାଉଲ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ଗବେଷଣା ସମ୍ପୂର୍ଣ୍ଣ ଭାବେ ଆନୁମାନିକ ଏବଂ କାଳ୍ପନିକ । ଏହା ତଥ୍ୟ ଉପରେ ଆଧାରିତ ହୋଇନପାରେ । ଅନ୍ୟପଟେ ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନଙ୍କର ପରିକଳ୍ପନା ସଠିକ୍ ପ୍ରମାଣିତ ହୁଏ, ତେବେ ମାନବଜାତି ପାଇଁ ପରିଣାମ ଭୟଙ୍କର ହୋଇପାରେ । ଏଥିପାଇଁ ଆମକୁ ପ୍ରତିରକ୍ଷାମୂଳକ ପଦକ୍ଷେପ ନେବାକୁ ପଡ଼ିପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.