ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ 'ଏଲିୟନ୍‌ ଦୁନିଆ': ଅବତାର ଫିଲ୍ମ ବେଶଭୂଷାରେ ଯୁଦ୍ଧ ଝଲକ୍ ଦେଖିବେ ଦର୍ଶକ

Published By : Prameya | November 5, 2024 2:16 PM

କଟକ,୦୫/୧୧: ଅଦ୍ଭୁତ ଓ ଆକର୍ଷଣୀୟ ଫୁଲ, ଫଳ ଗଛ । ତା ସହିତ ପଣ୍ଡୋରାର ଦୁନିଆରେ ରହୁଥିବା ଏଲିୟନ୍‌ଙ୍କ ଭଳି ବେଶଭୂଷା ଲୋକ । ଏହି ସବୁ ମଧ୍ୟରେ କାଚ ଓ ଲାଇଟ୍‌ କାରୁକାର୍ଯ୍ୟରେ ତିଆରି ହେବ ଏକ ନିଆରା ଦୁନିଆ । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଅବ୍‌ତାର୍‌ ଫିଲ୍ମ ସଦୃଶ ଏଲିଅନ୍‌ ଦୁନିଆ ବୁଲି ଆନନ୍ଦ ଅନୁଭବ କରିବେ ଦର୍ଶକ । ବାଲିଯାତ୍ରାକୁ  ଅଣାଯାଇଛି ଅନନ୍ତ ଦୁନିଆ ବୋଲାଉଥିବା  ସ୍ୱତନ୍ତ୍ର ସୋ’ । କଟକ ଇନ୍‌ କଟକ ଏବଂ  ଓରମାସ୍‌ ମଝିରେ ଏହି ଆକର୍ଷଣୀୟ ଦୁନିଆର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । 

ପ୍ରତିବର୍ଷ ବାଲିଯାତ୍ରା ଆସିବା ମାତ୍ରେ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ  ମିଳିଥାଏ । ଏଥର ବାଲିଯାତ୍ରାରେ କ’ଣ ନୂଆ ରହିଛି ତା ଉପରେ ସମସ୍ତଙ୍କ ନଜର ରହିଥାଏ । ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି  ଦୋଳି ମହାସଂଘ ପକ୍ଷରୁ ଗତ କିଛି ବର୍ଷ ହେବ  ନୂଆ ନୂଆ କାର୍ଯ୍ୟକ୍ରମ କରାଯାଇଥାଏ । ଗତବର୍ଷ  ବାଲିଯାତ୍ରାରେ ଟନେଲ୍‌ ଆକ୍ୱାରିୟମ୍‌ରେ ପ୍ରବଳ  ଭିଡ଼ ହୋଇଥିଲା । ଲୋକମାନେ ପଡିଆରେ ମେଳା ବୁଲିବା ସହିତ ଟନେଲ୍‌ରେ ଏକ ନିଆରା  ଅନୁଭବ ନେଇଥିଲେ । ଏ ବର୍ଷ ଓଡ଼ିଶାକୁ  ପ୍ରଥମ ଥର ବାଲିଯାତ୍ରାରେ ଦେଖିବାକୁ ମିଳିବ  ଅନନ୍ତ ଦୁନିଆ ତଥା ଏଲିୟନ୍‌ଙ୍କ ଦୁନିଆ ।  

ହଲିଉଡ୍‌ର ଲୋକପ୍ରିୟ ଫିଲ୍ମ ‘ଅବ୍‌ତାର୍‌’ରେ  ଦର୍ଶକଙ୍କ ଦେଖାଯାଇଥିବା ପଣ୍ଡୋରା ଭଳି  ଏଲିୟନ୍‌ଙ୍କ ଦୁନିଆକୁ ଏବେ ପରଦା  ବଦଳରେ ସତରେ ଲୋକଙ୍କୁ ଦେଖାଇବାକୁ  ଉଦ୍ୟମ କରାଯାଉଛି । ଏଥିରେ ସେହି  ଦୁନିଆର ଗଛ ଲତା ସହିତ ଲୋକମାନଙ୍କୁ  ମଧ୍ୟ ସେହିଭଳି ବେଶଭୂଷା ଦିଆଯିବ ।  ଯେଉଁଠି ଲୋକମାନେ କିଛି ସମୟ ପାଇଁ  ସମ୍ପୂର୍ଣ୍ଣ ଅଲଗା ଦୁନିଆର ଅନୁଭବ କରିବେ ।  ଏଥିରେ କାଚ ଓ ଲାଇଟ୍‌ରେ ସ୍ୱତନ୍ତ୍ର କାରୁକାର୍ଯ୍ୟ  ରହିଛି । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଅନେକ  ଦିନ ଆଗରୁ ଆରମ୍ଭ ହୋଇସାରିଥିଲାବେଳେ  ପୂର୍ବରୁ ଏଭଳି କିଛି ପ୍ରଦର୍ଶନୀ ଚେନ୍ନାଇରେ  ଦେଖିବାକୁ ମିଳିଛି । ଏହାର ପ୍ରବେଶ ମୂଲ୍ୟ  ୧୫୦ଟଙ୍କା ରହିବ ବୋଲି ମୀନାବଜାର ଓ  ଦୋଳି ମହାସଂଘର ସମ୍ପାଦକ ଅଭିଷେକ ଜେନା  ଓ ଦେବାଶିଷ ରାଉତ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.