ଭୁବନେଶ୍ୱର, ୨୬।୧: ଭାଙ୍ଗିଲା ବିଜୁ ମହିଳା ଜନତା ଦଳ । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ସାଙ୍ଗଠନିକ ନିର୍ବାଚନ ପରପ୍ରେକ୍ଷୀରେ ଭାଙ୍ଗିଲା ସଂଗଠନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସମସ୍ତ ପ୍ରମୁଖ ସଂଗଠନ ଭାଙ୍ଗିଛି । ଭାଙ୍ଗିଥିବା ଦଳ ଭିତରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ୍ ସାମିଲ ।
