ଭୁବନେଶ୍ୱର,୧୨/୧୧: ଅଲ୍‌ ଓଡ଼ିଶା ରାଜ୍ୟ ର‌୍ୟାଙ୍କିଙ୍ଗ୍‌ ସ୍ନୁକର ଚାମ୍ପିଅନସିପ୍‌ରେ ଅବିନାଶ  ମହାପାତ୍ର ଦ୍ୱିତୀୟ ସିଡ୍‌ ନିଶାନ୍ତ ବିଶ୍ୱାଳଙ୍କୁ ପରାଜିତ କରି ବିପର୍ଯ୍ୟୟ ଘଟାଇଥିଲେ ।  ସେ ୩-୨ରେ ବିଜୟୀ ହୋଇଥିଲେ । 

ସେହିପରି ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ  ରାକେଶ ପ୍ରଧାନରେ ୩-୧ରେ ଅସିତ  ଚୌଧୁରୀଙ୍କୁ, ରୁମିତ ଗୁପ୍ତା ୩-୦ରେ  ଅତନୁ ନାୟକଙ୍କୁ, ଜିତେନ ଷଡ଼ଙ୍ଗୀ  ୩-୨ରେ ଜଗଦୀଶ ମହାନ୍ତିଙ୍କୁ, ମିଶାଲ ସ୍ୱାଇଁ ୩-୨ରେ ଗୁଡୱିନ କୁଲୁଙ୍କୁ,  ସୟଦ ଅଲତାଫ୍‌ ଅଲି ୱାକଓଭର  ପାଇଥିବାବେଳେ ଚିରାଗ ଆରୋରା  ୩-୦ରେ ମାନସ ବେହୁରାଙ୍କୁ  ପରାଜିତ କରିଥିଲେ ।