ଭୁବନେଶ୍ଵର, ୧୯/୧୧ : ନଭେମ୍ଵର ୨୫ରେ ବସିବ ସର୍ବଦଳୀୟ ବୈଠକ। ଶୀତକାଳୀନ ଅଧିବେଶନ ନେଇ ହେବ ଆଲୋଚନା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ ବୋଲି ସୂଚନା ମିଳିଛି। ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେନେଇ ସବୁ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ସୂଚନାନୁଯାୟୀ, ନଭେମ୍ବର ୨୬ ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ବର୍ଷ ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଶୀତ ଅଧିବେଶନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାସହ ଅନ୍ୟାନ୍ୟ ପ୍ରସ୍ତାବ ଆଗତ କରାଯିବ। ନଭେମ୍ବର ୨୬ରୁ ଆରମ୍ଭ ହେଉଥିବା ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ।