ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶେଷ ହେବ ସିନେପ୍ରେମୀଙ୍କ ଅପେକ୍ଷା, ନଭେମ୍ବର ଓ ଡିସେମ୍ବରରେ ବକ୍ସ ଅଫିସ୍‌ରେ କମାଲ୍‌ କରିବ ଏହି ସବୁ ଫିଲ୍ମ

Published By : Krishna Priya | October 9, 2024 2:12 PM

ମୁମ୍ବାଇ ୦୯/୧୦: ହିନ୍ଦୀ ସିନେମା ପାଇଁ ୨୦୨୪ ବର୍ଷଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏ ବର୍ଷର ଶେଷ ଦୁଇ ମାସ ନଭେମ୍ବର ଓ ଡିସେମ୍ବର ବେଳକୁ କିଛି ଏଭଳି ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି, ଯାହା ବକ୍ସ ଅଫିସ୍‌ରେ କମାଲ୍‌ କରିବ । କେବଳ ୨୦୨୪ ଶେଷ ନୁହେଁ, ୨୦୨୫ ଜୁନ୍‌ ପର୍ଯ୍ୟନ୍ତ ପ୍ରେକ୍ଷାଳୟକୁ ଆସିବ କିଛି ଚର୍ଚ୍ଚିତ ଚଳଚ୍ଚିତ୍ର । ଏସବୁ ଫିଲ୍ମକୁ ଖୁବ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ । ଏ ତାଲିକାରେ ରହିଛି ଆଠଟି ଫିଲ୍ମ ।

‘ସିଂଘମ୍‌ ଏଗେନ୍‌’ :

ତାଲିକାର ପ୍ରଥମ ସ୍ଥାନରେ ରହିଛି ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ସିଂଘମ୍‌ ଏଗେନ୍‌’ । ଏହାରି ମଧ୍ୟରେ ଏ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି, ଯାହାକୁ ଖୁବ୍‌ ପସନ୍ଦ କରିଛନ୍ତି ସିନେପ୍ରେମୀ । ନଭେମ୍ବର ପହିଲାରେ ଏ ଫିଲ୍ମ ଆସିବ ପ୍ରେକ୍ଷାଳୟକୁ । ଏଥିରେ ଅଜୟ ଦେବଗନଙ୍କ ବ୍ୟତୀତ କରୀନା କପୁର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, ଜ୍ୟାକି ଶ୍ରଫ, ଅର୍ଜୁନ କପୁର, ରଣବୀର ସିଂହ ଓ ଅକ୍ଷୟ କୁମାର ଅଭିନୟ କରିଛନ୍ତି । 

ଭୁଲ୍‌ ଭୁଲୈୟା ୩ :

ଏ ବର୍ଷ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲୈୟା’ ସିରିଜର ତୃତୀୟ ଚଳଚ୍ଚିତ୍ର ‘ଭୁଲ ଭୁଲୈୟା ୩’ । ଏହି କମେଡିହରର୍‌ ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ବାଜ୍‌ମୀ । ୧୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏ ସିନେମାରେ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲନ, ମାଧୁରୀ ଦୀକ୍ଷିତ, ତୃପ୍ତି ଡିମ୍‌ରି, ବିଜୟ ରାଜ, ରାଜପାଲ ଯାଦବ ନଜର ଆସିବେ । ସିନେମାର ପୂର୍ବ ଦୁଇ ସଂସ୍କରଣ ଭଳି ତୃତୀୟ ସଂସ୍କରଣ ମଧ୍ୟ କମାଲ୍‌ କରିବ ବୋଲି ଚର୍ଚ୍ଚା ଚାଲିଛି । 

ପୁଷ୍ପା ୨ :

ଡିସେମ୍ବର ୬ ତାରିଖରେ ସିନେମାଘରକୁ ଆସିବ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ : ଦ ରୁଲ୍‌’ । ‘ପୁଷ୍ପା ୨ : ଦ ରୁଲ୍‌’ର ପ୍ରିକ୍ୱେଲ୍‌ ‘ପୁଷ୍ପା : ଦ ରାଇଜ୍‌’ ବକ୍ସ ଅଫିସ୍‌ରେ ଖୁବ୍‌ ସଫଳତା ଲାଭ କରିଥିବା କାରଣରୁ ‘ପୁଷ୍ପା ୨’ ମଧ୍ୟ ସେହି ସଫଳତାର ପୁନରାବୃତ୍ତି କରିବ ବୋଲି ଫିଲ୍ମ ନିର୍ମାଣ ଆରମ୍ଭ ଦିନରୁ ହିଁ ଚର୍ଚ୍ଚା ଚାଲିଛି । 

ଛାବା :

ଡିସେମ୍ବର ୬ ତାରିଖରେ ଆଉ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ଏ ଫିଲ୍ମଟି ହେଲା ବିକ୍କି କୌଶଲ ଅଭିନୀତ ‘ଛାବା’ । ଅକ୍ଷୟ ଖାନ୍ନା ଓ ରଶ୍ମିକା ମନ୍ଦାନା ମଧ୍ୟ ଏ ଫିଲ୍ମର ଦୁଇ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ନିର୍ବାହ କରିଛନ୍ତି । ଏକା ଦିନରେ ମୁକ୍ତିଲାଭ କରୁଥିବାରୁ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ସହିତ ଏ ଫିଲ୍ମର ଜୋର୍‌ଦାର ଲଢ଼େଇ ହେବ । 

ସିକନ୍ଦର :

ସଲ୍‌ମାନ ଖାନଙ୍କ ଫିଲ୍ମକୁ ପ୍ରଶଂସକ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି । ସଲ୍‌ମାନ ମଧ୍ୟ ସେମାନଙ୍କୁ ନିରାଶ କରନ୍ତି ନାହିଁ । ୨୦୨୫ ଇଦ୍‌ରେ ସଲ୍‌ମାନ ଅଭିନୀତ ‘ସିକନ୍ଦର’ ମୁକ୍ତିଲାଭ କରିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍‌ ମୁରୁଗାଦୋସ । ସଲ୍‌ମାନଙ୍କ ବ୍ୟତୀତ ସୁନୀଲ ସେଟ୍ଟୀ, ରଶ୍ମିକା ମନ୍ଦାନା, କାଜଲ ଅଗ୍ରୱାଲ, ଶର୍ମନ ଯୋଶୀ, ପ୍ରତୀକ ବକ୍ରର ପ୍ରମୁଖ ଏଥିରେ ନଜର ଆସିବେ । 

ଜଲି ଏଲ୍‌ଏଲ୍‌ବି ୩ :

ଅକ୍ଷୟ କୁମାର ଓ ଅର୍‌ସଦ ୱର୍ସି ଷ୍ଟାରର୍‌ ‘ଜଲି ଏଲ୍‌ଏଲ୍‌ବି ୩’ ମୁକ୍ତିଲାଭ କରିବ ୨୦୨୫ ଏପ୍ରିଲ ୧୧ ତାରିଖରେ । ଏହି କୋର୍ଟରୁମ୍‌ ଡ୍ରାମା କମେଡି ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁର । ହୁମା କୁରେସି ଓ ଅମ୍ରିତା ରାଓ ଫିଲ୍ମର ଦୁଇ ନାୟିକା ଭାବେ ଦେଖିବାକୁ ମିଳିବେ । ୨୦୧୩ ଓ ୨୦୧୭ରେ ଯଥାକ୍ରମେ ମୁକ୍ତିଲାଭ କରିଥିଲା ‘ଜଲି ଏଲ୍‌ଏଲ୍‌ବି’ ଓ ‘ଜଲି ଏଲ୍‌ଏଲ୍‌ବି ୨’ । 

ହାଉସ୍‌ଫୁଲ ୫ :

ଜୁନ୍‌ ୬, ୨୦୨୫ରେ ମୁକ୍ତିଲାଭ କରିବ ‘ହାଉସ୍‌ଫୁଲ ୫’ । ତରୁଣ ମନସୁଖାନି ନିର୍ଦ୍ଦେଶିତ ଏ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର, ଫର୍‌ଦିନ ଖାନ, ରୀତେଶ ଦେଶମୁଖ, ସଞ୍ଜୟ ଦତ୍ତ, ପୂଜା ହେଗଡ଼େ, ନୋରା ଫତେହି, କୃତି ଖରବନ୍ଦା ଓ ସୌନ୍ଦର୍ଯ୍ୟା ଶର୍ମା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.