ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବାରବାଟୀ କ୍ରିକେଟ ମ୍ୟାଚ : କାଉଣ୍ଟରର ସବୁ ଟିକେଟ ଶେଷ

Published By : Prameya | February 5, 2025 10:36 PM

କଟକ, ୫।୨ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍‌ରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ବୁଧବାର ସନ୍ଧ୍ୟାରେ କାଉଣ୍ଟରରେ  ଟିକେଟ୍‌ ବିକ୍ରି ଶେଷ ହୋଇଛି ବୋଲି  କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। କାଉଣ୍ଟର ଟିକେଟ୍‌ ବିକ୍ରି ପାଇଁ ପୂର୍ବରୁ ଦୁଇ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରଥମ ଦିନରେ ସବୁ ଟିକେଟ୍‌ ବିକ୍ରି ହୋଇସାରିଥିବାରୁ ଗୁରୁବାର ଆଉ କାଉଣ୍ଟରରେ ଟିକେଟ ବିକ୍ରି ହେବନାହିଁ ବୋଲି ଡିସିପି କହିଛନ୍ତି।

 ତେବେ ଟିକେଟ କିଣିବା ପାଇଁ ମଙ୍ଗଳବାର ରାତିରୁ କାଉଣ୍ଟର ଆଗରେ ଭିଡ ଦେଖିବାକୁ ମଳିଥିଲା। ବହୁ କ୍ରିକେଟ ପ୍ରେମୀ ଦୀର୍ଘ ସମୟ ଧରି ଠିଆା ହେବା ପରେ ଟିକେଟ ନ ପାଇବାରୁ ନିରାଶ ହୋଇ ଫେରିଥିଲେ।

ଏଥର କାଉଣ୍ଟରକୁ ଆସିଥିଲା ମାତ୍ର ୧୧ ହଜାର ୮୦ ଖଣ୍ଡ ଟିକେଟ  ।  ମୁଣ୍ଡ ପିଛା ୨ ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ଟିକେଟ କିଣିବା ପାଇଁ କାଉଣ୍ଟର ଆଗରେ ପ୍ରାୟ ୩୦ ହଜାର ଲୋକ ଜମା ହୋଇଥିଲେ। ମହିଳା ଙ୍କ  ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ ଚାରୋଟି କାଉଣ୍ଟରରେ ଟିକେଟ ବିକ୍ରି ହୋଇଥିଲା।ସକାଳ ନଅଟାରୁ   ଟିକେଟ କାଉଣ୍ଟର ଖୋଲିଥିଲା।  କିନ୍ତୁ ସନ୍ଧ୍ୟା ୫ଟା ବେଳକୁ କାଉଣ୍ଟରର ଟିକେଟ ଶେଷ ହୋଇଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.