କଟକ, ୫।୨ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍‌ରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ବୁଧବାର ସନ୍ଧ୍ୟାରେ କାଉଣ୍ଟରରେ  ଟିକେଟ୍‌ ବିକ୍ରି ଶେଷ ହୋଇଛି ବୋଲି  କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। କାଉଣ୍ଟର ଟିକେଟ୍‌ ବିକ୍ରି ପାଇଁ ପୂର୍ବରୁ ଦୁଇ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରଥମ ଦିନରେ ସବୁ ଟିକେଟ୍‌ ବିକ୍ରି ହୋଇସାରିଥିବାରୁ ଗୁରୁବାର ଆଉ କାଉଣ୍ଟରରେ ଟିକେଟ ବିକ୍ରି ହେବନାହିଁ ବୋଲି ଡିସିପି କହିଛନ୍ତି।

 ତେବେ ଟିକେଟ କିଣିବା ପାଇଁ ମଙ୍ଗଳବାର ରାତିରୁ କାଉଣ୍ଟର ଆଗରେ ଭିଡ ଦେଖିବାକୁ ମଳିଥିଲା। ବହୁ କ୍ରିକେଟ ପ୍ରେମୀ ଦୀର୍ଘ ସମୟ ଧରି ଠିଆା ହେବା ପରେ ଟିକେଟ ନ ପାଇବାରୁ ନିରାଶ ହୋଇ ଫେରିଥିଲେ।

ଏଥର କାଉଣ୍ଟରକୁ ଆସିଥିଲା ମାତ୍ର ୧୧ ହଜାର ୮୦ ଖଣ୍ଡ ଟିକେଟ  ।  ମୁଣ୍ଡ ପିଛା ୨ ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ଟିକେଟ କିଣିବା ପାଇଁ କାଉଣ୍ଟର ଆଗରେ ପ୍ରାୟ ୩୦ ହଜାର ଲୋକ ଜମା ହୋଇଥିଲେ। ମହିଳା ଙ୍କ  ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ ଚାରୋଟି କାଉଣ୍ଟରରେ ଟିକେଟ ବିକ୍ରି ହୋଇଥିଲା।ସକାଳ ନଅଟାରୁ   ଟିକେଟ କାଉଣ୍ଟର ଖୋଲିଥିଲା।  କିନ୍ତୁ ସନ୍ଧ୍ୟା ୫ଟା ବେଳକୁ କାଉଣ୍ଟରର ଟିକେଟ ଶେଷ ହୋଇଯାଇଥିଲା।