ନୂଆଦିଲ୍ଲୀ – ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଏହି ମାମଲାରେ ଶୁଣାଣି କରି ବିଚାରପତି ଜିତେନ୍ଦ୍ର କୁମାର ସିହ୍ନାଙ୍କ ଖଣ୍ଡପୀଠ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଗ୍ରିମ୍ ଜାମିନର ପିଟିସନ ଉପରେ ନିଷ୍ପତ୍ତି ରିଜର୍ଭ କରି ବର୍ତ୍ତମାନ ତାଙ୍କର ଗିରଫଦାରୀ ଉପରେ ରୋକ୍ ଲଗେଇଛନ୍ତି। ଏହି ନିର୍ଦ୍ଦେଶ ପରେ ପୁଲିସ ବର୍ତ୍ତମାନ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଗିରଫ କରି ପାରିବ ନାହିଁ। ହେଲେ କୋର୍ଟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ କହିଛନ୍ତି।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ଅଭିଯୋଗକାରୀ ଆଶୁତୋଷ ବ୍ରହ୍ମାଚାରୀଙ୍କର କ୍ରିମିନାଲ ହିଷ୍ଟ୍ରୀର ସୂଚନା ଦେଇଛନ୍ତି। ଏହାସହ ମଧ୍ୟ ଏହି ମାମଲାରେ ରୁଜୁ ଏଫଆଇଆରକୁ ମଧ୍ୟ ସେ ପଢି ଥିଲେ। ଜଣେ ପିଲା ବିଷୟରେ କୁହାଯାଇଛି ଯେ, ସେ ମାର୍କସିଟ୍ରେ ବୟସ୍କ। ଏପଟେ , ଅଭିଯୋଗକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଉପସ୍ଥିତ ଓକିଲ ଅଗ୍ରିମ ଜାମିନର ବିରୋଧ କରିଥିଲେ। ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ହୋଇଥିବା ଯୁକ୍ତିଙ୍କୁ ଶୁଣିବା ପରେ କୋର୍ଟ ଅଗ୍ରିମ ଜାମିନ ଉପରେ ନିଜର ନିଷ୍ପତ୍ତି ଶୁଣାଇ ଥିଲେ।
ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ନିଜର ଦଲିଲ ଉପସ୍ଥାପିତ କରିଥିଲେ। ସେ ମଧ୍ୟ ଅଗ୍ରିମ ଜାମିନର ବିରୋଧ କରିଥିଲେ। କହି ରଖୁଛୁ କି , ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ , ମୁକୁନ୍ଦାନନ୍ଦ ଓ ଦୁଇ-ତିନି ଅନ୍ୟ ଲୋକଙ୍କ ବିରୋଧରେ ଦୁଇ ନବାଗତଙ୍କ ଦ୍ୱାରା ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହେବା ପରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗିରଫଦାରୀରୁ ରକ୍ଷା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଦ୍ୱାରା ଏଫଆଇଆର କରାଯିବା ଉପରେ ଆଶୁତୋଷ ବ୍ରହ୍ମଚାରୀ ୧୭୩ (୪) ଅନୁସାରେ ଜିଲ୍ଲା କୋର୍ଟରେ ପିଟିସନ ଦାଖଲ କରିଥିଲେ। ରେପ୍ ଆଣ୍ଡ ପକ୍ସୋ ସ୍ପେଶାଲ କୋର୍ଟର ଜଜ୍ ବିନୋଦ କୁମାର ଚୌରସିୟାଙ୍କ ନିର୍ଦ୍ଦେଶ ପରେ ଝୁନ୍ସି ଥାନା ପୁଲିସ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ, ମୁକୁନ୍ଦାନନ୍ଦ ଓ ଦୁଇ –ତିନି ଜଣ ଅନ୍ୟ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।
ଜଷ୍ଟିସ ଜିତେନ୍ଦ୍ର କୁମାର ସିହ୍ନାଙ୍କ ଖଣ୍ଡପୀଠ ଶୁକ୍ରବାର ଦ୍ୱିପ୍ରହର ପରେ ଏହି ପିଟିସନ ଉପରେ ଶୁଣାଣି କରିଥିଲେ। କେସ୍ର ମ୍ୱେଦନଶୀଳତାକୁ ଦେଖି ଆଇନଗତ ମହଲରେ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିଜ ଉପରେ ହୋଇ ଥିବା ଅଭିଯୋଗ ଗୁଡ଼ିକୁ ସଂପୂର୍ଣ୍ଣ ଭିତ୍ତିହୀନ ଓ କ୍ଷମତାର ଷଡ଼ଯନ୍ତ୍ର କହିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ତଦନ୍ତରେ ଅଭିଯୋଗକାରୀ ଆଶୁତୋଷ ମହାରାଜ ପୁଲିସ ସହ କାହିଁକି ଉପସ୍ଥିତ ଥିଲେ ?
ଏହାସହ ମଧ୍ୟ ପଢନ୍ତୁ : ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ଅଡୁଆ, ଯୌନ ଶୋଷଣ ମାମଲାରେ ଛନ୍ଦି ହେବା ପରେ ନିତି ନୂଆ ନୂଆ ଟ୍ବିଷ୍ଟ ଆସୁଛି ସାମ୍ନାକୁ