ନୂଆଦିଲ୍ଲୀ,୧୦/୦୯; ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ଜଷ୍ଟିସ୍ ଯଶୱନ୍ତ ବର୍ମା । ଘରୁ ପୁଳା ପୁଳା ଟଙ୍କା ମିଳିବାରୁ ବିବାଦକୁ ଆସିଥିଲେ ଜଷ୍ଟିସ୍ ଯଶୱନ୍ତ । ତାଙ୍କ ଦିଲ୍ଲୀ ବାସଭବନକୁ ପୁଳା ପୁଳା ପୋଡ଼ା ଟଙ୍କ ମିଳିଥିଲା । ମାମଲା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା । ଏପ୍ରିଲ ୫ ତାରିଖରେ ୨୦୨୫ରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ । ବର୍ତ୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତିଯଶବନ୍ତ । ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଚାଲିଛି ।
ଜଷ୍ଟିସ୍ ଯଶୱନ୍ତ ବର୍ମା ତାଙ୍କ ଇସ୍ତଫାର କାରଣ କହି ନାହାନ୍ତି ହେଲେ ଏହି ପଦବୀରେ କାର୍ଯ୍ୟ କରିବା ଏକ ସମ୍ମାନ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ଇସ୍ତଫା ପତ୍ରରେ, ଜଷ୍ଟିସ୍ ଯଶବନ୍ତ ବର୍ମା ଲେଖିଛନ୍ତି, ମୁଁ ଆପଣଙ୍କ ସମ୍ମାନନୀୟ କାର୍ଯ୍ୟାଳୟକୁ ଏହି ଚିଠି ଦାଖଲ କରିବାକୁ ବାଧ୍ୟ କରୁଥିବା କାରଣଗୁଡିକ ପ୍ରକାଶ କରିବାକୁ ଚାହୁଁନାହିଁ । ତଥାପି ଗଭୀର ଦୁଃଖର ସହିତ ମୁଁ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବରେ ତୁରନ୍ତ ମୋର ଇସ୍ତଫା ପ୍ରଦାନ କରୁଛି । ''
ମାର୍ଚ୍ଚ ୧୪, ୨୦୨୫ରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନର ଏକ ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନି ନିର୍ବାପନ ସମୟରେ ତାଙ୍କ ଘରୁ ବିପୁଳ ପରିମାଣର ନଗତ ଜବତ ହୋଇଥିଲା । ଯେଉଁଥିରୁ କିଛି ପୋଡ଼ି ଯାଇଥିଲା । ଘରୁ ପୁଳା ପୁଳା ଟଙ୍କା ମିଳିବା ପରେ, ସୁପ୍ରିମକୋର୍ଟର ତତ୍କାଳୀ ପ୍ରଧାନବିଚାରପତି ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ । ଏହି କମିଟି ବର୍ମାଙ୍କୁ ପଦରୁ ବହିଷ୍କାର କରିବାକୁ ସୁପାରିଶ କରିଥିଲେ । ଏହି ବିବାଦ ଯୋଗୁଁ ଜଷ୍ଟିସ୍ ବର୍ମା ମାର୍ଚ୍ଚ ୨୦୨୫ ଶେଷ ଭାଗରେ ଦିଲ୍ଲୀ ହାଇକୋର୍ଟକୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଜଷ୍ଟିସ ବର୍ମା ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛୁକ ନଥିଲେ । ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହା ବି ପଢନ୍ତୁ...ପାକିସ୍ତାନକୁ ଚେତାବନୀ ଦେଲା ଇସ୍ରାଏଲ୍ : 'ଏଭଳି ପ୍ରତିକ୍ରିୟା ବରଦାସ୍ତ କରିବୁନି...'
ଲୋକସଭାରେ ୧୪୬ ସଦସ୍ୟ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ । ଲୋକସଭାରେ ବାଚସ୍ପତି ବିଚାରପତିମାନଙ୍କ ତଦନ୍ତ ପାଇଁ ଆଇନ ଅନୁଯାୟୀ ଏକ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ । ଏହି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଜାରି ରହିଛି ।, ସଂସଦର ଉଭୟ ଗୃହରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା ଏବଂ ଲୋକସଭା ବାଚସ୍ପତି ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ବିଚାରପତି (ଅନୁସନ୍ଧାନ) ଆଇନ, ୧୯୬୮ ଅନୁଯାୟୀ ଏକ କମିଟି ନିଯୁକ୍ତ କରିଥିଲେ । ହୁଏତ ଅନ୍ୟ କୌଣସି ଉପାୟ ପାଇଁ ଜଷ୍ଟିସ୍ ଯଶୋବନ୍ତ ବର୍ମା ଇସ୍ତଫା ଦେଇଛନ୍ତି ।