ପାଟଣାଗଡ଼ ୧୫/୧୨ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବାଞ୍ଜୀଝାଲ ଗାଁରେ ରବିବାର ସରକାରଙ୍କ ଆୟୁଷ୍ମାନ ସ୍ଵାସ୍ଥ୍ୟ କାଡ ବଣ୍ଟନ କରୁଥିବା ବେଳେ ସେହି ଗାଁର ବିର ବରିହା ଆଶା କର୍ମୀ ଭବାନୀ ବାରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ଆଶାକର୍ମୀ ପାଟଣାଗଡ଼ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିନାହିଁ। ଏହାରି ପ୍ରତିବାଦରେ ସୋମବାର ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ଼ ବ୍ଳକ ପକ୍ଷରୁ ଶତାଧିକ ଆଶାକର୍ମୀ ଏକତ୍ରିତ ହୋଇ ଥାନା ଘେରାଉ କରିଥିଲେ।ଏପରିକି ପୁଲିସ ଅଭିଯୁକ୍ତକୁ ଗିରଫ ନକଲେ ଆନ୍ଦୋଳନ ଜାରି ରହିବା ସହ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାଯ୍ୟ ବନ୍ଦ କରିବାକୁ ଆନ୍ଦୋଳନ କାରି ମାନେ ଚେତାବନୀ ଦେଇଥିଲେ। ଏସମ୍ପର୍କରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କୁ ପଚାରିବାରୁ ଆଶାକର୍ମୀଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇଥିବା ବେଲେ ଏହାର ତଦନ୍ତ ଜରିରହିଛି। ଖୁବ ଶିଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଗଡତ୍ୟା ସୁଚନା ଦେଇଛନ୍ତି ।