ସାହଜପାଲ, ୨୪।୭ :  ଜହ୍ନ।ପଙ୍କ ଛକ ଠାରୁ ବଘିଆପଡା ଖଲିଆପାଲି ରାସ୍ତା ନିର୍ମାଣକୁ ବର୍ଷେ ହୋଇନି କିନ୍ତୁ  ରାସ୍ତା ମରଣଯନ୍ତା ପାଲିଟିଛି। ରାସ୍ତାର ପିଚୁ ଉଠିଯିବା ସହ ମେଟାଲ ଦେଖିବାକୁ ମିଳୁଛି।  ରାସ୍ତା କାମ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। 

କମିରା ଜାମ୍ମୁ ନାଳରେ ନିର୍ମାଣ କରାଯାଇଥିବା ବ୍ରିଜ ଓ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଓ ମେଟାଲ ଉଠିଯାଇ ମାଟି ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଯାତାୟାତ ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହା ସହ କେତେକ ସ୍ଥାନରେ ଖାଲୁଆ ଅଂଶ ଥିବା ବେଳେ   ସେଥିପ୍ରତି ପୂର୍ତ୍ତ ବିଭାଗ ନଜର ଦେଉନାହିଁ।  ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।