ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସମବାୟ ବ୍ୟାଙ୍କରେ ୨୨୫ କୋଟିର ଦୁର୍ନୀତି, ଲାଞ୍ଚ ନେଇ ଅଡିଟ୍‌ ରିପୋର୍ଟ ବଦଳାଉଥିବା ଅଭିଯୋଗ ଆଣିଲା ନାବାର୍ଡ

Published By : Prameya | March 3, 2025 1:53 PM

ଭୁବନେଶ୍ୱର, ୦୩/୦୩: ରାଜ୍ୟରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକରେ ବଡ଼ ଦୁର୍ନୀତି । ୨୨୫  କୋଟି ଟଙ୍କାର ଦୁର୍ନୀତି ଧରା ପଡ଼ିଥିବା ବେଳେ ଅନ୍ୟ ଦୁର୍ନୀତି ଆଢ଼ୁଆଳରେ ରହି ଯାଇଛି । ଖୋଦ୍‌ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏହାକୁ ସ୍ୱୀକାର  କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହି ଦୁର୍ନୀତିକୁ  ଲୁଚାଇବାକୁ ଯାଇ ଅଡିଟ୍‌ ରିପୋର୍ଟ ବି ବଦଳାଇ  ଦିଆଯାଉଛି । ଲାଞ୍ଚ ନେଇ ରିପୋର୍ଟ ବଦଳାଇ ଦେଉଛନ୍ତି ଅଡିଟର୍‌ । 

ଏଭଳି ଅଭିଯୋଗ ଆଣିଛନ୍ତି ନାବାର୍ଡ କର୍ତ୍ତୃପକ୍ଷ । ରାଜ୍ୟରେ ଚାଲିଥିବା ସମବାୟ ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ସମବାୟ  ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ନାବାର୍ଡର ଚିଠି ପାଇ ନିରପେକ୍ଷ ଓ ସ୍ୱଚ୍ଛ ଭାବେ  ତଦନ୍ତ କରିବାକୁ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକକୁ ବିଭାଗ ପକ୍ଷରୁ ସଚିବ ଗତ ଜାନୁଆରୀ  ୨୯ ତାରିଖରେ ଚିଠି ଲେଖିଛନ୍ତି । ଚିଠି ପାଇବା  ପରେ ସମବାୟ ସମିତି ସମୂହର ନିବନ୍ଧକ ତାଙ୍କର  ଯୁଗ୍ମ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧିଙ୍କୁ ଏହାର ତଦନ୍ତ  ଦାୟିତ୍ୱ ଦେବା ସହ ୧ ମାସ ମଧ୍ୟରେ ରିପୋର୍ଟ  ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

କଟକ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ  (ୟୁସିବି), ବରଗଡ଼ କାର୍ଡ ବ୍ୟାଙ୍କ, ଭଞ୍ଜନଗର  ଆରସିଏମ୍‌ଏସ୍‌, କଟକରେ ଥିବା କିଛି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ), ବାଲେଶ୍ୱର, ଭଦ୍ରକ,  ଅନୁଗୁଳ, ପୁରୀ ଓ ସମ୍ବଲପୁର କେନ୍ଦ୍ରୀୟ ସମବାୟ  ବ୍ୟାଙ୍କ (ସିସିବି)ରେ ବଡ଼ ଦୁର୍ନୀତି ହୋଇଥିବା  ସମବାୟ ଅଡିଟ୍‌ ନିର୍ଦ୍ଦେଶାଳୟ ଉଲ୍ଲେଖ କରିଛି ।  ଏଭଳି ବହୁ ଦୁର୍ନୀତିକୁ ଅଡିଟରମାନେ ଅଣଦେଖା  କରି ରିପୋର୍ଟ ଚାପିବାକୁ ଉଦ୍ୟମ କରୁଥିବାରୁ  ସମବାୟ ଅଡିଟ୍‌ ନିର୍ଦ୍ଦେଶାଳୟର ପାରିବାପଣିଆ  ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ବିଧାନସଭାରେ କଂଗ୍ରେସର ବରିଷ୍ଠ  ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର  ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ  ସ୍ୱୀକାର କରିଥିଲେ ଯେ, ଓଡ଼ିଶା ରାଜ୍ୟ ସମବାୟ  ବ୍ୟାଙ୍କ(ଓଏସସିବି) ଓ ୧୭ଟି କେନ୍ଦ୍ରୀୟ ସମବାୟ  ବ୍ୟାଙ୍କରେ ପାଖାପାଖି ୧୪୭ କୋଟିର ଦୁର୍ନୀତି  ହୋଇଛି । ସେହିପରି ୧୩ ଅର୍ବାନ କୋ- ଅପରେଟିଭ୍‌ ବ୍ୟାଙ୍କରେ ୭୭.୪୫କୋଟିର  ଅନିୟମିତତା ଅଭିଯୋଗ ଆସିଛି । ଏଭଳି ତଥ୍ୟ  ସମ୍ବଳିତ ଦସ୍ତାବିଜ ସମେତ ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶିତ ସମବାୟ ଦୁର୍ନୀତିର ଖବରକୁ ଏକତ୍ରିତ  କରି ନାବାର୍ଡ କର୍ତ୍ତୃପକ୍ଷ ରାଜ୍ୟ ସମବାୟ ବିଭାଗ  ନିକଟକୁ ପଠାଇଛି ।  

କେବଳ ସମବାୟ ବ୍ୟାଙ୍କରେ ଦୁର୍ନୀତି ନୁହେଁ,  ସମବାୟ ଅଡିଟ୍‌ ନିର୍ଦ୍ଦେଶାଳୟର ଦୁର୍ନୀତିଗ୍ରସ୍ତ  କାର୍ଯ୍ୟକଳାପକୁ ନେଇ ନାବାର୍ଡ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ଫଳରେ ଦୁର୍ନୀତି ପରେ ଚପାଇ  ଦିଆଯାଉଛି । ରିପୋର୍ଟ ବଦଳାଇ ଦିଆଯାଉଛି ।  ଯାହା ରାଜ୍ୟରେ ସମବାୟ ସଂସ୍ଥାରେ ଦୁର୍ନୀତି  ଓ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଛି  ବୋଲି ନାବାର୍ଡର ଉପ ମହାପ୍ରବନ୍ଧକ ଜୟନ୍ତ  ସାମଲ ସମବାୟ ସଚିବଙ୍କୁ ଲେଖିଥିବା ଚିଠିରେ  ଉଲ୍ଲେଖ କରିଛନ୍ତି । ସମବାୟ ସଂସ୍ଥାଗୁଡ଼ିକରେ  ଜମା ରଖୁଥିବା ଅଗଣିତ ଜମାକାରୀଙ୍କ  ସ୍ୱାର୍ଥକୁ ଆଖି ଆଗରେ ରଖି ତଥା ସମବାୟ  ବ୍ୟାଙ୍କଗୁଡ଼ିକ ଉପରେ ଥିବା ଲୋକଙ୍କ ବିଶ୍ୱାସକୁ  ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ  ନେବାକୁ ସମବାୟ ସଚିବ ତଥା କମିଶନରଙ୍କୁ  ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.