ଆନନ୍ଦପୁର, ୨୨/୦୧:  ଆନନ୍ଦପୁର ବ୍ଲକ ଅଧୀନ ଘସିପୁରା ଥାନା ଧକୋଠାସ୍ଥିତ ଏକ ଜନସେବା କେନ୍ଦ୍ରରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ । ଆଜି ସକାଳ ସମୟର ଆଧାର କାର୍ଡର ବାୟୋମେଟ୍ରିକ୍ ସଂଶୋଧନ ପାଇଁ ଆସିଥିବା ମହିଳାଙ୍କ ଉପରେ ଏଭଳି ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। 

ତେବେ ମହିଳାଙ୍କୁ ଏକୁଟିଆ ପାଇ ଜନସେବା କେନ୍ଦ୍ର ମାଲିକ ଦୋକାନ ସଟର ପକାଇ ଅସଦାଚରଣ କରିଥିଲେ । ଏନେଇ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଋଣ୍ଡିଭୂତ ହେବା ସହିତ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏଥିସହ ଜନସେବା କେନ୍ଦ୍ର ମାଲିକଙ୍କୁ ନିର୍ଧୁମ ଛେଚିଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏନେଇ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜନସେବା କେନ୍ଦ୍ର ମାଲିକଙ୍କୁ କାବୁ କରିବାରେ ସଫଳ ହୋଇଛି ।