ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

+୨ ସାର୍ଟିଫିକେଟ ଦେବା ପାଇଁ ଅଧ୍ୟାପକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ

Published By : Suraj Kumar | June 23, 2025 10:27 PM

କୋଣାର୍କ,୨୩।୬(ଆପ୍ର) : କୋଣାର୍କ ସ୍ଥିତ ଏକ  ମହାବିଦ୍ୟାଳୟର +୨ ପାସ ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଅଧ୍ୟାପକ ଚାନ୍ଦା ଆଦାୟ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଉକ୍ତ  ମହାବିଦ୍ୟାଳୟର + ୨ କଳା, ବିଜ୍ଞାନ ଓ ବାଣିଜ୍ୟର ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ସାର୍ଟିଫିକେଟ ବାବଦରେ ଜନୈକ ଅଧ୍ୟାପକ ବେଆଇନ ଭାବେ ୫୦ଟଙ୍କା  ଆଦାୟ କରୁଥିବା ଅଭିଯୋଗ ହୋଇଛି। ଭିଡିଓରେ ଛାତ୍ର ଜଣକ ରସିଦ ନଥାଇ ୫୦ଟଙ୍କା କେମିତି ନେବେ କହୁଛି। ଏହାର ଉତ୍ତରରେ ଅଧ୍ୟାପକ କହୁଛନ୍ତି ବୁଝି ପାରିଲନି କି ଖାଇବା ଓ ଯିବା ଆସିବାରେ ରସିଦ ନଥାଏ। ତାକୁ ଆମେ କେମିତି ସରକାରଙ୍କୁ ଦେଖାଇବୁ। ପିଲାମାନଙ୍କ ସାହାଯ୍ୟରେ ଏସବୁ ସୁରୁଖୁରୁରେ ଚାଲିବ। ଏ ସାର୍ଟିଫିକେଟ ମେନଟନାନସ କିଏ ଦେବ ବୋଲି ଅଧ୍ୟାପକ ବୁଝାଉଛନ୍ତି। ଘଟଣା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା। ଏଥିରେ ଅଧ୍ୟାପକଙ୍କ ସହ ଅନ୍ୟ କେଉଁ କର୍ମଚାରୀ ମାନଙ୍କ ସଂପୃକ୍ତି ରହିଛି ତଦନ୍ତ କଲେ ଜଣାପଡ଼ିବ। ତୁରନ୍ତ ଉଚ୍ଚଶିକ୍ଷା ବିଭାଗ ଏହାର ତଦନ୍ତ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.