ହାଇଦ୍ରାବାଦ,୦୭/୧୨: ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର  ପ୍ରିମିୟର ବେଳେ ଗତ ୪ ତାରିଖରେ  ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି  ଅଭିନେତା ଅଲ୍ଲୁ ଅର୍ଜୁନ । 




ଏକ୍ସରେ ସେ  ଏକ ଭିଡିଓ ପୋଷ୍ଟ କରି କହିଛନ୍ତି,  ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା  ତାଙ୍କୁ ବ୍ୟଥିତ କରିଛି । ମୃତା ମହିଳାଙ୍କ  ପରିବାରକୁ ସମବେଦନା ଜଣାଉଛି ।  ଏଭଳି କଷ୍ଟକର ସମୟରେ ତାଙ୍କ  ପରିବାରକୁ ଏକୁଟିଆ ଛାଡ଼ିପାରିବିନି ।  ସେମାନଙ୍କୁ ସବୁ ପ୍ରକାର ସହାୟତା  କରିବି । ଏଥିସହ ମୃତା ମହିଳା  ରେବତୀଙ୍କ ପରିବାରକୁ ୨୫ ଲକ୍ଷ  ଟଙ୍କା ସହାୟତା ଦେବା ସହ ଆହତ  ହୋଇଥିବା ତାଙ୍କ ୧୩ ବର୍ଷୀୟ ପୁଅଙ୍କ  ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ  ବୋଲି ଅଲ୍ଲୁ ଅର୍ଜୁନ ଘୋଷଣା କରିଛନ୍ତି ।  ଦଳାଚକଟା ଘଟଣା ପରେ ମୃତକଙ୍କ  ପରିବାରର ଏତଲା କ୍ରମେ ପୁଲିସ  ଅଲ୍ଲୁଙ୍କ ନାଁରେ ମାମଲା ରୁଜୁ କରିଛି ।